ଶୁକ୍ର ଗ୍ରହଙ୍କୁ କଳା, ସଙ୍ଗୀତ, ଭୋଗବିଳାସ, ଧନଧାନ୍ୟ ଓ ଐଶ୍ଵର୍ଯ୍ୟର ସବୁଠୁ ବଡ କାରକ ବୋଲି ମାନା ଯାଇଥାଏ । ଆଜି ଠାରୁ ଏହି ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ତଥା ମକର ରାଶିରୁ ବାହାରି କୁମ୍ଭ ରାଶିରେ ଗୋଚର କରିବାକୁ ଯାଉଛନ୍ତି । ଯାହାଫଳରେ କୀଚଚି ରାଶିଙ୍କ ଉପରେ ଏହାର ଭଲ ପ୍ରଭାବ ପଡିବାକୁ ଯାଉଥିବା ବେଳେ ଆଉ କିଛି ରାଶିରେ ଏହାର ଖରାପ ପ୍ରଭାବ ମଧ୍ୟ ପଡିପାରେ । ତେବେ ଚାଲନ୍ତୁ ଦେଖିବା କେଉଁ ରାଶିରେ ଶୁକ୍ରଙ୍କ ରାଶି ପରିବର୍ତ୍ତନର ଶୁଭଫଳ ପଡିବାକୁ ଯାଉଛି ।

ମେଷ ରାଶିଙ୍କ ପାଇଁ ଏହି ପରିବର୍ତ୍ତନ ବେଶ ଲାଭଦାୟକ ରହିବ ଓ ଶୁକ୍ର ୧୧ତମ ଭାବରେ ଗୋଚର କରୁଥିବାରୁ ଭୋଗବିଳାସ ଓ ମନୋରଞ୍ଜନରେ ବୃଦ୍ଧି ହେବ । କାର୍ଯ୍ୟ ଓ କାରବାର କ୍ଷେତ୍ରରେ ସଫଳତା ମିଳିବା ସହ ପ୍ରଚୁର ଧନ ଲାଭ ମଧ୍ୟ ହେବ । ବୃଷ ରାଶିଙ୍କ ପାଇଁ ମଧ୍ୟ ଏହି ପରିବର୍ତ୍ତନ ବେଶ ଲାଭଦାୟକ ରହିବ । ଆପଣଙ୍କୁ ଧନ ଐଶ୍ଵର୍ଯ୍ୟର ପ୍ରାପ୍ତି ହେବ ଓ କାର୍ଯ୍ୟସ୍ଥଳରେ ସାମାନ୍ଯ ପ୍ରତିଯୋଗୀତାର ସମୁଖୀନ ହେବାକୁ ପଡିପାରେ । କିନ୍ତୁ ଶେଷରେ ଆପଣଙ୍କୁ ଲାଭ ମିଳିବ । ପାରିବାରିକ ଜୀବନ ଶାନ୍ତ ରହିବ ।
ମିଥୁନ ରାଶିଙ୍କ ଭାଗ୍ୟର ଦ୍ଵାର ଖୋଲିଯିବ । ଜୀବନରେ ସୁଖ ସମୃଦ୍ଧି ପାଇବ ଓ ଆପଣଙ୍କ ସବୁ କାର୍ଯ୍ୟରେ ଉନ୍ନତି ଦେଖିବାକୁ ମିଳିବ । ଭଲ ଚାକିରିଟିଏ ମିଳିପାରେ । ଯେକୌଣସି କାର୍ଯ୍ୟକ୍ଷେତ୍ରରେ ବା ବ୍ୟବସାୟରେ ଥାନ୍ତୁ ସେଥିରେ ନିଶ୍ଚୟ ସଫଳତା ପ୍ରାପ୍ତି ହେବ ।

କର୍କଟ ରାଶିଙ୍କ ପାଇଁ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ସେତେଟା ଭଲ ରହୁନାହିଁ ତେଣୁ ଆପଣଙ୍କୁ ସାବଧାନ ରହିବାକୁ ହେବ । କିଛି ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଦେଇପାରେ ତେଣୁ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଅଯଥା ଖର୍ଚ୍ଚ ମଧ୍ୟ ବଢିପାରେ ତେଣୁ ଅଧିକ ଭୋଗବିଳାସ ଠାରୁ ଦୂରେଇ ରୁହନ୍ତୁ । କୌଣସି ନିବେଶ କରିବାରୁ ମଧ୍ୟ ବଞ୍ଚିତ ରୁହନ୍ତୁ ।
ସିଂହ ରାଶିଙ୍କୁ କେବଳ ସୁଖ ହିଁ ସୁଖ ମିଳିବ । ଏମାନଙ୍କ ବୈବାହିକ ଜୀବନ ସୁଖମୟ ହେବ ଓ ଅବିବାହିତ ଥିଲେ ବିବାହର ଯୋଗ ବନୁଅଛି । ଆପଣକ କାର୍ଯ୍ୟକ୍ଷେତ୍ର ଓ ବ୍ୟବସାୟରେ ବଡ ସଫଳତା ଦେଖିବାକୁ ମିଳିବ ।
କନ୍ୟା ରାଶି ପାଇଁ କିନ୍ତୁ ଏହି ସମୟ ସେତେଟା ଭଲ ରହି ନପାରେ । ଧନହାନିର ଆଶଙ୍କା ରହିବା ସହ କରଜ ବଢିପାରେ । ଏହି ସମୟରେ କୌଣସି ଧନ ନିବେଶ ନ କରିବା ଆପଣଙ୍କ ପାଇଁ ଉଚିତ ହେବ ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ ।

