ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ, ଭାରତକୁ ଧମକ ଦେଇ କିଛି ଏମିତି ଟ୍ବିଟ କଲେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ !

ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି କି ପାକିସ୍ତାନ ? କାହିଁକି ଏମିତି ଟ୍ବିଟ କଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ? ଇମ୍ରାନ ନିଜ ଟ୍ବିଟ ରେ ଲେଖିଛନ୍ତି, “ମୁଁ ସବୁବେଳେ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ଚାହେଁ । କିନ୍ତୁ ଏହାକୁ ଦୁର୍ବଳତାର ସଂକେତ ଭାବେ ଗ୍ରହଣ କରିବା ଠିକ ନୁହେଁ ବୋଲି କହିଛନ୍ତି ଇମ୍ରାନ । ଆଉ ତାଙ୍କର ଏହି ଟ୍ବିଟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି ।

ଗୋଟିଏ ପଟେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ପୁରା ବିଶ୍ଵର ନଜର ରହିଥିବା ବେଳେ ଇମ୍ରାନଙ୍କ ଟ୍ବିଟ ଚର୍ଚ୍ଚାକୁ ବଢାଇଛି । ତେବେ ବାଲାକୋଟରେ ଇମ୍ରାନ କରିଥିବା ଏୟାର ଷ୍ଟ୍ରାଇକ ଉପରେ ଇମ୍ରାନ ଏହି ଟ୍ବିଟ କରିଥିବା ସ୍ପଷ୍ଟ ଜଣାପଡିଛି । ରାତିଅଧରେ ବାଲାକୋଟରେ ପଶି ଜେସ ଇ ମହମ୍ମଦର ଆତଙ୍କି ଠିକଣା ଗୁଡିକୁ ଧ୍ଵଂସ କରିଥିଲା ଭାରତୀୟ ବାୟୁସେନା । ଯାହାକୁ ବାଲାକୋଟ ଏୟାର ଷ୍ଟ୍ରାଇକ କୁହା ଯାଇଥିଲା ।

ଏହାରି ମଧ୍ୟରେ ବାଲାକୋଟ ଆକ୍ରମଣକୁ ତିନି ବର୍ଷ ପୁରିଛି । ସେପଟେ ୟୁକ୍ରେନ-ଋଷିଆ ଯୁଦ୍ଧ ନେଇ ପୁରା ବିଶ୍ଵ ଚିନ୍ତିତ ଥିବା ବେଳେ ଇମ୍ରାନଙ୍କ ଏହିଭଳି ପିଲାଳିଆମୀକୁ ୟୁଜର୍ସ ମାନେ ନାପସନ୍ଦ କରୁଛନ୍ତି । ପ୍ରତ୍ଯକ୍ଷ ଭାବେ ନହେଲେ ବି ପରୋକ୍ଷରେ ଭାରତକୁ ଧମକ ଦେଇଛନ୍ତି ଇମ୍ରାନ ଖାନ । ଏଠାରେ କହି ରଖୁଛି କି, ପୁଲୱାମା ଆକ୍ରମଣର ଜବାବରେ ବାଲାକୋଟ ଏୟାର ଷ୍ଟ୍ରାଇକ କରା ଯାଇଥିଲା ।

ତିନି ବର୍ଷ ପୂର୍ବେ ୧୪ ଫେବୃୟାରୀ ୨୦୧୯ରେ ହୋଇଥିବା ଜାମୁକାଶ୍ମୀର ପୁଲୱାମାରେ ହୋଇଥିବା ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣର ପ୍ରତିଶୋଧ ନେଇ ଭାରତୀୟ ବାୟୁସେନାର କର୍ମଚାରୀ ମାନେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲେ । ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ୪୦ ଯବାନଙ୍କ ଶହୀଦ କେବେ ବ୍ୟର୍ଥ ଯିବନାହିଁ ଏବଂ ଶତ୍ରୁ ମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ ।

ଯାହାର ଫଳସ୍ଵରୂପ ବାଲାକୋଟ ଏୟାର ଷ୍ଟ୍ରାଇକରେ ଭୋଗିବାକୁ ପଡିଲା ପାକିସ୍ତାନକୁ । ପୁଣି ଥରେ ଏବେ ଇମ୍ରାନଙ୍କ ଏହି ଟ୍ବିଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇଁନାହିଁ । ତେବେ ଇମ୍ରାନ ଖାନଙ୍କ ଏହି ଟ୍ବିଟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।