ଯକ୍ଷ୍ମା ବା ଟିବି ଏକ ସଂକ୍ରାମକ ରୋଗ । ଟିବି କେବଳ ଫୁସଫୁସ୍ କୁ ପ୍ରଭାବିତ କରେ ତାହା ନୁହେଁ, ଏହା ମସ୍ତିଷ୍କ, ହାଡ, ଗଣ୍ଠି, ଚର୍ମ ଭଳି ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ । ଟିବିର ଚିକିତ୍ସା ନକଲେ ରୋଗୀ ମୃତ୍ୟୁମୁଖରେ ପଡିପାରେ । ସେଥିପାଇଁ ସମୟ ଥାଉ ଥାଉ ଏହା ଚିହ୍ନଟ କରି ଚିକିତ୍ସା କରିବା ଅତ୍ୟନ୍ତ ଆବଶ୍ୟକ । ତେବେ ଟିବି ବା ଯକ୍ଷ୍ମା ରୋଗର କାରଣ କଣ, ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କ ଠାରୁ ।
ପ୍ରତିବର୍ଷ ମାର୍ଚ୍ଚ ମାସ ୨୪ ତାରିଖକୁ ବିଶ୍ଵ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ । ଯକ୍ଷ୍ମା ବିଷୟରେ ଲୋକଙ୍କୁ ସଚେତନ କରାଇବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ଅଟେ । ଟ୍ଯୁବର କ୍ୟୁଲୋସିସ ନାମକ ଜୀବାଣୁ ଦ୍ଵାରା ମନୁଷ୍ୟ ଶରୀରରେ ହେଉଥିବା ରୋଗକୁ ଯକ୍ଷ୍ମା ବୋଲି କୁହାଯାଏ । ବିଶ୍ଵରେ ସର୍ବାଧିକ ହେଉଥିବା ରୋଗ ଭିତରୁ ଯକ୍ଷ୍ମା ବା ଟିବି ଅନ୍ଯତମ । ତେବେ ଯକ୍ଷ୍ମା କେବଳ ଫୁସଫୁସରେ ହୁଏ ଏବଂ ଏହା ହେଲେ ନିଃଶ୍ଵାସ ନେଇ ନପାରିବା, କାଶ ହେବା ଓ ରକ୍ତ ପଡିବା ଭଳି ସମସ୍ଯା ଦେଖାଦିଏ ବୋଲି ଆମେ ସମସ୍ତେ ଜାଣିଛୁ ।
କିନ୍ତୁ ଏହା କେବଳ ଫୁସଫୁସରେ ହୁଏ ନାହିଁ ବରଂ ବ୍ରେନ, ଜଏଣ୍ଟ, ବୋନ୍, ଅନ୍ତନଳୀ, ଚର୍ମ, ପରିସ୍ରା ଥଳୀ କିମ୍ବା ପ୍ରାଇଭେଟ ପାର୍ଟର ଭିତର ଭାଗ ଆଦି ସ୍ଥାନରେ ମଧ୍ୟ ହୋଇଥାଏ । ଯେଉଁ ଜାଗାରେ ଟିବି ହୋଇଥାଏ ସେହି ସପ୍ରକାର ଲକ୍ଷଣ ଆମ ଶରୀରରେ ଦେଖା ଦେଇଥାଏ ।
ଟିବିର କିଛି ଲକ୍ଷଣ ହେଉଛି ବହୁତ ଦିନ ଧରି ଜ୍ଵର ହେବା, ବିଶେଷ କରି ସନ୍ଧ୍ୟା ସମୟରେ ଜ୍ଵର ଆସିବା ଓ ବେଶୀ ଜ୍ଵର ନହୋଇ ଅଳ୍ପ ତାପମାନର ଜ୍ଵର ଲାଗି ରହିବା, ଦେହରୁ ଝାଳ ବାହାରିବା, ଓଜନ କମିଯିବା, ଭୋକ ନହେବ, ଦେହ ହାତ ଦରଜ ହେବ ଏବଂ ଦୁର୍ବଳ ଆଦି ଟିବିର ଲକ୍ଷଣ ହୋଇପାରେ । ଡାକ୍ତର ଯଦି ଆଶଙ୍କା କରୁଛନ୍ତି କି ଏହିସବୁ ଟିବିର ଲକ୍ଷଣ ହୋଇପାରେ ବୋଲି ତେବେ ସେ ସେହି ଅନୁସାରେ ପରୀକ୍ଷା କରିବାକୁ କୁହନ୍ତି ଓ ରିପୋର୍ଟ ଆସିବା ପରେ ଚିକିତ୍ସା କରିଥାନ୍ତି ।
ଟିବିର ସଫଳ ଚିକିତ୍ସା ପଦ୍ଧହତି ଅଛି ତେଣୁ ସମୟରେ ଏହାର ଚିକିତ୍ସା କରିଲେ ବ୍ୟକ୍ତି ସୁସ୍ଥ ହୋଇପାରିବେ । ଟିବି କାଶ ଓ କଫ ଦ୍ଵାରା ସଂକ୍ରମଣ କରିଥାଏ ଓ ଏହା ବାୟୁରେ ବ୍ୟାପିଥାଏ । କିନ୍ତୁ ଏହା ଯଦି ଶରୀରର ଅନ୍ୟ କୌଣସି ସ୍ଥାନରେ ହୋଇଛି ତେବେ ଏହା ଶୀଘ୍ର ଅନ୍ୟକୁ ସଂକ୍ରମଣ କରିପାରେ ନାହିଁ ।
ଟିବିର ଚିକିତ୍ସା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ମାସ ପର୍ଯ୍ୟନ୍ତ ଚିକିତ୍ସା କରାଯାଏ ବା ଔଷଧ ଖାଇବାକୁ ଦିଆଯାଏ । ଯଦି ଏହା ଭଲ ନହୁଏ ତେବେ ଏହାର ଚିକିତ୍ସା ଅବଧି ବୃଦ୍ଧି କରାଯାଏ । ଟିବି ହୋଇଥିଲେ ଡାକ୍ତର ଯାହା ମେଡ଼ିସିନ ଦେଇଛନ୍ତି ତାହାର ନିୟମିତ ସେବନ କରନ୍ତୁ ଓ ନିୟମିତ ଭାବେ ଡାକ୍ତରଙ୍କ ପରାମ୍ସ ମଧ୍ୟ ନିଅନ୍ତୁ । ଠିକ ଚିକିତ୍ସା ପଦ୍ଧତିରେ ରହିବା ଦ୍ଵାରା ଆପଣ ସଂପୂର୍ଣ୍ଣ ଭାବେ ଏଥିରୁ ସୁସ୍ଥ ହୋଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।