ନିଶାରେ ଚୁର୍ ବର କନ୍ୟା ବଦଳରେ ଶାଶୁକୁ ପିନ୍ଧାଇଲା ବରଣମାଳ, ଆଉ ତା’ପରେ ଯାହା ହେଲା ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ Video

ବୋବାଲ କରିଦେଲା ମଦୁଆ ଜ୍ଵାଇଁ । କନ୍ୟା ବଦଳରେ ଶାଶୁଙ୍କୁ ପିନ୍ଧାଇଲା ଗଜରା ମାଳ । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । କଥାରେ ଅଛି ମଦ ନିଶା ମଣିଷକୁ କଣ ନକରେ । ପେଟରେ ନାଲି ପାଣି ଟିକେ ପଡିଗଲେ କଥା ସରିଲା । ସ୍ଥାନ, କାଳ, ପାତ୍ର ସବୁ ଭୁଲି ମଣିଷ କଣ କରେ ସେକଥା ସେ ନିଜେ ବି ଜାଣି ପାରେନି । ଆଉ ଠିକ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଆପଣ ବି ଦେଖି ପାରୁଥିବେ ଏହି ଭାଇରାଲ ଭିଡିଓ ।

ବରଟି ନିଶାରେ କିପରି ଟଳମଳ ହେଉଛି । ଓ କନ୍ୟା ବଦଳରେ କନ୍ୟା ପାଖରେ ଠିଆ ହୋଇଥିବା ଶାଶୁଙ୍କୁ ଫୁଲମାଳ ପକାଉଛି । ଏତେ ନିଶା ଯେ ସେ ନିଜ ସିଧା ହୋଇ ଠିଆ ବି ହୋଇପାରୁନି । ମଦ୍ୟପ ବରଟି ନିଜ କନ୍ୟାଙ୍କ ବେକରେ ଫୁଲମାଳ ପକାଇବା ବଦଳରେ ନିଜ ଶାଶୁଙ୍କ ବେକରେ ଫୁଲମାଳ ପକାଇ ଦେଉଛନ୍ତି । ଆଉ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ସୋସିଆଲ ମିଡିଆରେ ଆପଣ ମଦ୍ୟପ ତଥା ମଦ୍ୟ ପାନକାରୀଙ୍କ ଅନେକ ଭିଡିଓ ଦେଖିଥିବେ । କିଏ ମଦ ପେଟେ ପିଇ ରାସ୍ତାରେ ଶୋଇ ପଡିଥିବାର ତ କିଏ ଡ୍ୟାନ୍ସ ଆଦି କରୁଥିବାର ଭିଡିଓ ସବୁ ଆଗରୁ ଆପଣ ଦେଖିଥିବେ । ହେଲେ ଏହି ଭିଡିଓ ପୂରାପୂରି ଭିନ୍ନ ରହିଛି । ତେବେ ଇନଷ୍ଟାଗ୍ରାମରେ ଏବେ ଏହି ଭିଡିଓଟି ବେଶ ଭାଇରାଲ ହେଉଛି । ଯେଉଁଥିରେ ବର ପାତ୍ର ପ୍ରବଳ ମଦ ପିଇ ବିବାହ କରିବାକୁ ଯାଇଛନ୍ତି ।

ଆଉ ଏହି ସମୟରେ ବ୍ରାହ୍ମଣ ଯେତେବେଳେ ତାଙ୍କୁ ବରଣମାଳା ଦେବାକୁ କହିଛନ୍ତି ସେତେବେଳେ ସେ ନିଶାରେ କନ୍ୟା କିଏ ଓ ଶାଶୁ କିଏ ଜାଣି ପାରୁ ନାହାନ୍ତି । ତରତର ହୋଇ ହେଉ କିମ୍ବା ମଦ ନିଶାରେ ହେଉ ବର ଜଣକ ସାଙ୍ଗେ ସାଙ୍ଗେ ନିଜ ଶାଶୁଙ୍କ ବେକରେ ଫୁଲମାଳ ପକାଇ ଦେଇଥିଲେ । ଆଉ ମଣ୍ଡପରେ ଠିଆ ହୋଇଥିବା ଲୋକମାନେ ଏହାକୁ ଦେଖିବାକୁ ମାତ୍ରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି । ଆଉ କିଛି ସମୟ ପରେ ସେ ମୁଣ୍ଡ ହଲାଇ କନ୍ୟା ବେକରେ ଫୁଲମାଳ ପକାଇବାକୁ ଚେଷ୍ଟା ବି କରୁଛନ୍ତି ।

ହେଲେ ସେ ବିଫଳ ହୋଇ ସୋଫାରେ ପଡି ଯାଉଛନ୍ତି । ଏହି ଭିଡିଓର କମେଣ୍ଟରେ ଏହି ବର କାହାର ବୋଲି ଅନେକ ପ୍ରଶ୍ନ କରୁଛନ୍ତି । କେହି କେହି କହୁଛନ୍ତି କି ବିବାହ ଖୁସିରେ ବର ଖୁବ୍ ମଦ ମଦ ଦେଇଛି । ତେବେ ଜଣେ ବରପାତ୍ର ବିବାହକୁ ମଦ ପିଇ ଯିବା ସହ ଏମିତି କାଣ୍ଡ କରିବାକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।