ଋଷ ପରୀକ୍ଷା କଲା ସବୁଠାରୁ ମହା ବିଧ୍ଵଂସକ ଅସ୍ତ୍ର, ଏହି ମିଶାଇଲର କ୍ଷମତା ଓ ଶକ୍ତି ଜାଣିବା ପରେ ଏବେ ଥରହର ହେଉଛି ବିଶ୍ଵ

ଋଷର ମହା ଅସ୍ତ୍ର ହେଉଛି ମହା ବିଧ୍ଵଂସକ । ଦୁନିଆର ସବୁଠାରୁ ଘାତକ ମିଶାଇଲ । ଏହାର ଟାର୍ଗେଟରୁ ପୃଥିବୀର କୌଣସି ସ୍ଥାନ ଅପହଞ୍ଚ ନୁହେଁ । ଏହା ଘଣ୍ଟାକୁ ୧୬ ହଜାର ମାଇଲ ବେଗରେ ଲକ୍ଷ୍ୟଭେଦ କରିବ, ଆଉ ଏକାଥରକେ ୧୫ଟି ପରମାଣୁ ବୋମା ବର୍ଷାଇବ । ଶତ୍ରୁଙ୍କ ଆକଳନ ବାହାରେ ରହିଛି ଏହି ମିଶାଇଲର କ୍ଷମତା । ଗତ ଦୁଇ ମାସ ହେଲା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଯାହାକୁ ନେଇ ଅନେକ ପାଶ୍ଚାତ୍ୟ ଦେଶ ନାଲି ଆଖି ଦେଖାଇ ଥିଲେ ମଧ୍ୟ ସେସବୁକୁ ଖାତିର କରୁନି ଋଷ ।

ଏକପ୍ରକାର ଘେରାବନ୍ଦୀରେ ଥାଇ ବି ଋଷ ହଟୁନି ବରଂ ଶତ୍ରୁଙ୍କୁ ନିଜର ପରାକ୍ରମ ଦେଖାଇ ଚାଲିଛି । ଏକାକୀ ମସ୍କୋ ସାରା ବିଶ୍ଵକୁ ଥରେଇ ଦେଇଛି । ପୁଟିନଙ୍କ ପରାକ୍ରମ ଦେଖି ଆମେରିକା ଏବଂ ନାଟୋର ମଧ୍ୟ ଚିନ୍ତା ବଢିଚାଲିଛି । ଆଉ ଏହି ଯୁଦ୍ଧ ମଧ୍ୟରେ ପୁଣି ଥରେ ଋଷ ସାରା ଦୁନିଆକୁ ଦେଖାଇଛି ନିଜର ଶକ୍ତି । ଏହି ସମୟରେ ଋଷ ଭୟଙ୍କର ଶକ୍ତିଶାଳୀ ସର୍ମଗ ମିଶାଇଲ ପରୀକ୍ଷଣ କରିଛି । ବେଗ, ଶକ୍ତି ଓ ଲକ୍ଷ୍ୟଭେଦ ସବୁଥିରେ ଅପରାଜିତ ଏହି ମିଶାଇଲ ବୋଲି କୁହାଯାଉଛି ।

ବ୍ରିଟେନ ଓ ଫ୍ରାନ୍ସ ସହ ଆମେରିକାର ଟେକ୍ସାସକୁ ଗୋଟିଏ ମାଡରେ ଧ୍ଵଂସ କରିବାର ଦକ୍ଷତା ରଖିଛି ସର୍ମଗ । ଯେକୌଣସି ଆଣ୍ଟି ଏୟାର ଡ଼ିଫେନ୍ସ ସିଷ୍ଟମ ଏହାର ପ୍ରତିରୋଧ କରିବାକୁ ଅସମର୍ଥ ବୋଲି କୁହାଯାଉଛି । ସର୍ମଗ ଆଖି ପିଛୁଳାକେ ଶତ୍ରୁର ମହାବିନାଶ କରିବାର ସାମର୍ଥ୍ୟ ରଖିଛି । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏବେ ଋଷକୁ ଏହାର ଭାରି ମୂଲ୍ୟ ଦେବାକୁ ପଡୁଛି ।

ପ୍ରାୟ ସମସ୍ତ ୟୁରୋପୀୟ ଦେଶମାନେ ଋଷ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି । ସାରା ବିଶ୍ବରେ ଋଷ ସହ ବାଣିଜ୍ୟ କରିବା ଠାରୁ ଆରମ୍ଭ କରି ନାଗରିକ ଏବଂ ଖେଳାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ବାସନ୍ଦ କରାଯାଇଛି । ତଥାପି ସବୁକିଛି ଯୋଜନା ଅନୁସାରେ ଚାଲିଛି ବୋଲି ମସ୍କୋ ଦାବି କରିଛି । ସବୁଆଡୁ ଚେତାବନୀ ଭିତରେ ବି ପୁଟିନ ନିଜ ମହା ଅସ୍ତ୍ରର ପରୀକ୍ଷା କରିଛନ୍ତି ।

ଏହି ମିଶାଇଲର କ୍ଷମତା ଏତେ ଯେ ତାହା ଶତ୍ରୁ ମଧ୍ୟ ସହଜରେ ଆକଳନ କରିପାରିବେ ନାହିଁ । ଆଉ ଏବେ ଋଷ ଏହି ଅସ୍ତ୍ରର ସଫଳ ପରୀକ୍ଷଣ କରିବା ପରେ ଏବେ ସାରା ବିଶ୍ଵ ଚିନ୍ତା ପଡିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।