କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତୟଆକାଣ୍ଡ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ବିଷୟରେ ଦିନକୁ ଦିନ ନୂଆ ନୂଆ ସୁରାକ ମିଳିବାରେ ଲାଗିଛି ଆଉ ଖୋଲି ଚାଲିଛି ଅଭିଯୁକ୍ତ ଅପରାଧୀଙ୍କ କାରନାମାର କଚ୍ଚା ଚିଠା । କିନ୍ତୁ ଶର୍ମିଷ୍ଠାଙ୍କୁ ଓଢଣିରେ ମୁହଁ ଲୁଚେଇବା ପାଇଁ ଅନୁମତି ଦେବା ଉଚିତ ନୁହେଁ ବୋଲି କିଛି ଲୋକେ ମନ୍ତବ୍ୟ ଦେଉଛନ୍ତି । ମାନସଙ୍କୁ ଅପହରଣ ଭୁବନେଶ୍ଵରର ଦୟାଲ ଆଶ୍ରମରେ ତାଙ୍କୁ ରଖା ଯାଇଥିଲା ।

ସେହି ଆଶ୍ରମରେ ପିଟି ପିଟି ତାଙ୍କର ହତୟଆ କରା ଯାଇଥିବା କଥା ସାମ୍ନାକ୍ଲୁ ଆସିବା ପରେ ଉତ୍ତ୍ୟକ୍ତ ହେଉଛନ୍ତି ରାଜ୍ୟବାସୀ । କିପରି ଆଶ୍ରମ ଆଢୁଆଳରେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଚାଲିଥିଲା ଓ ଧରା ପଡିଯିବା ଭୟରେ କ୍ୟାମେରାମ୍ୟାନ ମାନସଙ୍କୁ ନିର୍ଦ୍ଦୟ ଭାବେ ହତୟଆ କରାଯାଇଛି ତାହା ଏବେ କ୍ରାଇମବ୍ରାଞ୍ଚ ଖୁଲାସା କରିଛି । ମାନସଙ୍କୁ ହତୟଆ କରାଯିବାର କିଛି ଦିନ ଯାଏଁ ଅଭିଯୁକ୍ତ ମାନେ ପୋଲିସ ଚକମା ଦେବାରେ ବେଶ ସଫଳ ହୋଇଥିଲେ ।
କିନ୍ତୁ ପୋଲିସ ଖୋଳତାଡ ଜାରି ରଖିଥିଲା । ଦୀର୍ଘ ଦିନ ଧରି ଛକାପଞ୍ଝା ଖେଳିବା ପରେ ପୋଲିସ ହାତରେ ଧରା ପଡିଥିଲେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ । ତାଙ୍କ ସହ ଆହୁରି କିଛି ପୁରୁଷ ସହଯୋଗୀ ମଧ୍ୟ ଥିଲେ । ସେମାନେ ସମସ୍ତେ ମିଶି ମାନସଙ୍କୁ ଅପହରଣ କରିବା ସହ ତାଙ୍କୁ ଆଶ୍ରମକୁ ଆଣି ନିର୍ଦ୍ଧୂମ ମାଆଡ ମାଆରିଥିଲେ । ଯାହାଫଳରେ ପଞ୍ଜରା ହାଡ ଭାଙ୍ଗିବା ସହ ମାନସଙ୍କ ମୃତ୍ୟୁ ହୋଇଥିଲା ।
ଆଉ ଏହାପରେ ନୟାଗଡ ଜିଲ୍ଲାର ଏକ ଗାଁ ପାଖକୁ ନେଇଯାଇ ସେଠାରେ ମାନସଙ୍କ ଶବକୁ ପୋତି ଦେଇଥିଲେ । ଆଉ ଭାବିଥିଲେ କି ଏଖି କିଛି ଜାଣି ପାରିବେନି ସେମାନେ ଖସିଯିବେ । କିନ୍ତୁ ସତ୍ୟ ହେଉଛି ନିଆଁ ପିଣ୍ଡୁଳା ଯାହାକୁ କେହି ବି ନିଜ ଅଣ୍ଟିରେ ଲୁଚେଇ ରଖିପାରନ୍ତି ନାହିଁ । ସେହିପରି ଶର୍ମିଷ୍ଠା ଧରାହେବା ପରେ ତାଙ୍କୁ ଜେରା ଆରମ୍ଭ କରି ଦେଇଛି କ୍ରାଇମବ୍ରାଞ୍ଚ । କିନ୍ତୁ ଯେଉଁ ସ୍ଥାନକୁ ବି ତାଙ୍କୁ ନିଆଯାଉଛି ସେ ମୁଣ୍ଡରେ ଓଢଣା ଦେଇ ମୁହଁ ଲୁଚାଇ ରହୁଥିବାର ଦେଖିବାକୁ ମିଳୁଛି ।

କିନ୍ତୁ ଏହିଭଳି ଅପରାଧୀ ମୁହଁ ଲୁଚେଇବା ଉଚିତ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି ଶର୍ମିଷ୍ଠାଙ୍କ ଆପାର୍ଟମେଣ୍ଟରେ ରହୁଥିବା ଜଣେ ବାସିନ୍ଦା । ଶର୍ମିଷ୍ଠା ଯେଉଁ ପାପ କରିଛନ୍ତି ସେ ମୁହଁ ଢାଙ୍କିବା ପାଇଁ ବି ଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।