ବ୍ୟସ୍ତବହୁଳ ରାସ୍ତା ଉପରେ ସମସ୍ତଙ୍କ ଆଗରେ ଯୁବତୀଙ୍କୁ ମାଡ ମାରୁଛନ୍ତି ଯୁବକ । ଏତେ ଲୋକ ଅଛନ୍ତି କିନ୍ତୁ କେହି ତାଙ୍କୁ ଅଟକାଇବାକୁ ପ୍ରୟାସ କରୁ ନାହାନ୍ତି । କୌଣସି ଝିଅ ଉପରେ ହାତ ଉଠାଇବା ବିଲକୁଲ ଗ୍ରହଣୀୟ ନୁହେଁ, ତାହା ପୁଣି ବିଚ୍ ରାସ୍ତାରେ ସମସ୍ତଙ୍କ ଆଗରେ । ଶେଷରେ ଜଣେ ବ୍ୟକ୍ତି ଆସି ଉକ୍ତ ଝିଅଙ୍କୁ ରକ୍ଷା କଲେ । ଏହି ଦୃଶ୍ୟଟି ହେଉଛି ଭୁବନେଶ୍ବର ରାଜରାସ୍ତାର । କୁହାଯାଉଛି କି ଭୁବନେଶର ବିଧାନସଭା ସାମ୍ନା ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାର ଦୃଶ୍ୟ ବୋଲି ।
ଏହି ଘଟଣା ଯୋଗୁଁଣ ଉକ୍ତ ସ୍ଥାନରେ ଜନଗହଳି ବଢି ଯାଇଥିଲା । ଏକଥା ସତ ଯେ ଝିଅ ହେଉ ବା ପୁଅ କେହିବି ଆଇନକୁ ହାତକୁ ନେବା ଗ୍ରହଣୀୟ ନୁହେଁ । କେହି କାହା ଉପରକୁ ହାତ ଉଠେଇବା ବା ମାରିବା ପିଟିବା ଏକ ଅପରାଧ ଅଟେ । ତେବେ ଝିଅ ମାଡ ଖାଇବା ପୂର୍ବରୁ ସେହି ଜାଗାର ଆଉ ଏକ ଦୃଶ୍ୟ ମଧ୍ୟ ଦେଖନ୍ତୁ, ଯାହା କିଛି ସମୟ ପୂର୍ବରୁ ରେକର୍ଡ କରା ଯାଇଥିଲା । ଏଥିରେ ସ୍ଥିତି ଏକଦମ ଅଲଗା । ପ୍ରଥମ ଭିଡିଓରେ ଯୁବତୀ ଜଣେ ସ୍ଵିଗୀ ଗଞ୍ଜି ପିନ୍ଧିଥିବା ଯୁବକଙ୍କ ଠାରୁ ମାଡ ଖାଉଥିଲେ ।
ହେଲେ ଏଠି ନିଜ ଗାଡି ଉପରେ ବସିଥିବା ଜଣେ ଯୁବକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ସେହି ଯୁବତୀ ତାଙ୍କୁ ହାତ ଉଠାଇ ମାଡ ମାରୁଛନ୍ତି । ଏହି ଜନଗହଳି ପୂର୍ଣ୍ଣ ରାସ୍ତା ଉପରେ ଅନେକ ସମୟ ଧରି ଏହି ଡ୍ରାମା ଚାଲିଥିଲା । ସେହି ଯୁବକଙ୍କ ସହ ଉକ୍ତ ଯୁବତୀଙ୍କର କୌଣସି କାରଣରୁ ମନାନ୍ତର ବା ମତାନ୍ତର ହୋଇଥିବା ଜଣାପଡିଛି । ଯାହାକୁ ନେଇ ଯୁବତୀ ଜଣକ ରାସ୍ତା ଉପରେ ଗଣ୍ଡଗୋଳ ଆରମ୍ଭ କରି ଦେଇଥିଲେ । ରାସ୍ତାରେ ଯିବା ଆସିବା ଲୋକ ଏହାକୁ ଦେଖୁଥିଲେ ଓ କେହି କେହି ଏହାର ଭିଡିଓ ମଧ୍ୟ କରୁଥିଲେ ।
ରାସ୍ତାରେ ଟ୍ରାଫିକ ଜାମ୍ ହୋଇଥିଲା କିନ୍ତୁ ମ୍ଯୁନିସିପାଲିଟି କିମ୍ବା ପୋଲିସ ସେଠାକୁ ଅଟକାଇବା ପାଇଁ ଆସି ନଥିଲେ । ଯୁବତୀଙ୍କୁ କେହି କେହି ଅଟକାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ସେମାନଙ୍କୁ ମଧ୍ୟ ଗାଳି କରିଥିଲେ । ସ୍ଵିଗୀ ଗଞ୍ଜି ପିନ୍ଧିଥିବା ଯୁବକଙ୍କୁ ମଧ୍ୟ ଯୁବତୀ ଜଣକ ଗାଳି ଦେଇଥିଲେ । ଯାହାପରେ ଯୁବକ ଜଣକ ରାଗି ଯାଇ ସେହି ଯୁବତୀଙ୍କୁ ମାଡ ମାରିଥିଲେ । କୁହାଯାଉଛି ଖବର ସଂଗ୍ରହ ପାଇଁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଯୁବତୀ ଛାଡି ନଥିଲେ ।
ତେବେ ବିଧାନସଭା ଭଳି ସମ୍ବେଦନଶୀଳ ସ୍ଥାନରେ ଏପରି ଘଟଣା ଘଟିଥିଲେ ମଧ୍ୟ ପୋଲିସର ଦେଖା ନଥିଲା । ସେ ଯାହାବି ହେଉ ରାସ୍ତା ଉପରେ ଏପରି ଗଣ୍ଡଗୋଳ କରିବା ବିଲକୁଲ ଗ୍ରହଣୀୟ ନୁହେଁ । ବାପାମା ଓ ପରିବାର ଲୋକେ ସଂସ୍କାର ଦେଇ ନଥିଲେ ଯୁବକ-ଯୁବତୀ ଏଭଳି ଉଭ୍ରାନ୍ତ ହେବା ସ୍ଵାଭାବିକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।