ୟୁକ୍ରେନ ଦମ୍ପତ୍ତିଙ୍କ ସାହସିକତାର ଭିଡିଓ ହେଉଛି ଭାଇରାଲ, ଋଷ ସୈନ୍ୟଙ୍କୁ ନଡରି ଏମିତି କଲେ ସାମ୍ନା, ଦେଖନ୍ତୁ video

ଟିକିଏ ଏପଟ ସେପଟ ହେଲେ ବନ୍ଧୁକରୁ ବାହାରି ଯିବ ଗୁଳି । ଆଖି ସାମ୍ନାରେ ମୃତ୍ୟୁ ଥାଇ ବି ଟିକେ ହେଲେ ଭୟ କଲେନି । ପରିଣତ ବୟସରେ ବି ବାହାଦୁରି ଦେଖାଇଛନ୍ତି ଏହି ବୃଦ୍ଧ ଦମ୍ପତ୍ତି । ଶତ୍ରୁସେନାଙ୍କ ବିରୋଧରେ ହାଲ୍ଲାବୋଲ କଲେ ବୃଦ୍ଧ ଦମ୍ପତ୍ତି । ଗୋଳାବାରୁଦର କୋଳାହଳ ଭିତରେ ନିଜ ଘର ସାମ୍ନାରେ ଢାଲ ହୋଇ ଠିଆ ହେଲେ । ଆଧୁନିକ ଅସ୍ତ୍ରଶସ୍ତ୍ର ଧରି ଘର ଭିତରକୁ ପଶି ଆସିଥିବା ଋଷିଆ ସୈନ୍ୟଙ୍କୁ କଡା ଜବାବ ବି ଦେଲେ । ହାତରେ ବଡ ବଡ ବନ୍ଧୁକ ଧରି ଘର ଖାଲି କରିବାକୁ ଆସିଥିଲେ ପୁଟିନଙ୍କ ସୈନ୍ୟ ।

ହେଲେ ଏହି ବୃଦ୍ଧ ଦମ୍ପତ୍ତିଙ୍କ ଦମ୍ଭ ଆଗରେ ତାଙ୍କୁ ହାର୍ ମାନି ଫେରିଯିବାକୁ ପଡିଲା । ଏହି ଭିଡିଓରେ ଆପଣ ଏହା ସ୍ପଷ୍ଟ ଦେଖି ପାରୁଥିବେ । ହାତରେ ହାତେ ହାତେ ବନ୍ଧୁକ ଧରି ୟୁକ୍ରେନର ମାଇକୋଲାଇସ କୋବାଲସ ମାର୍ଗର ବୋଜେଲେସ ସହରକୁ ପଶି ଆସିଥିଲେ ଋଷର ଚାରିଜଣ ସୈନ୍ୟ । ସହରରେ ପହଞ୍ଚିବା ପରେ ଅଲଗା ଅଲଗା ହୋଇ ୟୁକ୍ରେନ ସୈନ୍ୟମାନଙ୍କୁ ଖୋଜିବାରେ ଲାଗି ପଡିଥିଲେ ।

ଏହା ଭିତରେ ସହରରେ ଥିବା ଏକ ଘର ଭିତରକୁ ବଳପୂର୍ବକ ପଶିବାକୁ ଚେଷ୍ଟା କରିଥିଲେ । ତିନିଜଣ ଘର ଭିତରକୁ ପଶିଥିବା ବେଳେ ଆଉ ଜଣେ ବାହାରେ ଅପେକ୍ଷା କରିଥିଲେ । କିନ୍ତୁ ଘରଭ ଭିତରେ ସୈନ୍ୟଙ୍କୁ ଦେଖି ରାଗ ତମତମ ହୋଇ ଯାଇଥିଲେ ବୃଦ୍ଧ ଦମ୍ପତ୍ତି । ବନ୍ଧୁକ ଗୁଳି ଭୟରେ ଘର ଭିତରେ ନଲୁଚି ସେମାନେ ବାହାରକୁ ଆସି ଉଚିତ ଜବାବ ଦେଇଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି କି ଉକ୍ତ ଦମ୍ପତ୍ତିଙ୍କୁ ଭୟଭୀତ କରିବା ପାଇଁ ଋଷିଆ ସୈନ୍ୟମାନେ ଫାଙ୍କା ଗୁଳୁଚାଳନା କରୁଛନ୍ତି । ହେଲେ ଗୁଳି ଶବ୍ଦ ଶୁଣି ମଶୀ ଉଭୟ ଭୟଭୀତ ହେଉ ନାହାନ୍ତି । ବରଂ ସେମାନଙ୍କ ଆଖିରେ ଆଖି ମିଶାଇ ଶତ୍ରୁ ସେନାଙ୍କୁ ସେମାନଙ୍କ ଘରୁ ବାହାରି ଯିବାକୁ କହୁଛନ୍ତି । ଆଉ ଏନେଇ ସେମାନଙ୍କ ମଧ୍ୟରେ ବେଶ କିଛି ସମୟ ଯୁକ୍ତିତର୍କ ମଧ୍ୟ ହେଉଛି ।

ଶେଷରେ ଦମ୍ପତ୍ତିଙ୍କ ଆଗରେ ହାର୍ ମାନି ଋଷିଆ ସୈନ୍ୟମାନେ ଘର ବାହାରକୁ ଚାଲି ଯାଉଛନ୍ତି । ଏହି ୟୁକ୍ରେନ ଦମ୍ପତ୍ତି ଋଷିଆ ସୈନ୍ୟଙ୍କ ପଛେ ପଛେ ଯାଇ ଘରର ମୁଖ୍ୟ ଫାଟକ ଯାଏଁ ଘଉଦାଉ ଦେଉଛନ୍ତି । ଏହି ସମୟରେ ତାଙ୍କ ଘରେ ଥିବା କୁକୁର ମଧ୍ୟ ସୈନ୍ୟଙ୍କୁ ଦେଖି ଭୋକିବା ଆରମ୍ଭ କରିଦେଉଛି ।

ଏହି ସାହସୀ ବୃଦ୍ଧ ଦମ୍ପତ୍ତିଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ବହୁଳ ଭାବରେ ଶେୟାର କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖି ସାରିଲେଣି । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଦମ୍ପତ୍ତିଙ୍କ ଏହି ସାହସିକତାର ଭିଡିଓ ଏବଂ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି । କେତେକେ ଟ୍ବିଟର ୟୁଜର୍ସ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।