ଅଧୁରା ରହିଯିବ କି ଋଷର ୟୁକ୍ରେନ ଦଖଲ କରିବା ସ୍ଵପ୍ନ? ଋଷ ପାଖରେ ସରି ଆସିଲାଣି ଅସ୍ତ୍ର ଶସ୍ତ୍ର, ଆଉ ମାତ୍ର ୧୦ ଦିନ ପରେ…

ଆଉ ମାତ୍ର ୧୦ ଦିନରେ ଋଷ ପାଖରୁ ସରିଯିବ ଅସ୍ତ୍ର ଶସ୍ତ୍ର । ଏହାପରେ କଣ କରିବେ ଋଷ ରାଷ୍ଟ୍ରପତି ପୁଟିନ ? ୟୁକ୍ରେନ ଓ ଋଷ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ସଙ୍ଗୀନ ଚିତ୍ର । ଋଷ ପାଖରେ ଯେତିକି ଅସ୍ତ୍ର ଶସ୍ତ୍ର ରହିଛି ସେତିକି ମାତ୍ର ଆଉ ୧୦ ଦିନ ଯିବ । ଆଉ ଯଦି ମାତ୍ର ୧୦ ଦିନ ପାଇଁ ଅସ୍ତ୍ର ଶସ୍ତ୍ର ଅଛି ତେବେ ଋଷ ୟୁକ୍ରେନକୁ ଦଖଲ କରିବ କେମିତି ? ଗୋଟିଏ ପଟେ ପୁଟିନ କାହାର କଥା ଶୁଣୁ ନଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଋଷିଆ ଆଗରେ ଝୁକୁ ନାହାନ୍ତି ।

ଯାହାଫଳରେ ଯୁଦ୍ଧ ସରିବା ନାଁ ନେଉନାହିଁ । ଏହାରି ମଧ୍ୟରେ ଏହି ମହାଯୁଦ୍ଧକୁ ୨୧ ଦିନ ବିତି ସାରିଛି । ବର୍ତ୍ତମାନ ୟୁକ୍ରେନର ଖାରକିଭ ଉପରେ ଭୟଙ୍କର ଆକ୍ରମଣ କରୁଛି ଋଷିଆ । ମେଡିକାଲ ଠୁ ନେଇ ଘର ପର୍ଯ୍ୟନ୍ତ ସବୁ ଛାରଖାର ହୋଇଗଲାଣି । ୟୁକ୍ରେନ ଏକ ଧ୍ଵଂସ ସ୍ତୂପ ପାଲଟି ଗଲାଣି । ୟୁକ୍ରେନ ଏପର୍ଯ୍ୟନ୍ତ ଋଷର ୧୩ ହଜାର ସୈନ୍ୟଙ୍କ ପ୍ରାଣ ନେଇଥିବା ଦାବି କରିଛି । କିନ୍ତୁ ଋଷ ଏହାକୁ ଅସ୍ଵୀକାର କରିଛି । ଯୁଦ୍ଧ ଚାଲିଥିବା ବେଳେ ଋଷ ପାଖରୁ ସାରିବାକୁ ବସିଲାଣି ଅସ୍ତ୍ର ଶସ୍ତ୍ର, ଯାହାକୁ ନେଇ ଏବେ ଚିନ୍ତାରେ ପୁଟିନ ।

ଗୋଟିଏ ପଟେ ୟୁକ୍ରେନ ଦଖଲରୁ ପଛକୁ ହଟିବାର ନାଁ ନେଉଆ ନାହାନ୍ତି ପୁଟିନ ଆଉ ଅନ୍ୟପଟେ ସରିବାକୁ ବସିଲାଣି ଅସ୍ତ୍ର ଶସ୍ତ୍ର । ଆମେରିକାର ଜଣେ ପୂର୍ବତନ ସେନା ଅଧିକାରୀ ବେନ୍ ହୋଜେସ୍ କହିଛନ୍ତି ଯେ ଋଷ ପାଖରେ ଆଉ ଯୁଦ୍ଧ ପାଇଁ ଅସ୍ତ୍ର ଶସ୍ତ୍ର ନାହିଁ । ଖୁବ ଶୀଘ୍ର ଗୋଳାବାରୁଦ ବି ସରିଯିବ ।

ଆଉ ଯଦି ଅଧିକ ଦିନ ଯୁଦ୍ଧ ଲାଗୁ ରୁହେ ତେବେ ସ୍ଥିତି ଅସମ୍ଭାଳ ହେବ । କେବଳ ଏତିକି ନୁହେଁ ବରଂ ନିଜ ଜିଦ୍ ଆଗରେ ପୁଟିନ ହାରିଯିବେ ବୋଲି ସେ କହିଛନ୍ତି । କିଭକୁ ଅକ୍ତିଆର କରିବା ପାଇଁ ପୁଟିନ ତରବରରେ ଯେଉଁ ନିଷ୍ପତ୍ତି ନେଲେ ତାହା ହିଁ ତାଙ୍କ ପାଇଁ ବୁମେରାଙ୍ଗ ପାଲଟିଛି । ଆଉ ଏଭଳି ସ୍ଥିତିରେ ନାଟୋ ଯଦି ଆକ୍ରମଣ କରେ ତେବେ ଋଷିଆ ନିଜର ଅସ୍ତିତ୍ଵ ହରାଇବ ବୋଲି ଆମେରିକାର ଜଣେ ସେନାଧିକାରୀ କହିଛନ୍ତି । ତେବେ ୟୁକ୍ରେନକୁ ମାତ୍ର ତିନିରୁ ଚାରିଦିନ ମଧ୍ୟରେ ନିଜ ଅକ୍ତିଆରରେ ନେବାକୁ ଋଷ ସ୍ଵପ୍ନ ଦେଖୁଥିଲା ।

ତାହା ଏବେ ବିଫଳ ହୋଇଛି । ଋଷିଆ ଦେଖୁଥିବା ସ୍ଵପ୍ନ କେବେ ସାକାର ହେବନାହିଁ ବୋଲି ପୁଟିନ ଆଭାସ ପାଇ ସାରିଲେଣି । ତେଣୁ କେମିତି ଶୀଘ୍ର ଯୁଦ୍ଧ ସରିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ନେଇ ସୂଚନା ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।