ଏହି ବୁଢା ଜେଜେବାପା କେମିତି ଛାତି ବାଡେଇ କାନ୍ଦୁଛନ୍ତି ଓ କଣ ସବୁ କହୁଛନ୍ତି ଥରେ ଶୁଣନ୍ତୁ । କାରଣ ଯେଉଁ ନାତିମାନଙ୍କୁ ସବୁ କାନ୍ଧରେ ବସେଇ ବୁଲାଉଥିଲେ ଓ ଯାତରା ବୁଲେଇ ନେଉଥିଲେ ଆଉ ବୁଢା ହୋଇ ମଲା ପରେ ତାଙ୍କରି କାନ୍ଧରେ ଶ୍ମଶାନ ଜୀବ ବୋଲି ଭାବୁଥିଲା, ଆଜି ସେ ନିଜ କାନ୍ଧରେ ନିଜ ଭେଣ୍ଡିଆ ନାତିମାନଙ୍କ ଶବ ନେଇ ଶ୍ମଶାନ ଯିବ । ଅଣନାତି ଖେଳେଇବାର ସ୍ଵପ୍ନ ଭାଙ୍ଗି ଯିବା ପରେ ମୋ ବଂଶ ବୁଡିଗଲା ବୋଲି କହି କାନ୍ଦି ପକାଉଛନ୍ତି ଏହି ବୁଢାବାପା ।
ରଙ୍ଗ ଖେଳର ପର୍ବ ହୋଲି ଏହି ପରିବାର ପାଇଁ କାଳ ସାଜିଛି । କରୋନା କଟକଣା ହଟିବା ପରେ ଗତ ଦୁଇ ବର୍ଷ ପରେ ଏଥର ରଙ୍ଗ ଖେଳ ଖୁବ ଜମିଥିଲା । ଆଉ ରଙ୍ଗ ଖେଳ ସରିବା ପରେ ପ୍ରତି ଥର ପରି ଏଥର ମଧ୍ୟ ନଈରେ ଗାଧୋଇବା ପାଇଁ ବାହାରିଥିଲେ ସମ୍ବିତ ଜେନା, ଶୁଭମ ଜେନା, ରଶ୍ମୀରଞ୍ଜନ ଜେନା, କରଣ ଜେନା। କ୍ରୀଷ୍ଣା ଜେନା ଓ ବିଶ୍ଵଜିତ ଜେନା । ଏହି ସମସ୍ତେ ଖରସ୍ରୋତା ନଦୀକୁ ନିଜ ଦେହର ରଙ୍ଗ ଛଡାଇବା ପାଇଁ ଯାଇଥିଲେ ।
ହେଲେ ସେମାନେ ଜାଣି ନଥିଲେ ଏଇଟା ତାଙ୍କ ଶେଷ ଗାଧୁଆ ବୋଲି । ପାଣିର ଗଭୀରତା ସେମାନେ ମାପି ପାରି ନଥିଲେ । ଆଉ ଚାହୁଁ ଚାହୁଁ ମାତ୍ର କେଇ ମିନିଟରେ ଚାଲିଗଲା ଚାରୋଟି ଜୀବନ । ଆଉ ଏବେ ବି ନିଖୋଜ ଅଛନ୍ତି ଦୁଇ ଯୁବକ । ଭେଣ୍ଡିଆ ପୁଅକୁ ହରାଇ ନଦୀକୂଳରେ ପଥର ଉପରେ ବସି ବାପା ବି ରଡ୍ଡି ଛାଡି କାନ୍ଦୁଛନ୍ତି ।
ସେପଟେ ଆଉ ଜଣେ ବାପା ମୋତେ ପୁଅକୁ ଟିକେ ଦେଖିବାକୁ ଦିଅ ବୋଲି କହି ରଡ୍ଡି ଛାଡୁଛି । ହେଲେ ଦଇବ ସେମାନଙ୍କୁ ଯେଉଁ ଦୁଃଖ ଦେଇଛି ସେ କଷ୍ଟକୁ ସେମାନଙ୍କ ପାଖରୁ କିଏ ବା ନେଇପାରିବ । ଯାଜପୁର ବଡଶୁଆର ଖରସ୍ରୋତାରେ ଘଟିଥିବା ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ଛାଡ଼ିକୁ ବୃଦ୍ଧି ପାଇଛି । ନଦୀରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ଦୁଇଜଣଙ୍କର ପତ୍ତା ମିଳୁନି ।
କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ ପଡିଥିବା ଦେଖି ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ସାହି ଭାଇଙ୍କୁ ସାହାଯ୍ୟ ପାଇଁ କହିଥିଲେ । ଆଉ ଏବେ ସୁଦ୍ଧା ଚାରିଜଣ ଙ୍କର ମୃତଦେହ ଉଦ୍ଧାର ସରିଥିବା ବେଳେ ଦୁଇଜଣ ନିଖୋଜ ଅଛନ୍ତି । ସତରେ ଏମିତି କଷ୍ଟ ଭଗବାନ କାହାରିକୁ ନ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।