ଦୁଇ ଭଉଣୀଙ୍କୁ ସଲାମ ! ବୁଲା ପଶୁ ପକ୍ଷୀଙ୍କ ପାଇଁ ସାଜିଛନ୍ତି ମା’, କରୁଛନ୍ତି ଏମିତି କାମ ଶୁଣି ଆପଣ ବି କରିବେ ସଲାମ !

ଯିଏ ଯେତେ ବଳୁଆ ହୁଅନ୍ତି ନ କାହିଁକି ଷଣ୍ଢ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ଏହି ଦୁଇ ଭଉଣୀ ବିନା ଭୟରେ ବୁଲା ଷଣ୍ଢଙ୍କୁ ଭଉଣୀରେ ଫାଶ ପକାଇ ତଳେ ପକାଇ ତାଙ୍କର ସେବା କରନ୍ତି । ଏହି ଦୁଇ ଭଉଣୀ ହେଉଛନ୍ତି କଟକ ନିକଟସ୍ଥ ତ୍ରିଶୂଳିଆ ଅଞ୍ଚଳର ତନୁଶ୍ରୀ ଏବଂ ତପସ୍ଵୀ । ତପସ୍ଵୀ ଜେନ ରେସ୍ତୋରାଁ ମାଲିକାଣୀ ହୋଇଥିବା ବେଳେ ତନୁଶ୍ରୀ ଜଣେ ଫ୍ୟାଶନ ଡିଜାଇନର । କିନ୍ତୁ ବୁଲା ଜୀବଜନ୍ତୁଙ୍କ କଷ୍ଟ ଦେଖିଲେ ଏମାନଙ୍କ ଦେହ ସହେ ନାହିଁ ।

ଦୁର୍ଘଟଣା କିମ୍ବା ରୋଗରେ ଛଟପତଟ ହେଉଥିବା ବୁଲା ଷଣ୍ଢ, ଗାଈ ଓ କୁକୁରଙ୍କ ପାଖେ ପହଞ୍ଚି ଯାଇ ଏମାନେ ନିଜ ହାତରେ ଘା ସଫା କରିବାଠୁ ଆରମ୍ଭ କରି ମେଡ଼ିସିନ ଲଗାଇବା ଏବଂ ଇଂଜେକସନ ଦେବା ଆଦି ସବୁ କାମ ଅନାୟାସରେ କରନ୍ତି । ସେମାନେ ତାଙ୍କ ଘରେ ମଧ୍ୟ ଅନେକ କୁକୁର, ବିଲେଇ, ଗାଈ, ଠେକୁଆ ଆଦି ପାଳିଛନ୍ତି । ବୁଲା କୁକୁର ଗାଈଙ୍କୁ ଦେଖି ତାଙ୍କ ମନରେ ଦୟା ଆସୁଥିଲେ ମଧ୍ୟ ସେମାନଙ୍କର ବିଶେଷ ଜ୍ଞାନ ନଥିଲା ।

କିନ୍ତୁ କିଛି କରିବାର ମନୋଭାବ ଆଜି ତାଙ୍କୁ ସେମାନଙ୍କ ସେବା କରିବା ଶିଖାଇ ଦେଇଛି । ଭଲପାଇବା ବଳରେ ସବୁ ସମ୍ଭବ ବୋଲି କହିଛନ୍ତି ଏହି ଦୁଇ ଭଉଣୀ । ପ୍ରେମରେ ଯଦି ବୁଲା କୁକୁର ଓ ଗାଈଙ୍କ ସହ ବ୍ୟବହାର କରିବ ତେବେ ସେମାନେ ମଧ୍ୟ ପ୍ରେମରେ ତୁମ ସହ ବ୍ୟବହାର କରିବେ । ପଶୁଙ୍କୁ ପାଳିବା କୌଣସି ବଡ ବୋଝ ନୁହେଁ ବରଂ ମଣିଷ ଛୁଆକୁ ବଡ କରିବା ଯେମିତି ପଶୁଙ୍କୁ ପାଳିବା ମଧ୍ୟ ଠିକ ସେହିପରି ବୋଲି ସେ କହିଛନ୍ତି ।

ବୁଲା ଜୀବଜନ୍ତୁ ତଥା ଗାଈ, ଷଣ୍ଢ, କୁକୁର, ଠେକୁଆ, ପାରା ଆଦି ସମସ୍ତଙ୍କର ମାଆ ପାଲଟି ଯାଇଛନ୍ତି ଏହି ଦୁଇ ଭଉଣୀ । ଏମାନେ ଏହି ପଶୁମାନଙ୍କୁ ନିଜ ଛୁଆଙ୍କ ଠାରୁ ବି ଅଧିକ ସ୍ନେହ ଓ ଭଲପାଇବା ଦିଅନ୍ତି । ଲୋକମାନେ ସଉକ ପାଇଁ ବିଦେଶୀ କୁକୁର ଆଣି ଘରେ ପାଳନ୍ତି କିନ୍ତୁ ବୁଲା କୁକୁର ଦେଖିଲେ ପଥର ଫିଙ୍ଗନ୍ତି । କିନ୍ତୁ ତପସ୍ଵୀ ଓ ତନୁଶ୍ରୀଙ୍କ ପାଇଁ ଏମାନେ ବି ମଣିଷଙ୍କ ପରି ।

ସମସ୍ତଙ୍କୁ ତ ଘରେ ଆଣି ପାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ସେମାନଙ୍କ ଖାଇବା ପିଇବା ସ୍ୱାସ୍ଥ୍ୟର ସଂପୂର୍ଣ୍ଣ ଧ୍ୟାନ ରଖନ୍ତି ଏହି ଦୁଇ ଭଉଣୀ । ପଶୁଙ୍କ ପ୍ରତି ଭଲପାଇବା ଯୋଗୁଁ ଏମାନେ ନିଜ ଦେହରେ ଟାଟୁ ମଧ୍ୟ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।