ଆଜିର ସମୟରେ ପ୍ରତ୍ଯେକଙ୍କ ଘରେ କେହି ନା କେହି ଅଣ୍ଟା ବିନ୍ଧା ଭଳି ସମସ୍ଯା ଭୋଗୁଛନ୍ତି । ଏହି ସମସ୍ଯା ଥରେ ଆରମ୍ଭ ହେଲେ ବହୁତ ଅଧିକ କଷ୍ଟ ଭୋଗିବାକୁ ପଡେ । ଏଥିରୁ ଉପଶମ ପାଇବା ପାଇଁ ଆମେ ଅନେକ ପ୍ରକାର ଉପାୟ କରିଥାଉ ବା ମେଡ଼ିସିନ ଖାଇଥାଉ । ଏହା ଉଭୟ ପୁରୁଷ ଓ ମହିଳାଙ୍କ ଥରେ ଦେଖାଯାଏ । ତେବେ ଆପଣଙ୍କ ଅଣ୍ଟା ବିନ୍ଧା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଚମତ୍କାରୀ ଘରୋଇ ଉପାୟ ।
ଅଣ୍ଟା ବିନ୍ଧା ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ତିନୋଟି ରସୁଣ ପାଖୁଡାର ଆବଶ୍ୟକ ହେବ । ତିନୋଟି ରସୁଣ ପାଖୁଡା ନେଇ ଏହାର ଚୋପାକୁ ଭଲ ଭାବେ ଛଡେଇ ଦିଅନ୍ତୁ ଓ ଏହାକୁ ହେମଦସ୍ତା ପରି କୌଣସି ଏକ ଜିନିଷ ସାହାଯ୍ୟରେ ଛେଚି ଭଲ ଭାବେ ଏକ ଫାଇନ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ଏକ ଫାଇନ ପେଷ୍ଟରେ ପରିଣତ ହେବା ଯାଏଁ ଛେଚନ୍ତୁ । ଏବେ ଆପଣ ଏହି ରସୁଣ ପେଷ୍ଟକୁ ଛାଣି ଏହାର ରସ ବାହାର କରି ଦିଅନ୍ତୁ ।
ଏହି ପ୍ରକାରରେ ଆପଣ ଅତି ସହଜରେ ରସୁଣ ରସ ବାହାରି କରି ପାରିବେ । ଏହାକୁ ଛାଣିବା ପାରେ ଆପଣଙ୍କୁ ଅଧା ଚାମୁଚ ପାଖାପାଖି ରସୁଣ ରସ ମିଳିଯିବ । ଏବେ ଆପଣଙ୍କୁ ଆବଶ୍ୟକ ହେବ ଫାଳେ କାଗିଜି ଲେମ୍ବୁର ରସ । ଏହି ରସୁଣ ରସରେ ଆପଣ ଫାଳେ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ଉପଚାର ପ୍ରାୟ ପ୍ରସ୍ତୁତ ହୋଇଗଲାଣି ।
ଏବେ ଆପଣ ଏହି ଉପଚାରରେ ଅଧା କମ୍ ପାଣି ମିଶାନ୍ତୁ । ଏବେ ଆପଣଙ୍କ ଅଣ୍ଟା ବିନ୍ଧାକୁ ଦୂର କରିବା ପାଇଁ ଘରୋଇ ଉପଚାରଟି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲା । ଅଣ୍ଟା ବିନ୍ଧା ସମସ୍ଯାକୁ ଦୂର କରିବା ପାଇଁ ଆପଣ ଏହି ଉପଚାରକୁ ଦିନକୁ ଦୁଇ ଥର ବନେଇ ସେବନ କରନ୍ତୁ । ପ୍ରଥମେ ସକାଳୁ ଜଳଖିଆ ଖାଇବାର ଅଧଘଣ୍ଟା ପାରେ ଏହାକୁ ସେବନ କରନ୍ତୁ ଏବଂ ଦ୍ଵିତୀୟରେ ସନ୍ଧ୍ୟା ସମୟରେ ଚାହା କିମ୍ବା ନାସ୍ତା କରିବାର କିଛି ସମୟ ପାରେ ଏହାକୁ ସେବନ କରନ୍ତୁ ।
ଏହିପରି ଭାବେ ଦିନକୁ ଦୁଇଥର ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଅଣ୍ଟା ବିନ୍ଧା ଭଳି ସମସ୍ଯା ଏକଦମ ଭଲ ହୋଇଯିବ । ଯଦି ଆପଣଙ୍କର ବ୍ୟାକ ପେନ୍ ସମସ୍ଯା ନୂଆରେ ଆରମ୍ଭ ହୋଇଛି ତେବେ ଏହାକୁ ସେବନ କରିବା ମାତ୍ରେ ତୁରନ୍ତ ଆରାମ ମିଳିବ ।
ଯଦି ଆପଣଙ୍କ ଅଣ୍ଟା ବିନ୍ଧା ଟିକେ ପୁରୁଣା ଅଟେ ତେବେ ଆପଣ ଏହି ଡ୍ରିଙ୍କକୁ ୩ଦିନ, ୭ଦିନ କିମ୍ବା ୧୫ଦିନ ଭଳି ସେବନ କରିପାରିବେ । ଏଥିରୁ ଆପଣଙ୍କ ଶରୀରକୁ କୌଣସି କ୍ଷତି ପହଞ୍ଚି ନଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।