ଡାକ୍ତରଙ୍କ ମାନସିକ ନିର୍ଯ୍ୟାତନା ସହି ନପାରି ମୋ ସ୍ତ୍ରୀ ମରିଗଲା । ଡାକ୍ତର ପଣ୍ଡା ମୋ ସ୍ତ୍ରୀର ମୃତ୍ୟୁ ପାଇଁ ଦାୟୀ । ସବୁବେଳେ କହୁଥିଲା ମୋତେ ମେଣ୍ଟାଲି ହାରାସ୍ କରୁଛନ୍ତି । ମୋ ସ୍ତ୍ରୀ କୁ ନ୍ୟାୟ ଦେଲେ ଯାଇ ତା’ ଆତ୍ମା ଶାନ୍ତି ପାଇବ । ଜଣେ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ନିବେଦିତ ଜେନା ନାମକ ଏହି ଷ୍ଟାଫ ନର୍ସ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ।

ବର୍ତ୍ତମାନ ହସ୍ପିଟାଲ ସାମ୍ନାରେ ତାଙ୍କର ମୃତଦେହ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି । ନର୍ସଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ । ଡାକ୍ତର ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯ୍ୟାତନା ଦେବାରୁ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଁ ବ୍ରେନ ଷ୍ଟ୍ରୋକ ହୋଇଥିବା ମୃତ ନର୍ସଙ୍କ ସ୍ଵାମୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗତକାଲି ନର୍ସ ଜଣକ ଅସୁସ୍ଥ ହେବା ପରେ ଚିକିତ୍ସା ବେଳେ ଜାଣି ଶୁଣି ମାରି ଦିଆଯାଇଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।
ମୃତ ନର୍ସଙ୍କ ସ୍ଵାମୀ କହିଛନ୍ତି ଯେ ପଣ୍ଡା ସାର୍ ସାମ୍ନାକୁ ଆସି କେମିତି କଣ ଚିକିତ୍ସା କରାଗଲା କେମିତି ତାଙ୍କ ମୃତ୍ୟୁ ହେଲା ସେହିସବୁ ସଠିକ ଭାବେ କୁହନ୍ତୁ । ତାଙ୍କ ସ୍ତ୍ରୀଙ୍କୁ ପ୍ରକୃତ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କୁ ଉଚ୍ଚ କତ୍ତୃପକ୍ଷ ଦୀର୍ଘ ଦିନ ଧରି ଅନାଇତିକ ବ୍ୟବହାର କରିଛନ୍ତି । ଏତେ ସବୁ ହେବା ପରେ ମଧ୍ୟ କେହି ତାଙ୍କ ପାଇଁ ମୁହଁ ଖୋଲି ନାହାନ୍ତି ।

ମୁଖ୍ୟ ଡାକ୍ତର ପ୍ରହ୍ଲାଦ ପଣ୍ଡା ତାଙ୍କ ଡିପାର୍ଟମେଣ୍ଟ ହୋଇ ନଥିଲେ ମଧ୍ୟ ସେ କେଉଁଥି ପାଇଁ ତାଙ୍କୁ ୧୦ଟି ଇଞ୍ଜେକସନ ଦେଲେ ସେନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ତାଙ୍କର ପ୍ରକୃତରେ କଣ ହୋଇଥିଲା ଓ କେଉଁ ସବୁ ଇଞ୍ଜେକସନ ତାଙ୍କୁ ଦେଇଥିଲେ ପ୍ରଥମେ ଏହା ସ୍ପଷ୍ଟ କରନ୍ତୁ ଓ ତା’ପରେ ଯାଇ ସେମାନେ ସେଠାରୁ ଆନ୍ଦୋଳନରୁ ହଟିବେ ବୋଲି କହିଛନ୍ତି ।
ନ୍ୟାୟ ଦାବି କରି ଆନ୍ଦୋଳନ ଜାରି ରହିଥିଲେ ଏବେ ସୁଦ୍ଧା ଏତଲା ଦିଆ ଯାଇ ନାହିଁ ବୋଲି ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।