ଋଷ ଓ ୟୁକ୍ରେନ ଯୁଦ୍ଧର ସମାଧାନ ବାହାରିଯିବ ପଛେ ଆମ ପଡୋଶୀ ପାକିସ୍ତାନର ସମସ୍ଯା କେବେ ସମାଧାନ ହେବନାହିଁ । ପାକିସ୍ତାନରେ ଯାହାଙ୍କ ସରକାର ଗଢିଥାଏ ତାଙ୍କ ଭାଗ୍ୟରେ କେବଳ ସମସ୍ଯା ହିଁ ସମସ୍ଯା ଲାଗିରୁହେ । ବର୍ତ୍ତମାନ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ବିପଦରେ ପଡିଛି । ପାକିସ୍ତାନର ପ୍ରମୁଖ ବିପକ୍ଷ ଦଳମାନେ ଇମ୍ରାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଜାରି କରିଛନ୍ତି । ମହଙ୍ଗା ବୃଦ୍ଧି ଓ କରଜ ଭଳି ମାମଲାକୁ ନେଇ ଏହି ବିପକ୍ଷ ପାର୍ଟିମାନେ ଇମ୍ରାନଙ୍କ ବିରୋଧରେ ପ୍ରସ୍ତାବ ଆଣିଛନ୍ତି ।
ଇମ୍ରାନଙ୍କୁ ଇସ୍ତଫା ଦେବା ପାଇଁ ଏହି ବିପକ୍ଷ ଦଳମାନେ ୨୪ ଘଣ୍ଟାର ମହଲତ ଦେଇଛନ୍ତି । ରିପୋର୍ଟ ମୁତାବକ ପାକିସ୍ତାନ ମୁସଲିମ ଲିଗ ନୱାଜ ଓ ପାକିସ୍ତାନ ପିପଲ୍ସ ପାର୍ଟିର ପ୍ରାୟ ୧୦୦ରୁ ଅଧିକ ସାଂସଦ ଅବିଶ୍ଵାସ ପ୍ରସ୍ତାବ ଉପରେ ହସ୍ତାକ୍ଷର କରି ଏହାକୁ ଜାତୀୟ ସଚିବାଳୟଙ୍କ ପାଖକୁ ପଠାଇଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ପାକିସ୍ତାନରେ ଯଦି କୌଣସି ପାର୍ଟି ପାଖରେ ୬୮ ଜଣ ସାଂସଦଙ୍କ ସମର୍ଥନ ଥିବ ତେବେ ସ୍ପିକର ଅବିଶ୍ଵାସ ପ୍ରସ୍ତାବକୁ ସଦନରେ ରଖିବାକୁ ଅନୁମତି ଦେଇଥାନ୍ତି ।
ପାକିସ୍ତାନରେ ଯଦି କୌଣସି ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଏ ତେବେ ସଦନରେ ୩୪୨ ରୁ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେବ । ଆଉ ଏହି ଖୁବ ଶୀଘ୍ର ସମର୍ଥନ ଏକଜୁଟ କରିବେ ବୋଲି ବିପକ୍ଷ ଦଳ ଦାବି କରିଛି । ବିପକ୍ଷ ଦଳ ପାକିସ୍ତାନୀ ସେନାଙ୍କୁ ମଧ୍ୟ ଇମ୍ରାନ ଖାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ନ କରିବା ଲାଗି କହିଛନ୍ତି । ଇତିମଧ୍ୟରେ ସମସ୍ଯାରେ ଘେରି ହୋଇ ରହିଥିବା ଇମ୍ରାନ ଖାନଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।
ଇମ୍ରାନ ବିପକ୍ଷଙ୍କୁ ଜବାବ ଦେଇ କହିଛନ୍ତି, ସେନା ମୋ ସହ ଠିଆ ହୋଇଛନ୍ତି ସେମାନେ କେବେବି ଚୋରଙ୍କ ସମର୍ଥନ କରିବେ ନାହିଁ । ଲୋକେ ଏବେ ବିପକ୍ଷ ଦଳଙ୍କ ସମର୍ଥନ କରୁ ନାହାନ୍ତି ସେଥିପାଇଁ ସେମାନେ ମୋ ବିରୋଧରେ ଏଭଳି ପ୍ରସ୍ତାବ ଆଣିଛନ୍ତି ବୋଲି ସେ କହିଛନ୍ତି । ତେବେ ବର୍ତ୍ତମ୍ନ ଇମ୍ରାନ ଏକଦମ ବିଚଳିତ ହୋଇ ଯାଇଛନ୍ତି । ତାଙ୍କ ସରକାର ବିରୋଧରେ ୨୦୨୮ ପର୍ଯ୍ୟନ୍ତ କେହି କିଛି କରିପାରିବେ ନାହିଁ ବୋଲି ସେ କହି ପକେଇଛନ୍ତି ।
ତାଙ୍କ ସାଂସଦ ମାନଙ୍କୁ କିଣିବା ୧୮କୋଟି ପର୍ଯ୍ୟନ୍ତ ଲାଞ୍ଚ ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । କିନ୍ତୁ ସେହି ଟଙ୍କା ନେଇ ଜନତାଙ୍କୁ ବାନ୍ତି ଦେବାକୁ ସେ ନିଜର ସାଂସଦ ମାନଙ୍କୁ କହିଛନ୍ତି ବୋଲି ବୟାନ ରଖିଛନ୍ତି । ଇମ୍ରାନଙ୍କ ସରକାରକୁ ହଟାଇବା ପାଇଁ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର ହେଉଛି କିନ୍ତୁ ମୋ ସରକାରର କେହି କିଛି ବିଗାଡି ପାରିବେ ନାହିଁ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।