ପଲଟିଲା ବାଜି ! ଏବେ ଋଷ ଉପରେ ଭାରି ପଡୁଛି ୟୁକ୍ରେନ, ଋଷକୁ ସବକ୍ ଶିଖାଇବା ପାଇଁ ଆମେରିକୀୟ କମ୍ପାନୀ ଗୁଗୁଲ ନେଲା ଏହି ବଡ ନିଷ୍ପତ୍ତି

ଋଷକୁ ଗୁଗୁଲ୍ ଦେଲା ଏକ ବଡ ଝଟକା । ସବୁ ଆକାଉଣ୍ଟର ମନିଟାଇଜେସନ ବନ୍ଦ କରିଲା । ୟୁଟ୍ଯୁବରୁ ବି ଗୋଟିଏ ଟଙ୍କା ମିଳିବନି । ୟୁକ୍ରେନ ସହ ଯୁଦ୍ଧ ଋଷିଆକୁ ମହଙ୍ଗା ପଡିଲାଣି । ଋଷ ବିରୋଧରେ ବଡ ପଦକ୍ଷେପ ନେଲା ଗୁଗୁଲ । ଋଷିଆର ସବୁ ମିଡିଆ ଓ ୟୁଟ୍ଯୁବ ଚ୍ଯାନେଲର ମନିଟାଇଜେସନ ବନ୍ଦ କରି ଦେଇଛି ଗୁଗୁଲ । କେବଳ ଏତିକି ନୁହେଁ ବରଂ ଋଷର କୌଣସି ବିଜ୍ଞାପନ ନ ଚଲେଇବାକୁ ନିଷ୍ପତ୍ତି ନେଇଛି ଗୁଗୁଲ୍ । ଋଷିଆର ଆର୍ଟେ ସମେତ ଅନେକ ଚ୍ଯାନେଲ ଉପରେ ଗୁଗୁଲ ପ୍ରତିବନ୍ଧକ ଲଗାଇଛି ।

ଯାହା ଦ୍ଵାରା ଏବେ ଋଷିଆର କୌଣସି ୟୁଟ୍ଯୁବ ଚ୍ଯାନେଲରେ ଏବେ ରୋଜଗାର ହେଉନାହିଁ । ଯେଉଁଥି ପାଇଁ ଋଷିଆର ଅର୍ଥନୀତି ଏକ ପ୍ରକାର ଦୋହଲି ଯିବାର ସମ୍ଭାବନା ରହିଛି । ଏହାସହ ଫେସବୁକ ଓ ଇନଷ୍ଟାଗ୍ରାମର ମନିଟାଇଜେସନ ବନ୍ଦ କରିବା ନେଇ ଗୁଗୁଲ ନିଷ୍ପତ୍ତି ନେଇଛି । ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରିବା ପରେ ଋଷିଆ ଉପରେ ଏହିଭଳି ପ୍ରତିବନ୍ଧକ ଲଗାଇଛି ଗୁଗୁଲ । ତେବେ କେବଳ ଗୁଗୁଲ ନୁହେଁ ବରଂ ଅନେକ ବଡ କମ୍ପାନୀ ଋଷିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଯାହାକୁ ନେଇ ଋଷିଆ ସରକାର ଏବେ ଚିନ୍ତାରେ ପଡି ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗୁଗୁଲ ଋଷର ମାଲିକାନା ଆର୍ଟେ ଓ ଅନ୍ୟ ଚ୍ଯାନେଲ ଗୁଡିକ, ୟୁଟ୍ଯୁବରେ ସେମାନଙ୍କ ଭିଡିଓ ଭିୟୁ ଓ ବିଜ୍ଞାପନରୁ ହେଉଥିବା ରୋଜଗାର ଉପରେ ରୋକ ଲଗାଇ ସାରିଛନ୍ତି । କହିବାକୁ ଗଲେ ମେଟା ଏହାର ଫେସବୁକ ପ୍ଲାଟଫର୍ମ ପାଇଁ ମଧ୍ୟ ସମାନ ନିଶାପତ୍ତି ନେଇଛି ।

ତେବେ ଋଷିଆ ମଧ୍ୟ ନିଜ ସୋସିଆଲ ପ୍ଲାଟଫର୍ମ ପାଇଁ କିଛିଟା କଟକଣା ଲଗାଇଛି । କିନ୍ତୁ ମନିଟାଇଜେସନ ବନ୍ଦ ହେବାରୁ ଋଷିଆର ଅର୍ଥନୀତି ଦୋହଲିଯିବ ବୋଲି ଅନେକ ଦେଶ ଦାବି କରିଛନ୍ତି । ସୂଚନା ଅନୁସାରେ ଚାରୋଟି ଦେଶ ପାଇଁ ଋଷ ବାୟୁସେନା ବନ୍ଦ କରି ରଖିଛି । ଲିଥୁଆନିଆ, ଲାଟଭିଆ, ଇଷ୍ଟୋନିଆ ଏବଂ ସ୍ନୋଭିନିଆର ବିମାନ ବନ୍ଦ ରଖିଛି ଋଷ । ଯାହା ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ସହ ରହିଥିବା ମସ୍କୋ ସମ୍ପର୍କକୁ ପ୍ରତିଫଳିତ କରୁଛି ।

ଏହାସହ ରୋମାନିଆ, ବୁଲଗେରିଆ, ପୋଲାଣ୍ଡ, ଏବଂ ଚେକ ରିପବ୍ଲିକରୁ ବିମାନ ଗୁଡିକ ପାଇଁ ଋଷ ବାୟୁସେନା ବନ୍ଦ ହେବାର ମଧ୍ୟ ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।