ବାଣ ଫୁଟୁଥିଲା ଆଉ ବାଜା ବି ବାଜୁଥିଲା । ରୋଷଣୀ କରି କନିଆଁ ଦୁଆରରେ ପହଞ୍ଚିଲା ବର । ବରଯାତ୍ରୀରେ ଧୁମ୍ ନାଚିଲେ ବରପକ୍ଷ । ବ୍ୟାଣ୍ଡ ବାଜା ସହ କନିଆଁକୁ ନେବା ପାଇଁ ଆସିଥିବା ବରକୁ ମଧ୍ୟ ଧୁମ୍ ଧାମ୍ ରେ କରାଗଲା ସ୍ଵାଗତ । ଆଉ ଏହାପରେ ଆରମ୍ଭ ହେଲା ବରଣମାଳା ନୀତି । ମଣ୍ଡପ ଉପରେ ମୁହାଁମୁହିଁ ହୋଇ ଠିଆ ହୋଇଥିଲେ ଉଭୟ ବର କନ୍ୟା । ପ୍ରଥମେ ବର କନ୍ୟାଙ୍କ ବେକରେ ବରଣମାଳା ପକାଇଲେ । ହେଲେ ଏହାପରେ କନ୍ୟା ତାଙ୍କୁ ବରଣମାଳା ପକାଇବା ବଦଳରେ ତାଙ୍କୁ କଷି ଦେଇଗଲେ ଚାପୁଡା ।

ଗୋଟିଏ କି ଦୁଇଟି ନୁହେଁ ବରଂ ବରକୁ ଧଡାଧଡ ଚାପୁଡା ଉପରେ ଚାପୁଡା ମାରି ଚାଲିଥିଲେ ନବବଧୂ । ଏହାପରେ କନ୍ୟା ରାଗ ତମତମ ହୋଇ ମଣ୍ଡପ ଉପରୁ ତଳକୁ ଓହ୍ଲାଇ ଚାଲିଗଲେ । ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଉତ୍ତର ପ୍ରଦେଶର ହରିପୁର ଜିଲ୍ଲାର ଶ୍ଵାସା ଗାଁକୁ ଚମାରୀ ଗାଁରୁ ବରଯାତ୍ରୀ ନେଇ ଆସିଥିଲେ ରବି ଶଙ୍କର । ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ପକ୍ଷ ତରଫରୁ ବରଯାତ୍ରୀଙ୍କୁ ଧୁମ୍ ଧାମ୍ ରେ ସ୍ଵାଗତ କରା ଯାଇଥିଲା ।
ବିବାହ କାର୍ଯ୍ୟ ମଧ୍ୟ ଆଗକୁ ବଢିଥିଲା । ମଣ୍ଡପ ଉପରେ ରବି ଶଙ୍କର ଏବଂ ତାଙ୍କ ଭାବୀ ପତ୍ନୀ ଠିଆ ହୋଇଥିବା ବେଳେ ପ୍ରଥମେ ରବି ଶଙ୍କର ବରଣମାଳା ପିନ୍ଧାଇଥିଲେ । କିନ୍ତୁ ସେ ବରଣମାଳା ପିନ୍ଧାଇବା ପରେ ହଠାତ ତାଙ୍କ ଉପରେ ଚାପୁଡା ବର୍ଷା କରି ଦେଇଥିଲେ ନବବଧୂ । ସର୍ବ ସମୁଖରେ ସେ ମାରି ଚାଲିଥିଲେ ମାଡ ।

ଏହାପରେ କେହି କିଛି ବୁଝିବା ପୂର୍ବରୁ କନ୍ୟା ଜଣକ ମଣ୍ଡପ ଉପରୁ ତଳକୁ ଓହ୍ଲାଇ ଚାଲି ଯାଇଥିଲେ । ତେବେ ନବବଧୂ ଜଣକ ହଠାତ ବରଙ୍କୁ କଣ ପାଇଁ ଏମିତି ଚାପୁଡା ମାରିଲେ ସେନେଇ ଏବେବି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କୁହାଯାଉଛି କି ବରଣମାଳା ବେଳେ ବର ମଦ ପିଇଥିବା ଜାଣି ନେଇଥିଲା କନ୍ୟା ଆଉ ତା’ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି ।
ତେବେ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ପୁରା ଛାଇ ଯାଇଛି । ପରେ ବୁଝାସୁଝା ପରେ କନ୍ୟା ଜଣଙ୍କର ରାଗ ଶାନ୍ତ ପଡିଥିବା ଶୁଣିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।