ସୌର ଜଗତର ସବୁ ଗ୍ରହ ସୂର୍ଯ୍ୟଙ୍କ ଠାରୁ ଶକ୍ତି ଗ୍ରହଣ କରନ୍ତି ବୋଲି ଆମେ ଜାଣିଛୁ । ଆଉ ଏହାବି ଜାଣିଛୁ କି ଆମ ରାଶି ଉପରେ ପ୍ରତ୍ଯେକ ଗ୍ରହର କିଛି ନା କିଛି ପ୍ରଭାବ ପଡିଥାଏ । ସେଥିପାଇଁ ଗ୍ରହଙ୍କୁ ଶାନ୍ତ ରଖିବା ପାଇଁ ପ୍ରତ୍ଯେକ ଦିନ ଅନୁସାରେ ଆମେ ଅନେକ ପ୍ରକାର ପୂଜାବିଧି ଓ ଉପାୟ କରିଥାଉ । କିନ୍ତୁ ରବିବାର ଦିନକୁ ଛୁଟି ଦିନ ଭାବି ଆରାମ କରିଥାଉ ଓ ମନ ପସନ୍ଦର ଖାଦ୍ଯ ଖାଇଥାଉ । ହେଲେ ଏପରି କରିବା ଠିକ ନା ଭୁଲ ଆସନ୍ତୁ ଜାଣିବା ।

ରବିବାର ହେଉଛି ସୂର୍ଯ୍ୟଦେବଙ୍କ ବାର । ଆମ ଜାତକରେ ଯଦି ସୂର୍ଯ୍ୟଦେବ ଦିଗ ବଦଳାଇ ଥାଆନ୍ତି ତେବେ ଆମକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ଏହିଦିନ କିଛି ଏପରି କାମ ରହିଛି ଯାହା କରିବା ଦ୍ଵାରା ସୂର୍ଯ୍ୟଦେବ ଅପ୍ରସନ୍ନ ହୋଇଥାନ୍ତି, ତେଣୁ ସେହିସବୁ କାର୍ଯ୍ୟ କରିବାରୁ ବଞ୍ଚିତ ହେବା ଉଚିତ । ରବିବାର ଦିନ ବରଗଛରେ ଜଳ ଚଢାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ, ତେଣୁ ଭୁଲରେ ବି ଏହା କରନ୍ତୁ ନାହିଁ । ଆପଣ ଚାହିଁଲେ କେବଳ ଗୋଟିଏ ଘିଅର ଦୀପ ବରଗଛ ମୂଳେ ଜଳାଇ ପାରିବେ ।
ରବିବାର ଦିନ ଆରାମ କରିବାର ଦିନ ଭାବି ଆମେ ଡେରି ଯାଏଁ ଶୋଇଥାଉ । କିନ୍ତୁ ଆପଣ ଯଦି ସୂର୍ୟଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠି ସ୍ନାନ କରି ଏକ ତମ୍ବା ଢାଳରେ ସିନ୍ଦୁର ଓ ଚାଉଳ ରଖି ସୂର୍ଯ୍ୟଦେବାଙ୍କୁ ଜଳ ଅର୍ପଣ କରନ୍ତୁ । ସଂପୂର୍ଣ୍ଣ ମନ ସହ ସୂର୍ଯ୍ୟଦେବଙ୍କ ଉପାସନା କଲେ ଆଶୀର୍ବାଦ ଅବଶ୍ୟ ପାଇବେ ।

ରବିବାର ଦିନ ଚୁଟିରେ ତେଲ ଲଗାନ୍ତୁ ନାହିଁ କି ଚୁଟି କାଟନ୍ତୁ ନାହିଁ । ନିଜ ରାଶିରେ ସୂର୍ଯ୍ୟଙ୍କୁ ପ୍ରବଳ ସ୍ଥାନକୁ ଆଣିବା ପାଇଁ ତେଲ ଅର୍ପଣ କରନ୍ତୁ । ଏହି ଉପାୟ ଦ୍ଵାରା ଆପଣ ଭବିଷ୍ୟତରେ ଆସିବାକୁ ଥିବା ଦୁର୍ଘଟଣାରୁ ବଞ୍ଚିତ ହେବେ ।ମନ୍ଦିରରେ ଦେଖିଥିବେ ମସୁର ଡାଲିର ବ୍ୟଞ୍ଜନ ବନାଯାଏ ନାହିଁ କି କୌଣସି ମହାପୁରୁଷଙ୍କୁ ଏହା ଅର୍ପଣ କରାଯାଏ ନାହିଁ । ତେଣୁ ରବିବାର ଦିନ ମସୁର ଡାଲି ଖାଇବା ଉଚିତ ନୁହେଁ । ଏହାକୁ ନକରାତ୍ମକ ଶ୍ରେଣୀରେ ରଖାଯାଇଛି ।
ଏହାସହ ପିଆଜ, ରସୁଣ ଓ ଅଦା ମଧ୍ୟ ରବିବାର ଦିନ ଭୋଜନ କରିବା ଉଚିତ ନୁହେଁ, କାରଣ ଏସବୁକୁ ମଧ୍ୟ ତାମସିକ ଶ୍ରେଣୀରେ ରଖାଯାଇଛି । ଆପଣଙ୍କ ଜାତକରେ ସୂର୍ଯ୍ୟଦେବଙ୍କ କୁଦୃଷ୍ଟି ରହିଥିଲେ ଆପଣ କିଛି ସମୟ ପାଇଁ ଏହିସବୁ ଜିନିଷ ସେବନ ବନ୍ଦ କରିଦେବ ଉଚିତ ।

ଯଦି ଆପଣ ସନ୍ତାନ ପ୍ରାପ୍ତିରେ ଇଚ୍ଛା ରଖିଛନ୍ତି ତେବେ ରବିବାର ଦିନ ସୂର୍ଯ୍ୟଦେବଙ୍କ ବ୍ରତ ପାଳନ କରନ୍ତୁ ଏବଂ ସନ୍ଧ୍ୟା ପରେ ବିନା ଲୁଣରେ ତିଆରି ଭୋଜନର ସେବନ କରନ୍ତୁ । ନାଲି ଶାଗ ଶୀଘ୍ର ଉଠିଥାଏ ଓ ଶୀଘ୍ର ମରିଯାଇ ଥାଏ । ତେଣୁ ରବିବାର ଦିନ ଏହିପରି ଅଳ୍ପ ଆୟୁଷ ଥିବା ଜିନିଷର ଭୋଜନ କରନ୍ତୁ ନାହିଁ । ଏମିତି ତ କେଉଣ୍ଡୀନ ବି ମାଛ, ମାଂସ ସେବନ କରିବା ଉଚିତ ନୁହେଁ ।
କିନ୍ତୁ ମାଛ ସୂର୍ଯ୍ୟଦେବଙ୍କ ଉପାସକ ଅଟେ, ତେଣୁ ବିଶେଷ କରି ରବିବାର ଦିନ ମାଛ ଖାଇବା ଉଚିତ ନୁହେଁ । ରୋଗମୁକ୍ତ ରହିବା ପାଇଁ ଚାହୁଁଥିଲେ ରବିବାର ଦିନ ତେଲ ଓ ଲୁଣରେ ତିଆରି ବ୍ୟଞ୍ଜନ ସେବନ କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।