ହିନ୍ଦୁ ଧର୍ମ ଗ୍ରହଣ କରିବି, ଓଡିଆ ଘରର ବୋହୂ ହେବି: କଣ ପାଇଁ ମୁସ୍ଲିମରୁ ହିନ୍ଦୁ ହେବାକୁ ଇଛା କଲେ ଏହି ଯୁବତୀ, ଦେଖନ୍ତୁ Video କଣ କହୁଛନ୍ତି

ମୁଁ ହିନ୍ଦୁ ଧର୍ମ ଗ୍ରହଣ କରିବି ଆଉ ହିନ୍ଦୁ ଘରର ବୋହୁ ହେବି । ହିନ୍ଦୁ ପୁଅକୁ ମୋ ଜୀବନସାଥୀ ଭାବେ ଗ୍ରହଣ କରିବି । ନାଲି ରଙ୍ଗର ପାଟଶାଢୀ ପିନ୍ଧି ଜଗି ବେଦିରେ ବସିଥିବା ଏହି ଯୁବତୀ ଜଣକ ଏହା ହିଁ ଚାହୁଁଛନ୍ତି । ଖାସ୍ ସେଥିପାଇଁ ଏତେ ଆୟୋଜନ ହୋଇଛି । ମୁସଲମାନ ପରିବାରରେ ଜନ୍ମ ହୋଇଥିବା ଏହି ଯୁବତୀ ଜଣକ ହେଉଛନ୍ତି ବରଗଡ ଜିଲ୍ଲା ପାଇକମାଳର ସାଇନା ବାନୁ । ଆଉ ଆଜି ସେ ଇସଲାମ ଧର୍ମକୁ ତ୍ୟାଗ କରି ହୁନ୍ଦୁ ଧର୍ମ ଗ୍ରହଣ କରୁଛନ୍ତି । ସାରା ପରିବାର ମୁସଲମାନ ।

କିନ୍ତୁ ଝିଅର ଇଚ୍ଛା ଏବଂ ଆଗ୍ରହ ସକାଶେ ପରିବାର ଲୋକ ମଧ୍ୟ ତାଙ୍କ କଥାରେ ଏକପ୍ରକାର ରାଜି ହୋଇଛନ୍ତି । ଏଣିକି ଝିଅ ସାଇନା ବାନୁ ସୋନାମ ଆର୍ଯ୍ୟ ନାମରେ ପରିଚିତ ହେବ ଓ ହିନ୍ଦୁ ଘରର ରୀତିନୀତି ଓ ପରମ୍ପରା ଅନୁସାରେ ଚଳିବ । ସାଇନା ବାନୁଙ୍କ ଏହି ପରିବର୍ତ୍ତନର କାହାଣୀ କୌଣସି ସିନେମ କାହାଣୀ ଠାରୁ କିଛି କମ୍ ନୁହେଁ । ପିଲାଟି ଦିନରୁ ହିନ୍ଦୁ ଧର୍ମ ପ୍ରତି ସାଇନା ଖୁବ ଆକୃଷ୍ଟ । ସେଥିପାଇଁ ବଡ ହେବା ପରେ ହୁନ୍ଦୁ ଯୁବକଙ୍କୁ ବାହା ହେବା ପାଇଁ ତାଙ୍କର ମନ ।

କିନ୍ତୁ ଜାତି ଆଉ ଧର୍ମ ତାଙ୍କ ଇଛାରେ ବଦହକ ସାଜିଥିଲା । ହେଲେ ଝିଅର ଇଚ୍ଛା ଆଗରେ ପରିବାର ଲୋକେ ଆଉ ମନା କରି ପାରିଲେନି । ବଲାଙ୍ଗୀର ଜିଲ୍ଲା ଆର୍ଯ୍ୟ ସମାଜରେ ଧର୍ମ ପରିବର୍ତ୍ତନ ପାଇଁ ପରିବାର ପକ୍ଷରୁ ଆବେଦନ କରା ଯାଇଥିଲା ।

ଆର୍ଯ୍ୟ ସମାଜ ପ୍ରଶାସନ ଠାରୁ ଅନୁମତି ଆଣିବା ପରେ ଆର୍ଯ୍ୟ ଭବନ ଠାରେ ରୀତିନୀତି ଅନୁଯାୟୀ ହୋମଯଜ୍ଞ କରାଯାଉଛି । ଏହିଠାରେ ସାଇନା ବାନୁ ସୋନାମ ଆର୍ଯ୍ୟ ହୋଇଛନ୍ତି । ଏହା ହିଁ ଆମ ଭାରତବର୍ଷର ବୈଶିଷ୍ଟ୍ୟ ଆଉ ମାଧୁର୍ଯ୍ୟ । ଏଠି ନିଜ ଇଚ୍ଛା ଅନୁସାରେ ବଞ୍ଚିବାର ଯେ ଯଥେଷ୍ଟ ସୁଯୋଗ ରହିଛି ଏହି ସୁନ୍ଦର ଘଟଣା ତାହା ପ୍ରମାଣିତ କରୁଛି ।

ସାଇନାଙ୍କ ଏପରି ପଦକ୍ଷେପରେ କୌଣସି ଚାପ କିମ୍ବା ବାଧ୍ୟ ବାଧକତା ନାହିଁ ବୋଲି ସେ କହିଛନ୍ତି । ନିଜ ଇଚ୍ଛାରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଆସିଥିବା କଥା ସେ କହିଛନ୍ତି । ଆଉ ରୀତିନୀତି ଅନୁସାରେ ହିନ୍ଦୁ ଧର୍ମ ମଧ୍ୟ ଗ୍ରହଣ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।