ପୁଅଟା ବିଗିଡିଗଲା ! ଷ୍ଟାଇଲରେ ଓଭର ବ୍ରିଜ ଉପରେ ଏମିତି ଷ୍ଟଣ୍ଟ ମାରିଲେ ଏହି ଯୁବକ, Video ଦେଖିଲେ ଆପଣ ବି ଆବାକାବା ହୋଇଯିବେ

ଦିନକୁ ଦିନ ସଡକ ଦୁର୍ଘଟଣା ଖୁବ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗୁଛି । କେହି ଚିରଦିନ ପାଇଁ ପଙ୍ଗୁ ହୋଇ ଯାଉଥିବା ବେଳେ ଆଉ କେହି ଜୀବନ ହରେଈ ଦେଉଛି । ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର ମାନେ ସମୟ ସମୟରେ ବିଭିନ୍ନ ନିୟମ ଓ ସଚେତନତା କ୍ୟାମ୍ପେନ କରିଥାନ୍ତି । ତଥାପି କିଛି ଲୋକେ ଏହାର ଅମାନ୍ୟ କରିଥାନ୍ତି । ଯାହାଫଳରେ ସଡକ ଦୁର୍ଘଟଣାର ସାମ୍ନା କରିବାକୁ ପଡିଥାଏ ।

ତେବେ ଆଜିର ଯୁବପିଢି ମଧ୍ୟ ସାମାନ୍ଯ ଭିଡିଓ ପାଇଁ ନିଜ ଜୀବନକୁ ବିପଦରେ ପକାଇବା ଆଗରୁ ଥରେ ବି ଚିନ୍ତା କରୁ ନାହାନ୍ତି । ରାସ୍ତାରେ ଯିବା ବେଳେ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ଯେ କେତେ ଜରୁରୀ ଏହାର ମହତ୍ବକୁ ଅନେକ ଏବେବି ବୁଝି ପାରୁ ନାହାନ୍ତି । ଅନେକ ସମୟରେ ରୋଡ ଉପରେ ଡ୍ୟାନ୍ସ ଏବଂ ଷ୍ଟଣ୍ଟ ଆଦି କରୁଥିବାର ଭିଡିଓ ସାମ୍ନାକୁ ଆସେ । ୧୫ରୁ ୩୦ ସେକେଣ୍ଡର ଗୋଟିଏ ଭିଡିଓ ପାଇଁ ନିଜ ଜୀବନର ମହତ୍ଵକୁ ଯୁବପିଢି ପାସୋରି ଯାଉଥିବାର ସେଥିରୁ ସ୍ପଷ୍ଟ ବାରି ହୋଇପଡେ ।

ତେବେ ଆଜି ଆମେ ଆପଣଙ୍କୁ ଏହିପରି ଏକ ଉଦାହରଣ ବା ଭିଡିଓ ଦେଖାଇବୁ । ଯାହା ଦେଖିବା ପରେ ଆପଣ ନିଜେ ଚିନ୍ତା କରନ୍ତୁ ଏଭଳି ଷ୍ଟଣ୍ଟ ସର୍ବ ସାଧାରଣ ରାସ୍ତା ଉପରେ କରିବା କେତେ ବିପଦପୂର୍ଣ୍ଣ ହୋଇପାରେ । ବେଳେବେଳେ ସାମାନ୍ଯ ମଜା ହିଁ ମଣିଷ ପାଇଁ କାଳ ସାଜେ । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଗୋଟିଏ ରାସ୍ତାର ଦୃଶ୍ୟ । ରାସ୍ତାରେ ଯିବାବେଳେ କେହି ଜଣେ ଆଗରେ ଥିବା ଜଣେ ବାଇକ ଆରୋହିଙ୍କ ଭିଡିଓ କରୁଛନ୍ତି ।

ଆଉ ସେହି ବାଇକ ଆରୋହି ଜଣକ ଯେମିତି ଶୃଙ୍ଖଳିତ ଭାବେ ଗାଡି ଚଲାଯାଏ ସେମିତି ନ ଚଲାଇ ବାଇକ ଚାଲୁଥିବା ଅବସ୍ଥାରେ ଏହା ଉପରେ ଠିଆ ହୋଇ ଯାଉଛନ୍ତି । ଧୁମ୍ ମଚାଲେ ଷ୍ଟାଇଲରେ ରାସ୍ତା ଉପରେ ଷ୍ଟଣ୍ଟ ମାରୁଛନ୍ତି ଏହି ଯୁବକ । ରାସ୍ତାଟି କୌଣସି ଏକ ହାଇୱେ ପରି ମନେ ହେଉଛି ଓ ସେଥିରେ ଅନ୍ୟ ଗାଡି ମାନେ ମଧ୍ୟ ଯାଉଛନ୍ତି । ଏହି ଭିଡିଓରେ ଅବଶ୍ୟ ଉପରବାଲାଙ୍କ ଦୟାରୁ ସେଭଳି କିଛି ଅଘଟଣ ଘଟୁଥିବାର ଦେଖା ଯାଉନାହିଁ ।

କିନ୍ତୁ ଥରେ ଭାବି ଦେଖନ୍ତୁ ଯେ ଜନଗହଳି ପୂର୍ଣ୍ଣ ରାସ୍ତାରେ ଏପରି ଷ୍ଟଣ୍ଟ ମାରିବା କେତେ ଭୟଙ୍କର ହୋଇପାରେ । ଏହା ତାଙ୍କ ଜୀବନ ସହ ଅନ୍ୟ କାହାର ଜୀବନକୁ ମଧ୍ୟ ବିପଦ ମଧ୍ୟକୁ ଟାଣି ଆଣିପାରେ । ତେବେ ଆପଣ ଏଭଳି କରିବାରୁ ନିଜକୁ ଦୂରେଇ ରଖନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।