ଧମାକା କଲା ଭାରତ, ମିଳିଲା ଜବରଦସ୍ତ ଜୀତ, ଋଷ ଓ ଆମେରିକା ହେଲେ ଆଶ୍ଚର୍ଯ୍ୟ, ପାକିସ୍ତାନ ବି ପ୍ରଶଂସା କରି ପକାଇଲା !

ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ଭାରତ ଯାହା ମତ ଦେଇଥିଲା ଆଜି ପର୍ଯ୍ୟନ୍ତ ସେଥିରେ ହିଁ ଅଟଳ ରହିଛି । ନାଟୋ ଦେଶ ହୁଅନ୍ତୁ କି କ୍ଵାଡର ସାଥି ଦେଶ ସମସ୍ତେ ଭାରତର ଏହିପରି ଏକ ମଜବୁତ ନିଷ୍ପତ୍ତିର ପୁରା ଦୁନିଆ ପ୍ରଶଂସା କରିଛି । ଭାରତ ସାରା ବିଶ୍ବରେ ଏପରି ଏକ କୂଟନୀତିର ପରିଚୟ ଦେଇଛି ଯାହାର ପ୍ରଶଂସା ଆଜି ପାକିସ୍ତାନ ବି କରୁଛି । ଭାରତ ଏପରି ଏକ ଅସମ୍ଭବ କାମ କରି ଦେଖାଇଛି ଯାହା ବିଷୟରେ କେହି ମଧ୍ୟ ଚିନ୍ତା କରି ନଥିଲେ ।

ଏହା ଭାରତର ଜବରଦସ୍ତ କୂଟନୀତି ଓ ବର୍ଦ୍ଧିତ ଶକ୍ତିର ସବୁଠୁ ବଡ ଉଦାହରଣ ଅଟେ । ଋଷ ଏବନହ ଆମେରିକା ପରସ୍ପରର ଶତ୍ରୁ ହୋଇଥିଲେ ମଧ୍ୟ ଭାରତ ଏକାସାଙ୍ଗେ ଦୁଇ ଦେଶର ମିତ୍ର ହୋଇପାରିଛି । ସାରା ଦୁନିଆ ଋଷକୁ ଏକ ଘାରିକିଆ କରି ଦେଇଥିବା ବେଳେ ଭରତ ଋଷର ସାଥ୍ ଦେଇଛି । ଭାରତ ଋଷର ଆକ୍ରମଣର ନିନ୍ଦା କରିଥିଲା ସତ କିନ୍ତୁ ସବୁବେଳେ ତା ସହ ଠିଆ ହୋଇ ରହିଛି । ଅନେକ ପ୍ରତିରକ୍ଷା ବିଶେଷଜ୍ଞ ଦାବି କରୁ କହୁଥିଲେ କି ଭାରତର ଏପରି ପଦକ୍ଷେପକୁ ଆମେରିକା ଓ ଅନ୍ୟ ଦେଶମାନେ ପସନ୍ଦ କରିବେ ନାହିଁ ।

କିନ୍ତୁ ଭାରତ ଋଷର ହାତ ନଛାଡି ବି ଆମେରିକାର ହାତ ଧରି ନେଇଛି । ସାରା ବିଶ୍ଵ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଯେତେବେଳେ ଆମରିକୀୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତ ଋଷ ଠାରୁ ତେଲ କିଣିବାକୁ ଘୋଷଣା କରିଥିଲା । ଏହାକୁ ନେଇ ସମସ୍ତେ ଅନୁମାନ କରୁଥିଲେ କି ଆମେରିକା ଏହାକୁ ନେଇ କ୍ରୋଧିତ ହୋଇଯିବ । କିନ୍ତୁ ଭାରତର ଏହି ପଦକ୍ଷେପକୁ ନେଇ ଆମେରିକାର ବୟାନ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଆମେରିକା କହିଛି କି ଭରତ ଋଷ ଠାରୁ ତେଲ କିଣିବା ଦ୍ଵାରା କୌଣସି ନିୟମ ଉଲ୍ଲଂଘନ କରିବ ନାହିଁ । ଭାରତର କୂଟନୈତିକତା ସେତେବେଳେ ମଧ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଅଷ୍ଟ୍ରେଲିଆ ଏକ ସାର୍ବଜନୀକ ବୟାନ ଜାରି କରି କହିଥିଲା କ୍ଵାଡ ଦେଶମାନେ ୟୁକ୍ରେନ ସଙ୍କଟ ବେଳେ ଭାରତର ପଦକ୍ଷେପକୂ ସ୍ଵୀକାର କରି ନେଇଛନ୍ତି । ଅଷ୍ଟ୍ରେଲିଆ କହିଥିଲା କି ପ୍ରତ୍ଯେକ ଦେଶର ଦ୍ଵିପାକ୍ଷିକ ସମ୍ବନ୍ଧ ରହିଥାଏ ଓ ଆମକୁ ଏହା ସ୍ଵୀକାର କରିବା ଉଚିତ ।

କ୍ଵାଡ ଦେଶରେ ଭାରତ ବ୍ଯତୀତ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ ଅଛନ୍ତି । ଭାରତ ବ୍ଯତୀତ ଏହି ତିନୋଟି ଦେଶ ସଂଯୁକ୍ତ ରାଷ୍ଟ୍ରରେ ଋଷ ବିରୋଧରେ ଭୋଟ ଦେଇଥିଲେ । କିନ୍ତୁ ସେମାନେ ଭାରତର ଋଷ ସହ ବନ୍ଧୁତାକୂ ସ୍ଵୀକାର କରି ନେଇଛନ୍ତି । ସେଥିପାଇଁ ସାରା ଦୁନିଆର ପ୍ରତିରକ୍ଷା ବିଶେଷଜ୍ଞ ମାନେ ଏହାକୁ ଭାରତର ଏକ ବଡ କୂଟନୈତିକ ବିଜୟ ବୋଲି କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।