DJ ବାଜିବା ମାତ୍ରେ ଷ୍ଟେଜ ଉପରେ ଧୂଳି ଉଡେଇ ନାଚିଲେ କନ୍ୟା ! ବର ବି ଦେଖି ଆଶ୍ଚର୍ଯ୍ୟ, ଦେଖନ୍ତୁ ଭାଇରାଲ ହେଉଥିବା ଏହି ମଜାଦାର video

ବିବାହ ଉତ୍ସବ ସମୟରେ ସାଧାରଣତଃ ଅତିଥିମାନେ ତଥା ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ମାନେ ନାଚ ଗୀତରେ ମସଗୁଲ ରୁହନ୍ତି । ହେଲେ କେବେ ବିବାହ ସମୟରେ କନ୍ଯାର ଧୂଳି ଉଡା ନାଚ ଦେଖିଛନ୍ତି ବା ଶୁଣିଛନ୍ତି କି ? ବିବାହ ସମୟରେ ବରକନ୍ଯା ବିଭିନ୍ନ ରୀତିନୀତି ପୁରା କରିବାରେ ବ୍ୟସ୍ତ ରୁହନ୍ତି ଓ କନ୍ୟା ମାନେ ଟିକେ ଲାଜେଇ ମୁଣ୍ଡରେ ଓଢଣା ଦେଇ ରୁହନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ମଞ୍ଚ ଉପରେ କନ୍ଯାର ଧୂଳି ଉଡା ଡ୍ୟାନ୍ସ । ସମ୍ପର୍କୀୟଙ୍କ ସହ କନ୍ୟାର ଏହି ଧୂଳି ଉଡା ନାଚ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ସବୁଠୁ ମଜାଦାର କଥା ହେଲା ବରକନ୍ଯା ମଞ୍ଚ ଉପରେ ଠିଆ ହୋଇ ଅତିଥିଙ୍କ ଶୁଭେଚ୍ଛା ଗ୍ରହଣ କରୁଥିବା ବେଳେ ଅଚାନକ ଗୀତ ବାଜିଥିଲା । ଆଉ ଗୀତ ଶୁଣିବା ପରେ କନ୍ୟା ଜଣଙ୍କ ପାଦ ଆଉ ତଳେ ରହି ନଥିଲା କି ସେ ନିଜକୁ ସମ୍ଭାଳି ପାରି ନଥିଲେ । ଗୀତର ତାଳେ ତାଳେ ଜବରଦସ୍ତ ନାଚ ଆରମ୍ଭ କରି ଦେଇଥିଲେ କନ୍ୟା ।

ଆଉ ଷ୍ଟେଜ ତଳେ ଥାଇ ତାଙ୍କର ସାଥ୍ ଦେଇଥିଲେ ଜଣେ ସମ୍ପର୍କୀୟ । ଭିଡିଓରେ ଯେଉଁ ଗୀତଟି ବାଜୁଛି ତାହା ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ଫିଲ୍ମ ‘ହିନ୍ଦୀ ମିଡିୟମ’ ର ଏକ ରିମିକ୍ସ ଗୀତ ଅଟେ । କନ୍ୟାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ମାନେ ଖୁବ ପସନ୍ଦ କରୁଛନ୍ତି ।

ଭିଡିଓରେ ଆପଣ ଦେଖି ପାରୁଥିବେ କି ନାଲି ରଙ୍ଗର ଏକ ବ୍ରାଇଡାଲ ଲେହେଙ୍ଗା ପିନ୍ଧି କନ୍ୟା ଜଙ୍କ ବରଙ୍କ ସହ ମଞ୍ଚରେ ଠିଆ ହୋଇଛନ୍ତି । ଆଉ ହଠାତ ଗୀତ ବାଜିବା ପରେ ସେ ନାଚିବା ଆରମ୍ଭ କରି ଦେଇଥିଲେ । ତାଙ୍କ ଧମାକେଦାର ଡ୍ୟାନ୍ସ ଦେଖି ବର ବି ଆଶ୍ଚର୍ଯ୍ୟ । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓକୁ ୱେଡିଙ୍ଗ ମିନିଷ୍ଟ୍ରୀରେ ପୋଷ୍ଟ କରାଯାଇଛି । ଗତ ମାର୍ଚ୍ଚ ୩୦ ତାରିଖରେ ଏହି ଭିଡିଓକୁ ଶେୟାର କରା ଯାଇଥିଲା ।

ଯାହାକୁ ଏବେ ସୁଦ୍ଧା ୩୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ହଜାର ହଜାର ସଂଖ୍ଯାରେ କମେଣ୍ଟ ସହ ଲକ୍ଷ ଲକ୍ଷ ସଂଖ୍ଯାରେ ଲାଇକ ମଧ୍ୟ ରହିଛି ଏହି ଭିଡିଓରେ । ତେବେ ଆପଣଙ୍କୁ କନ୍ୟାଙ୍କ ଏହି ଡ୍ୟାନ୍ସ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।