ସାମ୍ନାକୁ ଆସିଲା ଆମେରିକାର ଅସଲ ଚେହେରା, ଏନେଇ ଋଷର ଏହି ବରିଷ୍ଠ ଅଧିକାରୀ ଯାହା ସୂଚନା ଦେଲେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଋଷର ଜଣେ ବରିଷ୍ଠ ଅଧିକାରୀ ଏମିତି ଏକ ବୟାନ ଦେଇଛନ୍ତି ଯାହା ପୁରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଛି । ଋଷ ସୁରକ୍ଷା କାଉନସିଲର ଡେପୁଟି ସେକ୍ରେଟାରୀ ମିଖାଇଲ ପୋପୋଭ ନିଜ ନିଜ ଦାବିରେ ଭାରତ ସମେତ ପୁରା ଦୁନିଆକୁ ଦୋହଲାଇ ରଖି ଦେଇଛନ୍ତି । ମିଖାଇଲ ପୋପୋଭ ଦାବି କରି କହିଛନ୍ତି ଯେ, ୟୁକ୍ରେନ-ଋଷ ଯୁଦ୍ଧ ବେଳେ ଗତ ସପ୍ତାହରେ ହିଁ ଆମେରିକା ଋଷ ଠାରୁ ୪୩ ପ୍ରତିଶତ ଅଧିକ ତେଲ କିଣିଛି । ଅର୍ଥାତ ଆମେରିକା ଋଷ ଠାରୁ ପ୍ରତ୍ଯେକ ଦିନ ଏକ ଲକ୍ଷ ବ୍ୟାରେଲ ତେଲ କ୍ରୟ କରିଛି ।

ଏହି ଦାବିରେ ପୁରା ବିଶ୍ଵ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ସମସ୍ତେ ଆମେରିକା ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ଋଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇବା ସହ ଭାରତ ସହ ଅନେକ ଦେଶଙ୍କୁ ମଧ୍ୟ ଋଷ ସହ ବ୍ୟାପାର ନ କରିବାକୁ ଆମେରିକା ଧମକ ଦେଇଥିଲା । ଏପଟେ ଲଗାତାର ଭାରତ ଉପରେ ଚାପ ପକାଇ ସେପଟେ ନିଜେ ହିଁ ଋଷ ଠାରୁ ତେଲ କିଣୁଥିଲା । ତେବେ କେବଳ ଆମେରିକା ନୁହେଁ ବରଂ ପ୍ରତିବନ୍ଧକ ସତ୍ତ୍ୱେ ୟୁରୋପର ଅନେକ ଦେଶ ଏବେବି ଋଷ ଠାରୁ ତେଲ ଓ ଗ୍ଯାସ କିଣୁଛନ୍ତି ।

ଭାରତକୁ ଉପଦେଶ ଦେଉଥିବା ଆମେରିକା ଓ ବ୍ରିଟେନ ସମେତ ସମସ୍ତ ୟୁରୋପୀୟ ଦେଶଙ୍କ ଅସଲ ଚେହେରା ଏବେ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି । କିଛିଦିନ ପୂର୍ବରୁ ଭାରତର ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଏକଥା କହୁ ଥିବାର ଦେଖିବାକୁ ମିଳିଥିଲା । ସେ କହିଥିଲେ କି ଫେବୃୟାରୀରେ ଯୁଦ୍ଧ ଆରମ୍ଭ ହେବା ପରେ ମାର୍ଚ୍ଚରେ ରୁଷ ଠାରୁ ୟୁରୋପ ୧୫ ପ୍ରତିଶତ ଅଧିକ ତେଲ କ୍ରୟ କରିଛି ।

ଏସ. ଜୟଶଙ୍କର ଏକଥା କହୁଥିବା ବେଳେ ତାଙ୍କ ପାଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ମଧ୍ୟ ବସିଥିଲେ । କିନ୍ତୁ ସେ ଏହାର ପ୍ରତ୍ୟୁତ୍ତର ଦେଇ ନଥିଲେ । ୟୁନାଇଟେଡ ନେସନ୍ସ, ୟୁରୋପୀୟ ଯୁନିୟନ ପରି ଦୁଇ ସଂସ୍ଥା ଏବଂ ଆମେରିକା ପରି ଦେଶ ଦ୍ଵାରା ନିଆ ଯାଇଥିବା ନିଷ୍ପତ୍ତିର ପ୍ରଭାବ ଦୁନିଆର ଯେକୌଣସି ଦେଶର ଅର୍ଥନୀତି ଉପରେ ପଡୁଥିବାର ଦେଖିବାକୁ ମିଳେ । ବାତତମାନ ସମୟରେ ଏହି ଦୁଇ ସଂସ୍ଥା ଓ ଆମେରିକା ମିଳିତ ଭାବେ ଦୁନିଆର ୩୨ଟି ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

କୌଣସି କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ ସାବ୍ୟସ୍ତ କରିବା ପାଇଁ ଆମେରିକା ସବୁବେଳେ ଆର୍ଥିକ ପ୍ରତିବନ୍ଧକର ସାହାରା ନେଇ ଆସିଛି । ଏସବୁକୁ ଆମେରିକା ନିଜର ବୈଦେଶିକ ନୀତି ଭାବେ ଉପସ୍ଥାପନ କରେ । କିନ୍ତୁ ଏଥର ଭାରତ ଉପରେ ଆମେରିକାର କୌଣସି ପ୍ରଭାବ ପଡି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।