ବର୍ଷ ୨୦୨୨ ରେ ଦୁଇଟି ସୂର୍ଯ୍ୟପରାଗ ହେବାର ଅଛି । ତେବେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ମାସ ୩୦ ତାରିଖରେ ହେବ । ଏହା ଆଂଶିକ ସୂର୍ଯ୍ୟପରାଗ ହେବ ଏବଂ ଅକ୍ଟୋବର ୨୫ରେ ଦ୍ଵିତୀୟ ସୂର୍ଯ୍ୟପରାଗ ହେବ । ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟପରାଗ ମଧ୍ୟରାତ୍ରି ୧୨ଟା ୧୫ରୁ ଆରମ୍ଭ ହୋଇ ମେ ୧ ସକାଳ ୪ଟା ୦୭ମିନିଟ ପର୍ଯ୍ୟନ୍ତ ରହିବ । ଜ୍ତୋତିଶ ଶାସ୍ତ୍ରରେ ସୂର୍ଯ୍ୟପରାଗର ଅନେକ ମହତ୍ଵ ରହିଛି । ଗ୍ରହ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ ।

ସୂର୍ଯ୍ୟ ହେଉଛନ୍ତି ସମସ୍ତ ଗ୍ରହ ମାନଙ୍କର ରାଜା, ପିତା ଓ ଆତ୍ମାର କାରକ । ବିଶ୍ବାସ କରାଯାଏ ଯେତେବେଳେ ସୂର୍ଯ୍ୟପରାଗ ହୁଏ ସେତେବେଳେ ସୂର୍ଯ୍ୟଙ୍କ ଶୁଭଫଳ କମିଯାଏ ଓ ବିଭିନ୍ନ ରାଶି ଉପରେ ଏହାର ନକରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ । କିନ୍ତୁ କିଛି ରାଶି ଉପରେ ଏହାର ଭଲ ପ୍ରଭାବ ମଧ୍ୟ ପଡେ । ତେବେ ଏପ୍ରିଲ ୩୦ରେ ହେବାକୁ ଥିବା ସୂର୍ଯ୍ୟପରାଗର ଚାରୋଟି ରାଶି ଉପରେ ଭଲ ପ୍ରଭାବ ପଡିବାକୁ ଯାଉଛି ।
ବୃଷ ରାଶି
ଏହି ସୂର୍ଯ୍ୟପରାଗ ବୃଷ ରାଶି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଅନେକ ଦିନରୁ ପଡି ରହିଥିବା କାର୍ଯ୍ୟ ଶେଷ ହେବ । ଗ୍ରହଣ ଲାଗିଥିବା ସମୟରେ କରା ଯାଇଥିବା ସମସ୍ତ ଆମ ସଫଳ ହେବ । ଏ ସମୟରେ କରା ଯାଇଥିବା କୌଣସି ଯାତ୍ରା ମଧ୍ୟ ବେଶ ଲାଭଦାୟୀ ହେବ । ସୂର୍ଯ୍ୟପରାଗ ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ଶୁଭଫଳ ଆଣିବ । ଆପଣ ଏହିଦିନ କୌଣସି ସମ୍ପତ୍ତିରେ ବିନିଯୋଗ କଲେ ଲାଭଦାଯକ ହେବ ।

କର୍କଟ ରାଶି
ଏହି ସୂର୍ଯ୍ୟପରାଗ କର୍କଟ ରାଶି ପାଇଁ ମଧ୍ୟ ଶୁଭ ରହିଛି । ଆପଣ କାର୍ଯ୍ୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆପଣଙ୍କ ଖ୍ଯାତି ବଢିବ । ଏହି ସୂର୍ଯ୍ୟପରାଗ ଆପଣଙ୍କ ଭାଗ୍ୟକୁ ଆହୁରି ଦୃଢ କରିପାରେ । ନିଜ ଯୋଗ୍ୟତାକୁ ଭରସା କରି ଏହି ସମୟରେ ଆପଣ କୌଣସି ବି ନୂଆ କାମ ଆରମ୍ଭ କରିପାରିବେ ବା ନୂଆ ଚ୍ୟାଲେଞ୍ଜ ନେଇପାରିବେ । ଏଥିପାଇଁ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ମଧ୍ୟ ମିଳିପାରେ ।

ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟପରାଗ ଅତ୍ୟନ୍ତ ଶୁଭ ହେବ । କର୍ମକ୍ଷେତ୍ରରେ ଲାଭବାନ ହେବାର ସମ୍ଭାବନା ଅଛି । ଚାକିରିରେ ମଧ୍ୟ ପଦୋନ୍ନତି ହୋଇପାରେ । ବ୍ୟବସାୟରେ ମଧ୍ୟ ମୋଟ ଅଙ୍କର ଲାଭ ମିଳିପାରେ । ଏହି ସମୟରେ ଆପଣ ନିଜ କର୍ମକ୍ଷେତ୍ରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ମଧ୍ୟ ସଫଳ ହୋଇପାରିବେ ।

ଧନୁ ରାଶି
ଆପଣଙ୍କ ଆର୍ଥିକ ଅବସ୍ଥାରେ ବହତୁ ଉନ୍ନତି ହେବ । ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟପରାଗ ବେଶ ଭଲ ରହିବ । ବିଦେଶରେ ଚାକିରିର ସୁଯୋଗ ମଧ୍ୟ ମିଳିପାରେ । ସୂର୍ଯ୍ୟପରାଗ ସମୟରେ ଯଥା ସମ୍ଭବ ଭଗବାନଙ୍କ ଆରାଧନା କରନ୍ତୁ । ବ୍ୟବସାୟୀ ମାନେ ଏହି ସମୟରେ କିଛି ନୂଆ ନୀତି ପ୍ରସ୍ତୁତ କରନ୍ତୁ ଏବଂ ସେଗୁଡିକୁ ସଠିକ ଭାବେ କାର୍ଯ୍ୟକାରୀ କରନ୍ତୁ । ଦେଖିବେ ନିଶ୍ଚୟ ଲାଭବାନ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।