ଏକଦମ ବଲିଉଡ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ ଅଭିନେତ୍ରୀ Elina Samantray, ଦେଖନ୍ତୁ ତାଙ୍କ ଜବରଦସ୍ତ ଡ୍ୟାନ୍ସ Video

ଓଲିଉଡର ଲୋକପ୍ରିୟ ହିରୋଇନ ଏଲିନା ସାମନ୍ତରାୟ ଓଡିଶାର ଘରେ ଘରେ ପରିଚିତ । ନିଜର ସୁନ୍ଦର ଅଭିନୟ ଓ ନଟଖଟ ଅନ୍ଦାଜ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଖୁବ ଅଳ୍ପ ସମୟରେ ରାଜ୍ କରି ପାରିଥିଲେ । ସୁନ୍ଦରୀ ଏଲିନାଙ୍କର ଓଲିଉଡରେ ଅନେକ ପ୍ରଶଂସକ ଅଛନ୍ତି । ତାଙ୍କର ଗୋଟିଏ ଲୁକ୍ ଦେଖିବା ପାଇଁ ଲୋକେ ଚାହିଁ ବସିଥାନ୍ତି । ଏଲିନା ସୋସିଆଲ ମିଡିଆରେ ମଧ୍ୟ ନିଜ ପ୍ରଶଂସକଙ୍କ ପାଇଁ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ନିକଟରେ ଏକ ଆୱାର୍ଡ ଫଙ୍କସନରେ ଏଲିନାଙ୍କୁ ଦେଖିବାକୁ ମିଳିଥିବା । ଏଲିନା ଏକ ଜବରଦସ୍ତ ହଟ୍ ଡ୍ୟାନ୍ସ ପର୍ଫମାନ୍ସ ଦେଇଥିଲେ । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ହୋଇଥିଲା । ଏଲିନାଙ୍କୁ ପ୍ରଥମ ଥର ପାଇଁ ଏପରି ଲୁକରେ ଦେଖିବାକୁ ମିଳିଥିଲା । ଏଲିନାଙ୍କ ଡ୍ୟାନ୍ସ ଏଣ୍ଟ୍ରି ଖୁବ ଜବରଦସ୍ତ ଥିଲା । ଏକ ଲୁହାରେ ତିଆରି ପିଞ୍ଜରା ଭିତରେ ଠିଆ ହୋଇ ଏଲିନା ଉପରୁ ଷ୍ଟେଜକୁ ଓହ୍ଲାଇଥିଲେ । ଆଉ ଏହାର ଚାରିପଟୁ ନିଆଁ ମଧ୍ୟ ବାହାରୁଥିଲା ।

ଏଲିନା ଝଲକୁଥିବା ଏକ ସୁନ୍ଦର ଡ୍ରେସ ପିନ୍ଧିଥିଲେ ଓ ତାଙ୍କ କର୍ଲି ହେୟାର ଲୁକ୍ ମଧ୍ୟ ତାଙ୍କୁ ଖୁବ ସାଜୁଥିଲା । ତାଙ୍କର ଏହି ଡ୍ୟାନ୍ସ ଭିଡିଓଟି ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏଲିନା ୨୨ ଜୁଲାଇ ୧୯୯୬ରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରିବାରରେ ବାପା, ମାଆ ଓ ଭାଇ ଅଛନ୍ତି । ସେ କଟକ ରେଭେନ୍ସା ବିଶ୍ଵ ବିଦ୍ୟାଳୟରୁ ପାଠପଢା ଶେଷ କରିଛନ୍ତି ।

ଏକ ରିୟାଲିଟି ଶୋ “କିଏ ହେବ ମୋ ହିରୋଇନ” ରେ ଏଲିନା ଅଂଶଗ୍ରହଣ କରି ବିଜେତା ହୋଇଥିଲେ । ଆଉ ସେବେ ଠାରୁ ସେ ନିଜ ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ । ସୁପରଷ୍ଟାର ଅରିନ୍ଦମଙ୍କ ସହ ପ୍ରଥମ ଫିଲ୍ମ “ଇସ୍କ ତୁ ହି ତୁ” ରେ କାମ କରିଥିଲେ ।

ଏଥିରେ ସମସ୍ତେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ ଓ ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା । ତା’ପର ଠାରୁ ସେ ଆଉ କେବେ ପଛକୁ ଚାହିଁ ଦେଖି ନାହାନ୍ତି । ତାଙ୍କ ଅଭିନୀତ ପ୍ରାୟ ସବୁ ଫିଲ୍ମରେ ତାଙ୍କୁ ଅପାର ସଫଳତା ମିଳିଛି ।

ଓଲିଉଡର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ମଧ୍ୟ ତାଙ୍କର ଅନେକ ଫିଲ୍ମ ରହିଛି । ଏଲିନା ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବେ ସାବ୍ୟସ୍ତ କରି ପାରିଛନ୍ତି । ତେବେ ଆପଣଙ୍କୁ ଏଲିନାଙ୍କର ଏହି ଡ୍ୟାନ୍ସ ପର୍ଫମାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।