କିଛି ମହିଳା ଥାଆନ୍ତି ଯେଉଁମାନେ କଥା କଥାରେ ଚିଲେଇବା ସହ କାନ୍ଦିବାକୁ ଲାଗନ୍ତି । କିଛି ମହିଳା ଭୁଲ କରିଥିଲେ ମଧ୍ୟ ତାଙ୍କୁ କିଛି କହିଦେଲେ ସେମାନେ ଚିଲେଇବାକୁ ଲାଗନ୍ତି । ଆଉ କିଛି ମହିଳା ଭୁଲ ନ କରିଥିଲେ ମଧ୍ୟ କଥାପଦକେ କାନ୍ଦି ପକାନ୍ତି । ତେବେ ଏପରି ମହିଳା ମାନଙ୍କ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଦ୍ଵାରା ଲିଖିତ ଶାସ୍ତ୍ର ଚାଣକ୍ୟ ନୀତିରେ ଉଲ୍ଲେଖ କରିଛନ୍ତି । ତେବେ ଏପରି ମହିଳାମାନେ କିପରି ହୋଇଥାନ୍ତି ବୋଲି ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଚାଲନ୍ତୁ ଜାଣିବା ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳାଙ୍କ ଠାରେ ପୁରୁଷଙ୍କ ଅପେକ୍ଷା ସହିବା ଶକ୍ତି ଅଧିକ ଥାଏ । ତେଣୁ ଯଦି କେହି କଥା କଥାରେ କାନ୍ଦୁଥିବା ସ୍ତ୍ରୀ ଆପଣଙ୍କୁ ମିଳିଯାଏ ତେବେ ଆପଣ ତାଙ୍କ ମୂଲ୍ୟ ବୁଝିବା ଉଚିତ । ଏପରି ମହିଳାଙ୍କୁ ସତ୍ୟ ବିଚାରଧାରା ଯୁକ୍ତ ବୋଲି ମାନାଯାଏ । ଯେଉଁ ସ୍ତ୍ରୀ କଥା କଥାରେ କାନ୍ଦି ପକାନ୍ତି ସେମାନେ ନିଜ ସ୍ଵାମୀଙ୍କ ଠାରୁ କେବେ ଅଲଗା ହେବାକୁ ଚାହାନ୍ତି ନାହିଁ । ଏପରି ସ୍ତ୍ରୀ ପରିବାର ପାଇଁ ଖୁବ ଉତ୍ତମ ହୋଇଥାନ୍ତି । ଏମାନଙ୍କ ହୃଦୟ କୋମଳ ଅଟେ ଓ ଏମାନେ ସମସ୍ତଙ୍କ ଭାବନାକୁ ବୁଝିପାରନ୍ତି ।
ଭୁଲ ନଥାଇ ମଧ୍ୟ ଯେଉଁ ସ୍ତ୍ରୀ କାନ୍ଦି ପକାଏ ତାଙ୍କ ଭିତରେ ପ୍ରଚୁର ମମତା ଭରି ରହିଥାଏ । ଏମାନଙ୍କୁ କେବେ ମଧ୍ୟ ଛାଡିବା ଉଚିତ ନୁହେଁ । ମହିଳାଙ୍କ କାନ୍ଦିବା ଏବଂ ଚିଲାଇବା ଦ୍ଵାରା ଅନେକ ପ୍ରକାରର ଘାତକ ରୋଗ ଦୂର ହୋଇଯାଏ । କାନ୍ଦିବା ଦ୍ଵାରା ମନ ହାଲୁକା ମଧ୍ୟ ହେବା ସହ ବ୍ୟସ୍ତତା ଓ ଟେନସନ ମଧ୍ୟ ଦୂର ହୋଇଯାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କଥା କଥାରେ କାନ୍ଦୁଥିବା ସ୍ତ୍ରୀ ସମସ୍ତଙ୍କ ଭାଗ୍ୟରେ ନଥାନ୍ତି । ଏମାନଙ୍କ ହୃଦୟ ଖୁବ କୋମଳ ଅଟେ ।

କାନ୍ଦୁଥିବା ମହିଳା ନିଜ ହୃଦୟ ଭାଙ୍ଗିଗଲେ ମଧ୍ୟ କେବେ କେବେ କାହାର ହୃଦୟ ଭାଙ୍ଗନ୍ତି ନାହିଁ । ଏମାନେ ଅନ୍ୟର ମନକଥା ଭଲ ଭାବେ ବୁଝିପାରନ୍ତି । ଏମାନେ ନିଜେ ଭୋକରେ ରହିଲେ ମଧ୍ୟ ଅନ୍ୟର ପେଟ ଭରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । ଅଧିକ କାନ୍ଦୁଥିବା ମହିଳାଙ୍କ ହୃଦୟରେ ଅନେକ ଦୁଃଖ ଭରିଥାଏ । ତେଣୁ ସେମାନେ ଟିକେ କଥାରେ କାନ୍ଦି ପକାନ୍ତି । ତେଣୁ ଆପଣ କେବେ ଏମାନଙ୍କ ହୃଦୟ ଭାଙ୍ଗନ୍ତୁ ନାହିଁ ଓ ଏମାନଙ୍କୁ ସମ୍ମାନ ଦିଅନ୍ତୁ । ଏପରି ମହିଳାଙ୍କ ହୃଦୟ ଭାଙ୍ଗିବା ମଧ୍ୟ ପାପ ସହ ସମାନ ବୋଲି ମାନାଯାଏ ।

କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଅଧିକ କାନ୍ଦୁଥିବା ଏବଂ ଚିଲାଉଥିବା ମହିଳା ଆପଣଙ୍କ ବିନାଶର କାରଣ ମଧ୍ୟ ହୋଇପାରନ୍ତି । ଯଦି କେହି ଭୁଲ ଥାଇ ମଧ୍ୟ କାନ୍ଦିକି ଚିଲେଇବାକୁ ଲାଗେ ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ । ଏମାନେ ଚାଲାଖ ଓ ଚତୁର ହେବା ସହ ଏହା ଆପଣଙ୍କ ବର୍ବାଦିର କାରଣ ହୋଇପାରେ । ଏପରି ସ୍ତ୍ରୀଙ୍କ ଠାରୁ ସର୍ବଦା ସାବଧାନ ରୁହନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।