ଋଷ ପାଖରେ ରହିଛି ବିଶ୍ଵର ସବୁଠୁ ଭୟଙ୍କର ଏହି 5 ଟି ଅସ୍ତ୍ର, ଯାହାକୁ ଡରୁଛି ପୁରା ବିଶ୍ଵ, ଦେଖନ୍ତୁ କଣ ସେହି ସବୁ ଅସ୍ତ୍ର…

ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଧ ଦିନକୁ ଦିନ ବିପଦଜନକ ହେଉଛି । ଋଷର ଆକ୍ରମଣ ୟୁକ୍ରେନ ଉପରେ ଭାରି ପଡୁଛି । ସେପଟେ ୟୁକ୍ରେନକୁ ସମର୍ଥନ କରୁଥିବା ପଶ୍ଚିମ ଦେଶସବୁ ଋଷକୁ ବିରୋଧ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛନ୍ତି ସତ କିନ୍ତୁ ସେ ୟୁକ୍ରେନକୁ ନିଜ ସେନା ପଠାଇବେ ନାହିଁ ବୋଲି କହିଛନ୍ତି । ୩୦ ଦେଶ ବିଶିଷ୍ଟ ନାଟୋ ମଧ୍ୟ ଋଷକୁ ସିଧାସଳଖ ଆକ୍ରମଣର ଧମକ ଦେଉନାହିଁ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି ଯେ ଯଦି କୌଣସି ଦେଶ ତାଙ୍କ ମାମଲାରେ ହସ୍ତକ୍ଷେପ କରନ୍ତି କିମ୍ବା ଋଷ ପାଇଁ ବିପଦ ସୃଷ୍ଟି କରନ୍ତି ତେବେ ଋଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବ । ଏପରି ପରିଣାମ ଦେଖିବାକୁ ମିଳିବ ଯେ ଯାହା କେବେବି ଇତିହାସରେ ଦେଖାଯାଇନି । ତେବେ ଋଷ ପାଖରେ କେତେକେ ବିନାଶକାରୀ ଯନ୍ତ୍ର ରହିଛି ଯାହା ହେତୁ ଆମେରିକା ଓ ନାଟୋ ମଧ୍ୟ ଭୟ କରୁଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଏତେ ମାରାତ୍ମକ ଯେ ଏହାର ବ୍ୟବହାର କରି ଋଷ କୌଣସି ବି ଶତ୍ରୁକୁ ବିନାଶ କରିପାରିବ ।

ଋଷ ପାଖରେ ବିଶ୍ଵର ସବୁଠୁ ବଡ ପରମାଣୁ ବୋମା ରହିଛି । ୧୯୬୧ରେ ସୋଭିଏତ ୟୁନିୟନ ସୁପର ବିନାଶକାରୀ ହାଇଡ୍ରୋଜେନ ବୋମା ପରୀକ୍ଷା କରିଥିଲା । ଜାପାନ ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇଥିଲା ତା’ଠାରୁ ଏହି ପରମ୍ନୁ ବୋମା ତିନି ହଜାର ତିନିଶହ ତେତିଶି ଗୁଣ ଅଧିକ ଶକ୍ତିଶାଳୀ ଥିଲା । ଏହି ଜାର୍ ବୋମାରେ ଲକ୍ଷ ଲକ୍ଷ ଲୋକ ମରିବା ସହ ଅନେକ ଲୋକ ଚର୍ମ ଏବଂ ଶ୍ଵାସରୋଗର ମଧ୍ୟ ଶିକାର ହେବେ ।

ଋଷର କିଞ୍ଜଲ ହାଇପରସୋନିକ କ୍ଷେପଣାସ୍ତ୍ର ଅତ୍ୟନ୍ତ ବିପଦଜନକ ଅଟେ । ଏହି ହାଇପରସୋନିକ ଆଣବିକ କ୍ଷେପଣାସ୍ତ୍ର ଋଷର ମିଗ ୩୧ ଯୁଦ୍ଧ ବିମାନରେ ସ୍ଥାପିତ ହୋଇଛି । ଋଷ ପାଖରେ ୨S୭ ପିୟନ ତୋପ ରହିଛି । ଏହା ସ୍ୱଳ୍ପଗାମୀ ପରମାଣୁ ଆକରଣ କରିପାରିବ । ଏହି ତୋପ ମାଧ୍ୟମରେ ୨୦୩ ଏମଏମ ପରମାଣୁ ବୋମାର ଆକ୍ରମଣ କରା ଯାଇପାରେ । ଏହାସହ ପାଖରେ ବେଲଗୋରୋଡ ପରମାଣୁ ସବମରିନ ଅଛି ଯାହା ବିଶ୍ଵ ସର୍ବବୃହତ ସବମରିନ ବୋଲି କୁହାଯାଏ ।

ପୋସାଇଡନ ଟାରପିଡୋରେ ସଜ୍ଜିତ ଏହି ସବମରିନ ରେଡିଓଆକ୍ଟିଭ ସୁନାମୀ ସୃଷ୍ଟି କରିପାରେ । ଏହା ବ୍ଯତୀତ ଋଷ ପାଖରେ ଅତ୍ୟନ୍ତ ବିପଦଜନକ ଟ୍ୟାଙ୍କ ମଧ୍ୟ ରହିଛି ଯାହା ରିମୋଟ କଣ୍ଟ୍ରୋଲ ଦ୍ଵାରା ପରିଚାଳିତ । ଏହା ଏକ ମିନିଟରେ ଦଶରୁ ବାର ରାଉଣ୍ଡ ଗୁଳିଚାଳନା କରିପାରେ ଓ ବିନା ସଠିକ ଲକ୍ଷ୍ୟରେ ମଧ୍ୟ ଲକ୍ଷ୍ୟଭେଦ କରିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।