ପାକିସ୍ଥାନରେ ଅବିଶ୍ଵାସ ପ୍ରସ୍ତାବର ଭୋଟିଂ ପୂର୍ବରୁ ହିଁ ଇମ୍ରାନ ଖାନ ଏକ ବଡ ଖେଳ ଖେଳି ଦେଇଛନ୍ତି । ପାକିସ୍ତାନର ଜାତୀୟ ସଂସଦରେ ଇମ୍ରାନ ଖାନଙ୍କ ବିରୋଧରେ ଯେଉଁ ଅବିଶ୍ଵାସ ପ୍ରସ୍ତାବ ଅଣା ଯାଇଥିଲା ତାହାକୁ ଡେପୁଟି ସ୍ପିକର ଖାରଜ କରି ଦେଇଛନ୍ତି । ପାକିସ୍ତାନ ରାଷ୍ଟ୍ର ସଭାର ଡେପୁଟି ସ୍ପିକର କାସିମ ଖାନ ସୁରି ଆସନ୍ତା ୨୫ ଏପ୍ରିଲ ଯାଏଁ ସଂସଦ କାରବାର ମଧ୍ୟ ସ୍ଥଗିତ ରଖି ଦେଇଛନ୍ତି । କାସିମ ଖାନ ସୁରି ଗୋଟିଏ କ୍ଷଣରେ ହିଁ ପୁରା ଖେଳ ପାଲଟାଇ ଦେଇଛନ୍ତି ବୋଲି କୁହାଯାଉଛି ।

ଡେପୁଟି ସ୍ପିକର କାସିମ ଖାନ ସୁରି ପାକିସ୍ତାନ ତେହରିର ଇନସାଫ ପାର୍ଟିର ସଦସ୍ୟ ଅଟନ୍ତି ଏବଂ ବେଲୁଚିସ୍ଥାନର କୋଏଟାରୁ ରାଷ୍ଟ୍ର ସଭାର ସଦସ୍ୟ ଅଟନ୍ତି । କାସିମ ଖାନ ସୁରି ବେଲୁଚିସ୍ଥାନର ପ୍ରାନ୍ତରେ ପାକିସ୍ଥାନ ତେହରି ଇନସାଫ ପାର୍ଟିର ମୂଳଦୁଆ ରଖିବାରେ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ୧୯୯୬ ମସିହାରୁ ପାକିସ୍ତାନ ତେହରି ଇନସାଫ ପାର୍ଟିର ସକ୍ରିୟ ସଦସ୍ୟ ଭାବେ ଜଡିତ ଅଛନ୍ତି । କାସିମ ଖାନ ସୁରି ଅବିଶ୍ଵାସ ପ୍ରସ୍ତାବକୁ ଖାରଜ କରିବା ମାତ୍ରେ ହିଁ ଇମ୍ରାନ ଖାନ ଦେଶର ଜନତାଙ୍କୁ ସମ୍ବୋନ୍ଧିତ କରିଥିଲେ ।
ଇମ୍ରାନ ଖାନ କହିଥିଲେ କି, ସଂସଦ ଭଙ୍ଗ କରିବାକୁ ଓ ପୁନଃ ନିର୍ବାଚନ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲେ । ତେଣୁ ଦେଶର ଜନତା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉନ୍ତୁ ବୋଲି ଇମ୍ରାନ ଏହି ସମ୍ବୋଧନ ବେଳେ କହିଥିଲେ । ତେବେ ଡେପୁଟି ସ୍ପିକରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ ବୋଲି ବିପକ୍ଷ ସାଂସଦମାନେ କହିଛନ୍ତି । ଏଭଳି ସ୍ଥିତିରେ ପାକିସ୍ଥାନର ଆର୍ମି କଣ କହୁଛନ୍ତି ତାହା ଦେଖିବା ଅତ୍ୟନ୍ତ ରୋଚକ ହେବ ବୋଲି ଏକ୍ସପର୍ଟ ମାନେ କହୁଛନ୍ତି ।

ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛୁ କି, ପାକିସ୍ତାନର ରାଜନୈତିକ ଇତିହାସରେ ଏହା ପୂର୍ବରୁ ୧ ନଭେମ୍ବର ୧୯୭୯ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ବିରୋଧରେ ଓ ଏହାପରେ ୨୦୦୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସୌକତ ଅଜୀଜଙ୍କ ବିରୋଧରେ ମଧ୍ୟ ରାଷ୍ଟ୍ରୀୟ ସଭାରେ ଅବିଶ୍ଵାସ ପ୍ରସ୍ତାବ ପେଶ କରା ଯାଇଥିଲା । ଆଉ ସେହି ଦୁଇଥର ଯାକ ହିଁ ବିପକ୍ଷଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଥିଲା । ବର୍ତ୍ତମାନ ଇମ୍ରାନ ଖାନ ଆବେଦନ ପରେ ପାକିସ୍ତାନର ରାଷ୍ଟ୍ରପତି ସଂସଦ ଭଙ୍ଗ କରି ଦେଇଛନ୍ତି ।
ଏହାସହ ଇମ୍ରାନ ଖାନ ମଧ୍ୟ ନିଜ କ୍ଯାବିନେଟକୁ ଭଙ୍ଗ କରିବାକୁ ଘୋଷଣା କରିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏବେ ପାକିସ୍ତାନରେ ନିର୍ବାଚନ ହେବା ଧାର୍ଯ୍ୟ ବୋଲି ମାନାଯାଉଛି । ପାକିସ୍ତାନର ମନ୍ତ୍ରୀ ଫୱାଦ ଚୌଧୁରୀ ସୂଚନା ଦେଇଛନ୍ତି କି ତିନି ମାସ ଭିତରେ ପାକିସ୍ତାନରେ ନିର୍ବାଚନ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।