ଋଷ ଓ ୟୁକ୍ରେନର ଘମାଘୋଟ ଯୁଦ୍ଧ ମଧ୍ୟରେ କୋଟିପତି ହେଲେ ଜଣେ କୃଷକ । ଯୁଦ୍ଧ ବେଳେ ଜଙ୍ଗଲକୁ ଗଲେ କୃଷକ ଆଉ ଜଙ୍ଗଲରୁ ଫେରି ହେଲେ ୧୫ ବିଲିୟନର ମାଲିକ । ଋଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୨୫ ଦିନ ହେବ ଯୁଦ୍ଧ ଜାରି ରହିଛି । ଋଷ ଆକ୍ରମଣରେ ୟୁକ୍ରେନର ଅନେକ ବଡ ବଡ ସହର ଧ୍ଵଂସ ହୋଇଗଲାଣି । ଆଉ ଏବେବି ରାଜଧାନୀ କିଭ ଅକ୍ତିଆର ପାଇଁ ଚେଷ୍ଟା ଚଳେଇଛି ଋଷ । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାକୁ ନେଇ ଅନେକ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସାଧାରଣ ଲୋକ, ଶିଶୁ ଓ ସୈନ୍ୟଙ୍କ ବ୍ଯତୀତ ଅନେକ ଋଷ ସୈନ୍ଯଙ୍କ ଜୀବନ ମଧ୍ୟ ଯାଇଛି । ଏହାଛଡା ଦେଶର ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ମଧ୍ୟ ପଳାଇଛନ୍ତି । ଆଉ ଏହି ଯୁଦ୍ଧ ସମୟରେ ୟୁକ୍ରେନର ଜଣେ ଗରିବ କୃଷକ ୧୫ ମିଲିୟନର ମାଲିକ ହୋଇଥିବା ଖବର ଆସିଛି । ଯୁଦ୍ଧ ପାଇଁ ସେ କୋଟିପତି ହୋଇ ପାରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଖବର ଅନୁଯାୟୀ ଋଷ ଓ ୟୁକ୍ରେନ ଯୁଦ୍ଧ ମଝିରେ ଜଣେ କୃଷକ ଜଙ୍ଗଲକୁ ଯାଇଥିଲେ ।
ସେଠାରେ ସେ ବୁଲୁଥିବା ସମୟରେ ତାଙ୍କୁ ସେଠାରେ ଏକ ଋଷିଆନ ମିଲିଟାରୀ ଯୁଦ୍ଧାସ୍ତ୍ର ମିଳିଥିଲା । ଆଉ ଖାରକିଭର ଏହି କୃଷକ ଋଷିଆର ଯୁଦ୍ଧାସ୍ତ୍ର ଟିକୁ ଚୋରାଇ ନେଇଥିଲେ । ସେ ନେଇଥିବା ଏହି ଯୁଦ୍ଧାସ୍ତ୍ରର ମୂଲ୍ୟ ୧୫ ବିଲିୟନ ବୋଲି ଜଣାପଡିଛି । ଏହି ଯୁଦ୍ଧାସ୍ତ୍ରରୁ କ୍ଷେପଣାସ୍ତ୍ର ନିକ୍ଷେପ କରା ଯାଇପାରିବ ।
କୃଷକ ଜଣକ ଏହି ଯୁଦ୍ଧାସ୍ତ୍ର ଟିକୁ ନେଇ ତାଙ୍କ ଘର ବାହାରେ ରଖିଛନ୍ତି । ଟ୍ବିଟରର ଓରିନ୍ସ ନାମକ ଏକ ପେଜ୍ ରୁ ଏହି ଘଟଣା ଶେୟାର କରା ଯାଇଥିଲା । ଏହି କୃଷକଙ୍କ ନାଁ ହେଉଛି ଇଗୋର । ଋଷିଆନ ଆର୍ମୀର ୯କେ୩୩୦ ଟର ସାମ୍ ରହିଛି ଇଗୋରଙ୍କ ପାଖରେ । ଏହି ଯୁଦ୍ଧାସ୍ତ୍ରକୁ ‘ଦି ଡୋର’ ବୋଲି ମଧ୍ୟ କୁହାଯାଏ । ସୋଭିଏତ ୟୁନିୟନରେ ତିଆରି ହୋଇଥିବା ଏହି ଯୁଦ୍ଧାସ୍ତ୍ର ଟ୍ୟାଙ୍କ ବହୁତ ଶକ୍ତିଶାଳୀ ଅଟେ ।
ଏହା ମିଡିୟମ ରେଞ୍ଜ ଟ୍ୟାଙ୍କ ଭୂମିରୁ ହେଲିକପ୍ଟର, ବିମାନ, କ୍ଷେପଣାସ୍ତ୍ର ଓ ଅନ୍ଯାନ୍ଯ ଜିନିଷ ନଷ୍ଟ କରିବା ପାଇଁ ବ୍ୟବହୃତ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।