ଠାକୁର ପୂଜା ବେଳେ ଦୀପ ହଠାତ ଜୋରରେ ଜଳିଲେ କେଉଁ ସଙ୍କେତ ମିଳିଥାଏ ? ଏହା ସହ ପଢନ୍ତୁ ଆଜିର 15ଟି Anuchinta

ଆପଣଙ୍କ ଜୀବନକୁ ସରଳ ଓ ସୁନ୍ଦର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ । ଯଦି ରାତିରେ ଶୋଇଥିବା ସମୟରେ ମନ୍ଦିର କିମ୍ବା ଠାକୁରଙ୍କ ମୂର୍ତ୍ତି ସ୍ଵପ୍ନରେ ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଆପଣଙ୍କ ଉପରେ ଠାକୁରଙ୍କ କୃପା ରହିଥିବାର ସଙ୍କେତ ମିଳିଥାଏ । ଯଦି କୌଣସି ଦିନ ସକାଳେ ନିଜର ମୁହଁ ଆଇନାରେ ଦେଖିବା ସମୟରେ କିଛି ପରିବର୍ତ୍ତନ ସହିତ ଚମକ ଆସିଥିବାର ଦେଖନ୍ତି, ତେବେ ଶୁଭ ହୋଇଥାଏ ଏବଂ ଭଲ ଦିନ ଆରମ୍ଭ ହେବାର ସଙ୍କେତ ଦେଇଥାଏ ।

ଯଦି କୌଣସି ଦିନ ସକାଳୁ ସକାଳୁ ବନ୍ଧୁ ବାନ୍ଧବ ଲୋକଙ୍କ ସହ ଦେଖା ହୁଏ ତେବେ ମଙ୍ଗଳ ହୋଇଥାଏ ଏବଂ ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇଥିବାର ସଙ୍କେତ ପ୍ରାପ୍ତ ହୋଇଥାଏ । ଯଦି ଶରୀରର ଡାହାଣ ଅଙ୍ଗରେ କୌଣସି ଦିନ କମ୍ପନ ଦେଖାଦିଏ ତେବେ ସୁଖ ସମୃଦ୍ଧି ବୃଦ୍ଧି ହେବାର ସଙ୍କେତ ଦେଇଥାଏ ଏବଂ ଆଗାମୀ ଦିନରେ କାର୍ଯ୍ୟରେ ସଫଳ ହେବାର ସୂଚନା ମିଳିଥାଏ ।

ଯଦି କୌଣସି ଦିନ ଘରୁ ବାହାରକୁ ଯିବା ସମୟରେ କେହି ଜଣେ ପାଣିଭରା ମାଠିଆ କିମ୍ବା କ୍ଷୀରପାତ୍ର ନେଇ ଯାଉଥିବାର ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଶୁଭ ସମୟ ଆସିବାର ସଙ୍କେତ ଦେଇଥାଏ । ଯଦି ସକାଳେ କୌଣସି କାର୍ଯ୍ୟରେ ଯିବା ସମୟରେ ବାଳକ କିମ୍ବା ବାଳିକାଙ୍କ ହସହସ ମୁହଁ ଦେଖନ୍ତି ତେବେ ତାହା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାର ସଙ୍କେତ ଦେଇଥାଏ ।

ଯଦି କୌଣସି ଦିନ ସକାଳୁ ବାଛୁରିକୁ କ୍ଷୀର ଦେଉଥିବା ଗାଈକୁ ଦେଖନ୍ତି ତେବେ ଶୁଭ ହୋଇଥାଏ ଏବଂ ଭଲ ସମୟ ପ୍ରାପ୍ତ ହେବାର ସଙ୍କେତ ହୋଇଥାଏ । ଯଦି କୌଣସି ଦିନ ଠାରୁ ଅଯଥା ଖର୍ଚ୍ଚ ଅଟକି ଯାଏ ଏବଂ ପଇସା ସଞ୍ଚୟରେ ବୃଦ୍ଧି ହୁଏ ତେବେ ଭଲ ସମୟ ଆରମ୍ଭ ହୋଇଥିବାର ସଙ୍କେତ ପ୍ରାପ୍ତ ହୋଇଥାଏ । ଯଦି କୌଣସି ଦିନ ଘର ଉପରେ ମାଙ୍କଡ କିମ୍ବା କୌଣସି ପକ୍ଷୀ ଫଳ ଖାଇ ପକାନ୍ତି ତେବେ ଶୁଭ ହୋଇଥାଏ ଏବଂ ଘରେ ସୁଖ ସମୁର୍ଦ୍ଧୀ ବୃଦ୍ଧି ହେବାର ସଙ୍କେତ ମିଳିଥାଏ ।

ଯଦି ଅଚାନକ କେବେ କିଛି ପଇସା କିମ୍ବା ଧନ ପ୍ରାପ୍ତ ହୁଏ ତେବେ ବହୁତ ଶୁଭ ହୋଇଥାଏ ଏବଂ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବାର ସଙ୍କେତ ହୋଇଥାଏ । ଯଦି ଠାକୁର ପୂଜା କରିବା ସମୟରେ ଧୂପବତୀର ଧୂଆଁରେ ସ୍ଵସ୍ତିକ ଆକାର କିମ୍ବା ଓଁ କାର ଦେଖାଯାଏ ତେବେ ଶୁଭ ହୋଇଥାଏ ଏବଂ ଠାକୁରଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥିବା ସଙ୍କେତ ମିଳିଥାଏ ।

ଯଦି ଠାକୁର ପୂଜା କରିବା ସମୟରେ ଠାକୁରଙ୍କୁ ଅର୍ପଣ କରା ଯାଇଥିବା ଫୁଲ ଅଚାନକ ଆପଣଙ୍କ ଆଡକୁ ଖସିପଡେ ତେବେ ଶୁଭ ସଙ୍କେତ ହୋଇଥାଏ ଏବଂ ଠାକୁରଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥିବା ସଙ୍କେତ ମିଳିଥାଏ । ଯଦି ଠାକୁର ପୂଜା କରିବା ସମୟରେ ଦୀପର ଶିଖା ହଠାତ ଜୋରରେ ଜଳିବାକୁ ଲାଗେ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ଏବଂ ଆପଣଙ୍କ ଦୁଃଖ ଦୂର ହେବାର ସୂଚନା ପ୍ରାପ୍ତ ହୋଇଥାଏ ।

ଯଦି ଠାକୁର ପୂଜା କରିବା ସମୟରେ କୌଣସି ଭିକାରି କିମ୍ବା ସାଧୁ କିଛି ମାଗିବାକୁ ଆସନ୍ତି ତେବେ ତାହା ବହୁତ ଶୁଭ ସମୟ ହୋଇଥାଏ । ତାଙ୍କୁ କିଛି ଦାନ କରିବା ଦ୍ଵାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।