ସତ ହେବ କି ମାଳିକାରେ ଉଲ୍ଲେଖ ଥିବା ବଚନ ! ମହାବିପତ୍ତି ମାଡି ଆସୁଛି କି ? ଆଗକୁ ଆସୁଥିବା ବିପର୍ଯ୍ୟୟର ଆଭାସ ଦେଉଛି କି ଶ୍ରୀକ୍ଷେତ୍ରରେ ଘଟୁଥିବା ଘଟଣା ସବୁ ? ମାଳିକା କହୁଛି କି, ଯେତେବେଳେ ପାପର ଭାର ବଢିଯିବ ସେତେବେଳେ ହିଁ ଆରମ୍ଭ ହେବ ଧ୍ଵଂସ ଲୀଳା । ଆଉ ସେତେବେଳେ ପାପ ଓ ପାପୀଙ୍କ ନିପାତ କରିବା ପାଇଁ ମହାପ୍ରଭୁ ଖୋଦ ନିଜେ ଅସ୍ତ୍ର ଉଠାଇବେ । ବିଗତ କିଛି ବର୍ଷ ହେଲାଣି ଶ୍ରୀକ୍ଷେତ୍ରରେ ଯାହା ସବୁ ଘଟୁଛି ତାହା କୌଣସି ସୌଭାଗ୍ୟର ଘଟଣା ନୁହେଁ କିମ୍ବା ସେ ସବୁ କିଛି ଆକସ୍ମିକ ଭାବେ ଘଟି ଯାଉନି ।

ଏସବୁ ଘଟଣା ପଛରେ ରହିଛି ହୁଏତ କିଛି ମୁଖାପିନ୍ଧା ଆଜିର କଳାପାହାଡଙ୍କ ହାତ । ସେଦିନର ଶତ୍ରୁ କଳାପାହାଡ ସାମ୍ନା ସାମ୍ନି ଆସି ଆକ୍ରମଣ କରିଥିଲା । ଯାହାର ମୁକାବିଲା କରିଥିଲା ଉତ୍କଳ । ଆଉ ଏବେ ତ ଗଣ୍ଡା ଗଣ୍ଡା କଳାପାହାଡ, ସେ ପୁଣି ମୁଖାପିନ୍ଧା । ଏହି କଳାପାହାଡ ମାନେ ମୁହାଁମୁହିଁ ଆକ୍ରମଣ କରିବା ବଦଳରେ ଐତିହ୍ୟ ଓ ପରମ୍ପରା ଉପରେ ଲୁଚି ଛାପି ଆକ୍ରମଣ କରିବାରେ ଲାଗିଛନ୍ତି । କିନ୍ତୁ ଗତକାଲି ଯାହା ଘଟିଲା ତାହା ସବୁ ସୀମା ପାର କରି ଦେଇଛି ।
ଯେଉଁ ଚୁଲାରେ ଜଗନ୍ନାଥଙ୍କ ପାଇଁ ରୋଷେଇ ହୁଏ ଓ ଯେଉଁ ରୋଷେଇ ପ୍ରସାଦ ଭାବେ ଖାଇବାକୁ ଲକ୍ଷ ଲକ୍ଷ ଭକ୍ତ ଚାହିଁ ବସିଥାନ୍ତି, ସେହି ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଚୁଲା ଗୁଡିକୁ ଭାଙ୍ଗି ଦିଆ ଯାଇଛି । ଜଗନ୍ନାଥ ମନ୍ଦିରର ଇତିହାସରେ ଏଭଳି ଏକ ଘଟଣା ପ୍ରଥମ । ଯାହାକୁ ମନ୍ଦିରର ରୋଷେୟା ଓ ବ୍ରାହ୍ମଣଙ୍କ ସମେତ ସାରା ରାଜ୍ୟ ନିନ୍ଦା କରୁଛି ।

ଶ୍ରୀ ମନ୍ଦିରକୁ ନେଇ ଗୋଟିଏ ଗୋଟିଏ ପରେ ଗୋଟିଏ ଅଶୁଭ ଘଟଣା ମାନ ଘଟି ଚାଲିଛି । ଯାହାର ଉଲ୍ଲେଖ ମାଲିକାରେ ମଧ୍ୟ ରହିଛି । ତେବେ ଶ୍ରୀମନ୍ଦିରରେ ଏଭଳି ଏକ ଘଟଣା ଘଟିବା ପରେ ଏହି ଘଟଣାକୁ ନେଇ ମାଳିକା ବଚନ ଓ ଏଥିରେ ଲେଖାଥିବା ଭବିଷ୍ୟବାଣୀକୁ ନେଇ ବୁଦ୍ଧିଜୀବୀ ମାନେ ନାନା ପ୍ରକାରର ଚର୍ଚ୍ଚା କରୁଛନ୍ତି ।
ତେବେ ଏଭଳି ଘଟଣା ଓଡିଶା ବାସୀଙ୍କ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମିକ ଧାର୍ମିକ ଭାବନାକୁ କିଭଳି ପ୍ରହାରିତ କରିଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।