ବନ୍ଧୁଗଣ, ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ଙ୍କର ଆଉ ଏକ ଭିଡିଓ ଏବେ ସାମ୍ନା କୁ ଆସିଅଛି । ଏଥିରେ ସେ କନ୍ୟା ବେଶରେ ଥିବା ନଜର ଆସିଛନ୍ତି । ଆପଣ ମାନେ ତାଙ୍କ ର ଏହି ବେସ ଦେଖିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ, ଏବଂ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଆସୁଥିବ ? କାଳେ ରାନୁ ମଣ୍ଡଳ ବିବାହ ପାଇଁ ଏହିଭଳି ବେସ ସାଜିଛନ୍ତି ବୋଲି ମନରେ ଆପଣ ମାନେ ଭାବୁଥିବେ । କିନ୍ତୁ ସେ ଭଳି କିଛି ନୁହେଁ । ରାନୁ ମଣ୍ଡଳ ଏଭଳି ବେସ ନେଇ ବିବାହ କରୁ ନାହାଁନ୍ତି । ବରଂ ଭାଇରାଲ ହେବା ନିମନ୍ତେ ସେ ଏକ ଭିନ୍ନ ତାରିକା ଆପଣାଇଛନ୍ତି ।
ଏହି ଭିଡିଓ ରେ ଆପଣ ଦେଖିପାରୁଥିବେ ଯେ ରାନୁ ମଣ୍ଡଳ ଏକ ଲାଲୀ ଶାଢୀ ଏବଂ ଗହଣା ପିନ୍ଧି କନ୍ୟା ବେସ ସାଜିଛନ୍ତି । ଏହି ଭିଡିଓ ବର୍ତ୍ତମାନ ୟୁଟ୍ୟୁବ ଏବଂ ଫେସବୁକ ରେ ସାମ୍ନା କୁ ଆସିଥିବା ବେଳେ ସେଥିରେ ସେ ଭାଇରାଲ ବଙ୍ଗାଳୀ ଗୀତ କଚ୍ଚା ବାଦାମ ଗୀତ କୁ ଗାଉଛନ୍ତି ।
କିଛି ଦିନ ପୂର୍ବ ରୁ ପଶ୍ଚିମ ବଙ୍ଗ ର ବାଦାମ ବିକ୍ରେତା ଭୁବନ ଙ୍କ ଗୀତ କିଛି ମାସ ଧରି ଅନଲାଇନ ଟ୍ରେଣ୍ଡ କରୁଅଛି । ଆଉ ସେହି ଗୀତ କୁ କପି କରି ରାନୁ ମଣ୍ଡଳ ନିଜ ଭଏସ ରେ ଏହି ଗୀତ ଗାଇଛନ୍ତି । ତେବେ ଏହି ଭିଡିଓ କୁ କିଏ ରେକର୍ଡ କରିଅଛି ତାହା ଜଣା ନାହିଁ କିନ୍ତୁ ସୋସିଆଲ ମିଡିଆ ରେ ଏହି ଭିଡିଓ ୟୁଜର ଙ୍କ ଧ୍ୟାନ କେନ୍ଦ୍ରିତ କରିବାରେ ସକ୍ଷମ ହୋଇଅଛି ।
ଫେସବୁକ ଟ୍ଵିଟର ତଥା ଇଂଷ୍ଟାଗ୍ରାମ ସମେତ ଅନେକ ସୋସିଆଲ ପ୍ଲାଟଫର୍ମ ମାନଙ୍କରେ ଏହା ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେବେ ରାସ୍ତା କଡରେ ଦିନେ ବୁଲି ବୁଲି ଭିକ ମାଗି ନିଜ ପେଟ ର ଭୋକ ମେଣ୍ଟଉଥିବା ଦୁଃଖିନି ରାନୁ ମଣ୍ଡଳ ବର୍ତ୍ତମାନ ଫୋନ ରୁ ଫୋନ ଘୁରି ବୁଲୁଛନ୍ତି ।
ଏବଂ କିଛି ଲୋକେ ରାନୁ ମଣ୍ଡଳ କୁ ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ନିଜର ଭିନ୍ନ ମତ ପ୍ରଦାନ କରିଛନ୍ତି । ତେବେ ଯାହା ହେଉ ନା କାହିଁକି ରାନୁ ମଣ୍ଡଳ ଏହିଭଳି ଅଭିନୟ ସାଙ୍ଗକୁ ଗୀତ ଗାଇ ସବୁବେଳେ ଲୋକ ଙ୍କ ନଜରରେ ରହିବାକୁ ଚାହୁଁଛନ୍ତି ବୋଲି ଜଣା ଯାଉଛି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।