ମୋ ସ୍ତ୍ରୀ ନାରୀ ନୁହେଁ ଗୋଟିଏ ପୁରୁଷ! ନିଜ ସ୍ତ୍ରୀକୁ ନେଇ ଏହି ଯୁବକ ଯାହା ଅଭିଯୋଗ ଆଣିଛନ୍ତି ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ମୋ ଜୀବନ ସାଥି ନାରୀ ନୁହେଁ ବରଂ ଜଣେ ପୁରୁଷ । ଝିଅ କହି ମୋତେ ପୁଅ ସହ ବିବାହ କରାଇ ଦେଲେ । ଜଣେ ଯୁବକ ଏହିଭଳି ଏକ ଆଚମ୍ବିତ କରିଦେବା ଭଳି ଅଭିଯୋଗ ଆଣିଛନ୍ତି । ଅଦ୍ଭୁତ ଲାଗୁଥିବା ଏହି ମାମଲା ବର୍ତ୍ତମାନ ସୁପ୍ରିମ କୋର୍ଟରେ ପହଞ୍ଚିଛି । ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ପାଇଁ ଆବେଦନ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ସ୍ଵାମୀ ଜଣକ ଠକାମିର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ସ୍ତ୍ରୀ ଶାରୀରିକ ଗଠନ ଦୃଷ୍ଟିରୁ ମହିଳା ହୋଇଥିଲେ ମଧ୍ୟ ତାଙ୍କ ପ୍ରାଇଭେଟ ପାର୍ଟ ମୁରୁଷଙ୍କ ଭଳି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ମଧ୍ୟପ୍ରଦେଶର ଗୋଆଲିୟରରୁ ଜଣେ ବିବାହିତ ଯୁବକ ଆଣିଥିବା ମାମଲାର ଶୁଣାଣି ପାଇଁ ସର୍ବୋଇକ୍କ ନ୍ୟାୟାଲାୟ ସମ୍ମତି ପ୍ରକାଶ କରିଛନ୍ତି । ତାଙ୍କ ପତ୍ନୀଙ୍କ ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଅଭିଯୋଗ କରିଛନ୍ତି । ଆରମ୍ଭରେ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ରାଜି ନଥିଲେ । କିନ୍ତୁ ମେଡିକାଲ ରିପୋର୍ଟ ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ମହିଳାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ ।

ମେଡିକାଲ ରିପୋର୍ଟରେ ଜୈବିକ ଦୃଷ୍ଟିରୁ ସେହି ପତ୍ନୀ ଜଣକ ମହିଳା । ତାଙ୍କର ଓଭାଲୋରି ମଧ୍ୟ ଅଛି । କିନ୍ତୁ ଏହା ସଲଗ୍ନ ପୁରୁଷ ଯୌନାଙ୍ଗ ମଧ୍ୟ ଅଛି । ସୁପ୍ରିମ କୋର୍ଟରେ ହୋଇଥିବା ମାମଲା ଅନୁସାରେ ଦୁଇଜଣଙ୍କ ବିବାହ ୨୦୧୬ ମସିହାରେ ସମ୍ପନ୍ନ ହୋଇଥିଲା । କିନ୍ତୁ କିଛିଦିନ ପରେ ପତ୍ନୀ ବିବାହକୁ ମାଣିବାକୁ ଅରାଜି ହୋଇଥିଲେ ।

ତେବେ ପତ୍ନୀ ସହ ସମ୍ପର୍କ ସ୍ଥାପନ କରିବାକୁ ସ୍ଵାମୀ ଯେତେବେଳେ ପ୍ରୟାସ କଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କ ପତ୍ନୀଙ୍କର ଯୌନାଙ୍ଗ ପୁରୁଷଙ୍କ ଭଳି ବୋଲି ସେ ଜାଣିବାକୁ ପାଇଥିଲେ । ଏହାପରେ ସେ ତାଙ୍କ ପତ୍ନୀଙ୍କୁ ନେଇ ମେଡିକାଲ ପରୀକ୍ଷା ପାଇଁ ଯାଇଥିଲେ ଓ ମେଡିକାଲ ରିପୋର୍ଟରେ ଏହା ତାଙ୍କ ଜନ୍ମଗତ ସମସ୍ଯା ବୋଲି ଜଣା ପଡିଥିଲା । ଏହାକୁ ମେଡିକାଲ ଟର୍ମରେ ହାଇପର ପ୍ଲାସିଆ ବୋଲି କୁହାଯାଏ ।

ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତର ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ । ମେଡିକାଲ ରିପୋର୍ଟ ଅନୁଯାୟୀ ଯଦିଓ ଶାରୀରିକ ଗଠନରେ ତାଙ୍କ ପତ୍ନୀ ମହିଳା କିନ୍ତୁ ସେ କଦାପି ମାଆ ହୋଇପାରିବେ ନାହିଁ । ଏହା ଜାଣିବା ପରେ ପତ୍ନୀଙ୍କୁ ନିଜ ବାପା ଘରକୁ ପଠାଇ ଦେଇଥିଲେ ସ୍ଵାମୀ । ଏଥିପାଇଁ ଦୁଇ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇଥିଲା ଓ ପରେ ସ୍ବାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣି ସ୍ତ୍ରୀ ଅଦାଲତ ଯାଇଥିଲେ ।

ଏହାର ଜବାବରେ ସ୍ଵାମୀ ତଳକୋର୍ଟ ଓ ପରେ ହାଇକୋର୍ଟ ଯାଇଥିଲେ । ହେଲେ ତାଙ୍କ ଆବେଦନ ଖାରଜ ହୋଇଥିବାରୁ ଏବେ ସେ ସୁପ୍ରିମ କୋର୍ଟ ଯାଇଛନ୍ତି । ଆଉ ତାଙ୍କ ମାମଲାକୁ ସର୍ବୋଚ୍ଚ ଅଦାଲତ ଗୁରୁତର ସହ ଗ୍ରହଣ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।