SBI ଆଣିଲା ଗ୍ରାହକଙ୍କ ପାଇଁ ଏକ Special Scheme, ଯେଉଁଥିରେ ଆପଣ ମାସକୁ ପାଇ ପାରିବେ 10 ହଜାର ଟଙ୍କା, ଦେଖନ୍ତୁ କିପରି ?

ଏସବିଆଇ ର ଏହି ସ୍ପେଶାଲ ସ୍କିମରେ ଘରେ ବସି ହାତକୁ ଆସିବ ଟଙ୍କା । ମାସକୁ ମିଳିବ ୧୦ ହଜାର । ନିଜର ଗ୍ରାହକ ମାନଙ୍କୁ ଏମିତି ଏକ ଭେଟି ଦେବାକୁ ଯାଉଛି ଦେଶର ସର୍ବ ବୃହତ ବ୍ଯାଙ୍କ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ । ଆଜି ଆମେ ଆପଣଙ୍କୁ ଏସବିଆଇ ର ଏମିତି ଏକ ସ୍କିମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜବରଦସ୍ତ ରିଟର୍ଣ୍ଣ ଦେବ । ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଜଣେ ଗ୍ରାହକ ନିଜର କଷ୍ଟ ଅର୍ଜିତ ଧନ ଜମା କରି ନିଶ୍ଚିତରେ ରହିଥାଏ ।

କୌଣସି ବ୍ୟକ୍ତି ଅର୍ଥ ନିବେଶ କରିବାକୁ ଗଲେ ଗ୍ରାହକଙ୍କୁ ଅନେକ ବିକଳ୍ପ ଦେଇଥାଏ ଏସବିଆଇ । ଫିକ୍ସ ଡିପୋଜିଟ ଠାରୁ ଆରମ୍ଭ କରି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦିଏ ଏସବିଆଇ । ଏହି କ୍ରମରେ ଏବେ ଏସବିଆଇ ଏମିତି ଏକ ସ୍କିମ ଆଣିଛି ଯେଉଁଥିରେ ନିବେଶ କରି ଆପଣ ପ୍ରତି ମାସରେ ୧୦ ହଜାର ଲେଖାଏଁ ଟଙ୍କା ପାଇପାରିବେ । ଏହି ସ୍କିମରେ ଟଙ୍କା ଜମା କରିବାର ସମୟସୀମା ହେଉଛି ୩ ବର୍ଷ, ୫ ବର୍ଷ, ୭ ବର୍ଷ ଓ ୧୦ ବର୍ଷ ।

ଏହି ସମସ୍ତ ନିବେଶ ଉପରେ ସୁଧହାର ସମାନ ରହିବ । ଯଦି ଆପଣ ୫ ବର୍ଷ ପାଇଁ ଏକ ପାଣ୍ଠି ଜମା କରନ୍ତି ତେବେ ଆପଣ କେବଳ ୫ ବର୍ଷର ସ୍ଥିର ଜମା ଉପରେ ପ୍ରଯୁଜ୍ୟ ସୁଧ ରାଶି ପାଇପାରିବେ । ଦେଶର ସମସ୍ତ ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏସବିଆଇ ର ଏହି ସ୍କିମରେ ଯଦି ଜଣେ ନିବେଶକ ମାସିକ ୧୦ ହଜାର ଟଙ୍କା ଆୟ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ୫,୦୭,୯୬୪/- ଟଙ୍କା ଜମା କରିବାକୁ ପଡିବ ।

ଜମା ହୋଇଥିବା ରାଶି ଉପରେ ସେ ୭ ପ୍ରତିଶତ ସୁଧ ହାରରେ ରିଟର୍ଣ୍ଣ ପାଇବେ । ଯାହା ପ୍ରତି ମାସରେ ପ୍ରାୟ ୧୦ ହଜାର ଟଙ୍କା ପରି ହେବ । ତେବେ ଏହା ଠାରୁ କମ୍ ଟଙ୍କାର ସ୍କିମ ମଧ୍ୟ ଏସବିଆଇ ପାଖରେ ରହିଛି । ଆରଡି ସ୍କିମ ଭଳି ଏହି ସ୍କିମର ମଧ୍ୟ ଭବିଷ୍ୟତ ବୋଲି କୁହାଯାଉଛି । ସବୁ ଲୋକ ସୁରକ୍ଷିତ ସ୍ଥାନରେ ଟଙ୍କା ରଖି କିଛି ଅଧିକ ରିଟର୍ଣ୍ଣ ପାଇବାକୁ ଚାହାଁନ୍ତି । କିନ୍ତୁ ସଠିକ ସ୍କିମର ଚୟନ କରି ନପାରିବା ହେତୁ ଠକେଇରେ ପଡିଥାନ୍ତି ।

ତେଣୁ ଟଙ୍କା ଜମା କରିବା ପୂର୍ବରୁ ସଠିକ ବ୍ଯାଙ୍କ ଓ ସଠିକ ସ୍କିମରେ ବୁଝି ବିଚାରୀ ନିବେଶ କରିବା ଉଚିତ । ଅଧିକ ବିବରଣୀ ପାଇଁ ଆପଣ ନିକଟସ୍ଥ ବ୍ଯାଙ୍କ ସହ ଯୋଗାଯୋଗ କରି ସୁଧହାର ବିଷୟରେ ଅଧିକ ଜାଣିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।