ହାଇ ଆଲର୍ଟରେ ଋଷ ସୈନ୍ୟ, ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବାକୁ କଡା ନିର୍ଦ୍ଦେଶ ଦେଲେ Putin…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ହାଇ ଆଲର୍ଟରେ ଋଷସେନା । ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବା ପାଇଁ ପୁଟିନ ଦେଲେ କଡା ନିର୍ଦ୍ଦେଶ । ୟୁକ୍ରେନ ଓ ଋଷିଆ ଯୁଦ୍ଧ ବିଷୟରେ ଥମିବାର ନାଁ ନେଉନି ଚର୍ଚ୍ଚା । ଦେଶର ସମସ୍ତ ଆଣବିକ ଅସ୍ତ୍ରକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲେ ପୁଟିନ । ଆଉ ତାଙ୍କ ନିର୍ଦ୍ଦେଶ ପାଇବ ପରେ ଏବେ ଋଷିଆ ସୈନ୍ୟ ହାଇ ଆଲର୍ଟରେ ଅଛନ୍ତି । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ଏବେ ସାରା ବିଶ୍ଵ ଚିନ୍ତାରେ । ଏବେ ଋଷିଆ ଟିସାର ବୋମା ପକାଇବା ବୋଲି ଜଣାପଡିଛି । ଋଷର ସବୁଠୁ ବିଧ୍ଵଂସକାରୀ ପରମାଣୁ ବୋମା ହେଉଛି ଟିସାର ବୋମା ।

ଏହା ନିମିଷକେ ସବୁକିଛି ବରବାଦ କରିଦେଇ । ଏହାକୁ ଋଷ 1961 ମସିହା ବିଶ୍ଵଯୁଦ୍ଧ ବେଳେ ତିଆରି କରିଥିଲା । ଏହାର ପରୀକ୍ଷଣ ବେଳେ ଏହା ହଜାରେ କିମି ଦୂରତାରୁ ମଧ୍ୟ ଦେଖା ଯାଉଥିଲା । ଏପରିକି ବିସ୍ଫୋରଣର ବିକିରଣ ୬୭କିମି ଉଚ୍ଚ ଯାଏଁ ରହିଥିଲା । ଟିସାର କ୍ୟାନନ ଏହି ବୋମା ମାଟିରୁ ୪କିମି ଉଚ୍ଚତାରେ ବିସ୍ଫୋରଣ ହୋଇଥାଏ ଓ ଛତୁ ଭଳି ଏହାର ଆକାର ହୋଇଥାଏ । ଆଉ ଏଥିରୁ ବାହାରୁଥିବା ଧୂଆଁ ପ୍ରାୟ ୬୦କିମି ଯାଏଁ ଦେଖିବାକୁ ମିଳେ ।

ଏହି ଗୋଟିଏ ବୋମା ୫୫ରୁ ୧୦୦କିମି ମଧ୍ୟରେ ଥିବା ସବୁ ଅଟ୍ଟାଳିକାକୁ ଧ୍ଵଂସ କରିପାରେ ଓ ଏହାଦ୍ବାରା ଭୂକମ୍ପ ମଧ୍ୟ ଆସିଯାଏ । ଭ୍ଲାଦିମିର ସବମେରିନ- ଏହାକୁ ଋଷିଆର ଜଣେ ଯୁବରାଜଙ୍କ ନାମରେ ନାମକରଣ କରା ଯାଇଥିଲା । ଏହା ବୋରେଲ ଦ୍ଵିତୀୟ କ୍ଳାସର ସବମେରିନ ଅଟେ । ଏହା ୧୬ଟି ବୁଲାଭା ମିଶାଇଲ ଧାରଣ କରିବାର କ୍ଷମତା ରଖିଛି ।

ଏହା ଋଷ ନୌସେନାର ସବୁଠୁ ବଡ ଶକ୍ତି ବୋଲି କୁହାଯାଏ । ତେବେ ଯଦି ଏହି ବୋମା ଋଷିଆ ୟୁକ୍ରେନ ଉପରେ ପକାଏ ତେବେ ଏପର୍ଯ୍ୟନ୍ତ ତା’ର ଯେତିକି କ୍ଷତି ହୋଇଛି ତାହାଠୁ ଅଧିକ କ୍ଷତି କ୍ଷଣିକ ମଧ୍ୟରେ ହେବ । ଗୋଟିଏ ପଟେ ଋଷିଆ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ କବଜାକୁ ନେଉଥିବା ବେଳେ ଏବେ ଏମିତି ବୋମା ପକାଇଲେ ୟୁକ୍ରେନର ଅବସ୍ଥା କଣ ହେବ ଥରେ ଚିନ୍ତା କରନ୍ତୁ ।

ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧ ଶେଷ ହେଉ ନଥିବା ବେଳେ ଏହାକୁ ନେଇ ସାରା ବିଶ୍ଵ ଏବେ ଚିନ୍ତାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।