“ଏଇଟା ମୋ ଦେଶ । ତୁମେ କିଏ ? କାହିଁକି ପଶୁଛ ? ମୁଁ ତୁମକୁ ପୁରାଇ ଦେବିନି । ଯଦି ପଶିବ ମାରିବି । ଗେଟ୍ ଆଉଟ୍ ।” ଋଷ ସୈନ୍ୟଙ୍କ ଛାତିରେ ଛାତି ମିଶାଇ ଯୁକ୍ତି କରୁଛି ୟୁକ୍ରେନର ଏହି ଶିଶୁ । ଯାହାର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଛୋଟ ପିଲାର ସାହସ ଓ ନିଜ ଦେଶ ପ୍ରତି ପ୍ରେମକୁ ସମସ୍ତେ ଚର୍ଚ୍ଚା କରୁଛନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ଗତ ପାଞ୍ଚ ଦିନ ଧରି ଯୁଦ୍ଧ ଚାଲିଛି । ୟୁକ୍ରେନ ଉପରେ ଘନଘନ ବୋମାମାଡ କରୁଛି ଋଷ ।

ଋଷ ସୈନିକଙ୍କ ଆକ୍ରମଣକୁ ମଧ୍ୟ କଡା ମୁକାବିଲା କରୁଛି ୟୁକ୍ରେନ ସେନା । ଆଉ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ମଧ୍ୟ ଦେଶର ରାଜଧାନୀରେ ରହି ଦେଶବାସୀଙ୍କୁ ଖୁବ ସମର୍ଥନ କରୁଛନ୍ତି ଓ ସେମାନଙ୍କ ସହ ଦୃଢତାର ସହ ଠିଆ ହୋଇଛନ୍ତି । ଏନେଇ ସେ ବାରମ୍ବାର ଭିଡିଓ ମଧ୍ୟ ଜାରି କରୁଛନ୍ତି ନିଜଲୋକଙ୍କ ମନୋବଳ ବୃଦ୍ଧି ପାଇଁ । ୟୁକ୍ରେନ ବାସୀଙ୍କୁ ଯୁଦ୍ଧରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଯେଉଁଥି ପାଇଁ ସାଧାରଣ ଜନତା ମଧ୍ୟ ଅସ୍ତ୍ରଶସ୍ତ୍ର ଧରିଲେଣି ।
ଏଭଳି ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ୟୁକ୍ରେନର ଏକ ଛୋଟ ଶିଶୁର ଭି-ଡି-ଓ ଭା-ଇ-ରା-ଲ ହେଉଛି । ବୟସ ମାତ୍ର ୬ କି ୭ ବର୍ଷ ହେବ । କିନ୍ତୁ ଦେଶରେ ପଶି ଆସିଥିବା ଋଷ ସୈନିକଙ୍କୁ ଦେଇଛି ମୁହଁତୋଡ ଜବାବ । ତାଙ୍କୁ ଆଖିରେ ଆଖି ମିଶାଇ ଧମକାଉଛି । ସୈନିକଙ୍କ ହାତରେ ବନ୍ଧୁକ ଦେଖି ବି ଭୟ କରୁ ନାହାନ୍ତି ଏହି ଶିଶୁ । ସୈନ୍ୟ ଜଣକ ମଧ୍ୟ ସବୁ ଶୁଣୁଛନ୍ତି କିନ୍ତୁ କିଛି କହୁ ନାହାନ୍ତି ।
ବେଶ କିଛି ସମୟ ଧରି ଯୁକ୍ତି କରୁଛି ଏହି ଝିଅ । ଆଉ ଭୟ ନକରି ତାଙ୍କୁ ଗାଳି ବି ଦେଉଛି । ପରେ ସୈନ୍ୟ ଜଣକ ସେ ସ୍ଥାନରୁ ଚାଲି ଯାଉଥିବାର ଦେଖିବାକୁ ମିଳିଛି । ଶିଶୁଟି ତାଙ୍କ ପଛେ ପଛେ ଯାଇ ତାଙ୍କୁ ଗାଳି କରି ମାରିବା ପାଇଁ ହାତ ଉଠେଇବାର ଦେଖିବାକୁ ମିଳୁଛି । ତେବେ ଶିଶୁଟିର ସାହସ ସହ ଉକ୍ତ ସୈନିକଙ୍କ ଧୈର୍ଯ୍ୟ ଏବଂ ବୁଦ୍ଧିମତାକୁ ମଧ୍ୟ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ।

ଏହା ହିଁ ପ୍ରକୃତ ସୈନ୍ୟର ସ୍ଵଭାବ ଏବଂ ଜଣେ ସୈନ୍ୟ ଏହିପରି ହେବା ଆବଶ୍ୟକ ବୋଲି ନାନା କମେଣ୍ଟ କରୁଛନ୍ତି ଲୋକେ । ତେବେ ଏହି ଭିଡିଓକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।