ତୁଳା ରାଶି । ଏମାନଙ୍କ ସ୍ଵାମୀ ଗ୍ରହ ଶୁକ୍ର ତେଣୁ ଏମାନଙ୍କ ପାଇଁ ଏହି ଗୋଚର ବେଶ ଭଲ ରହିବ । ପ୍ରେମ ସମ୍ବନ୍ଧରେ ଦୃଢତା ଆସିବା ସହ ବିବାହର ଯୋଗ ମଧ୍ୟ ବନୁଅଛି । କାର୍ଯ୍ୟ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବଡ ସଫଳତା ପ୍ରାପ୍ତ ହେବ ।
ବିଛା ରାଶିଙ୍କ ପାଇଁ ଏହି ସମୟରେ ସୁଖ ସାଧନ ବଢିବାକୁ ଯାଉଛି । ଏହି ସମୟରେ ଆପଣ କୌଣସି ଘର, ଜମି କିମ୍ବା ଯାନାବାହନ କିଣିବାକୁ ଯୋଜନା କରିଥିଲେ କିଣିପାରିବେ । କାର୍ଯ୍ୟକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଉଭୟରେ ଆପଣଙ୍କୁ ଲାଭ ହେବ ।
ଧନୁ ରାଶିଙ୍କ ବ୍ୟକ୍ତିଙ୍କ ପରାକ୍ରମ ଏହି ସମୟରେ ବୃଦ୍ଧି ହେବ । ଖାଦ୍ଯ ସାମଗ୍ରୀକୁ ନେଇ କୌଣସି ବେପାର ରହିଥିଲେ ସେଥିରେ ଖୁବ ବୃଦ୍ଧି ହେବ । ପାରିବାରିକ ଜୀବନ ଭଲ ରହିବ ଓ ଧନ ଲାଭର ପ୍ରବଳ ଯୋଗ ବନୁଅଛି ।

ମକର ରାଶି ପାଇଁ ମଧ୍ୟ ଶୁକ୍ରଙ୍କ ଏହି ଗୋଚର ବେଶ ଭଲ ରହିବ । ଧନ ପ୍ରାପ୍ତି ହେବାର ଯୋଗ ବନିବା ସହ ଆପଣଙ୍କ ମନ ମଧ୍ୟ ଏହି ସମୟରେ ପ୍ରସନ୍ନ ରହିବ । ସବୁ ଦୃଷ୍ଟିରୁ ଶୁକ୍ରଙ୍କ ଏହି ଗୋଚର ଆପଣଙ୍କ ପାଇଁ ଭଲ ରହିବ ।
କୁମ୍ଭ ରାଶିର ଲଗ୍ନରେ ଶୁକ୍ର ରହୁଥିବାରୁ କଳା ସଙ୍ଗୀତ ପ୍ରତି ଆପଣଙ୍କ ରୁଚି ବଢିବ ଏହାସହ ଅନେକ କ୍ଷେତ୍ରରେ ଉନ୍ନତି ଆସିବ । ଆପଣ ଯେଉଁ କ୍ଷେତ୍ରରେ ଅଛନ୍ତି ସେଥିରେ ସଫଳତା ପାଇବେ ଓ ଆପଣ ଖୁସିମିଜାଜ ସ୍ଵଭାବର ରହିବେ ।
ମୀନ ରାଶିର ୧୨ତମ ଭାବରେ ଶୁକ୍ର ରହୁଛନ୍ତି ତେଣୁ ଆପଣଙ୍କ ଅଯଥା ଖର୍ଚ୍ଚ ହେବାର ସମ୍ଭାବନା ରହିବ । ଆପଣ ଭୋଗବିଳାସରେ ଅଧିକ ଖର୍ଚ୍ଚ କରିପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯା ମଧ୍ୟ ଉପୁଜିପାରେ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।