ଜଣେ ଅଭିନେତ୍ରୀ ପର୍ସ ଚୋରୀ କରିବା ପରେ ତାଙ୍କୁ ଗିରଫ କରିଛି ପୋଲିସ । ଏହିପରି ଏକ ଘଟଣା ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି । ଅଭିନେତ୍ରୀ ଜଣକ ପର୍ସ ଚୋରୀ କରି ଅଡୁଆରେ ପଡିଛନ୍ତି । ଅଭିନେତ୍ରୀ ଜଣକ ଏକ ଆନ୍ତର୍ଜାତିକ ପୁସ୍ତକ ମେଳାକୁ ଯାଇଥିଲେ ଆଉ ସେଠାରୁ ସେ ପର୍ସ ଚୋରୀ କରିଥିଲେ । ସେ ଗୋଟିଏ ପର୍ସ ଡଷ୍ଟବିନକୁ ଫିଙ୍ଗିବା ବେଳେ ପୋଲିସ ତାଙ୍କୁ ଦେଖି ନେଇଥିଲା । ଏହାପରେ ତାଙ୍କ ଉପରେ ପୋଲିସର ସନ୍ଦେହ ବଢିଥିଲା । ତେଣୁ ତାଙ୍କୁ ଯାଞ୍ଚ କରିବା ପାଇଁ ନିଆ ଯାଇଥିଲା ।

ଆଉ ଯାଞ୍ଚ ସମୟରେ ତାଙ୍କ ପାଖରୁ ଏକାଧିକ ପର୍ସ ଓ ୭୫ ହଜାର ଟଙ୍କା ମଧ୍ୟ ପୋଲିସକୁ ମିଳିଥିଲା । ତାଙ୍କ ଠାରୁ ମିଳିଥିବା ଏହି ସବୁ ଜିନିଷକୁ ପୋଲିସ ଜବତ କରିଛି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ରୂପା ଦତ୍ତ । ରୂପା ବଙ୍ଗଳାର ଜଣେ ଟିଭି ଅଭିନେତ୍ରୀ । ସେ ବଙ୍ଗାଳୀ ଟିଭି ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ । ପର୍ସ ଚୋରୀ ଘଟଣାରେ ରୂପାଙ୍କୁ ପୋଲିସ ଗିରଫ କରିଛି । କଲିକତାରେ ଚଳିତ ବର୍ଷର ଆନ୍ତର୍ଜାତୀୟ ପୁସ୍ତକ ମେଳା ହେଉଥିଲା ।
ସୂଚନା ଅନୁସାରେ ପୁସ୍ତକ ମେଳାରେ ପେଟ୍ରୋଲିଂ କରୁଥିବା ସମୟରେ ପୋଲିସ ଜଣେ ମହିଳାଙ୍କୁ ଏକ ଡଷ୍ଟବିନରେ ଗୋଟିଏ ପର୍ସ ଫୋପାଡୁ ଥିବାର ଦେଖିବାକୁ ମିଳିଥିଲା । ତାଙ୍କ ଉପରେ ପୋଲିସର ସନ୍ଦେହ ହେବାରୁ ତୁରନ୍ତ ପଚରା ଉଚରା କରିଥିଲେ । ଆଉ ଏହି ସମୟରେ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା ହେଲା ।

ଅଭିନେତ୍ରୀଙ୍କ ଯାଞ୍ଚ ହେବା ପରେ ତାଙ୍କ ବ୍ୟାଗରୁ ଏପରି ଆହୁରି କେତେକ ପର୍ସ ମିଳିଲା । ସେହି ମହିଳା ଜଣକ ଜଣେ ଅଭିନେତ୍ରୀ ବୋଲି ପୋଲିସ ଜଣାଇଥିଲା । ସେ କେତେକେ ବଙ୍ଗାଳୀ ଫିଲ୍ମରେ ମଧ୍ୟ କରିଛନ୍ତି । କିଛି ବର୍ଷ ପୂର୍ବେ ରୂପା ଦତ୍ତ ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ନିର୍ଯ୍ୟାତନାର ଆରୋପ ଲଗାଇଥିଲେ । ରୂପାଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ପରେ ସେ ଚୋରୀ କରିଥିବା ସ୍ଵୀକାର କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ ଏମିତି ଭିଡ ଜାଗାକୁ ଲୋକଙ୍କ ପର୍ସ ଚୋରୀ କରୁଥିବା କଥା ସେ ମାନିଛନ୍ତି । ଏତେ ଲୋକପ୍ରିୟ ଅଭିନେତ୍ରୀ ଚୋରୀ କେମିତି କରୁଛନ୍ତି ତାହା କାହାକୁ ମଧ୍ୟ ବିଶ୍ବାସ ହେଉନାହିଁ । ବର୍ତ୍ତମାନ ବିଧାନ ନଗର ପୋଲିସ ଏହି ମାମଲାର ଛାନଭିନ୍ କରୁଛି ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।