ପୋଲିଂ ବୁଥରେ ଲେଡି ଡନ ! ମହିଳାଙ୍କ ଏମିତି କାରନାମା ଦେଖିଲେ ଆପଣ ବି କାବା ହେଇଯିବେ !ଦେଖନ୍ତୁ ଏହି ଭାଇରାଲ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ସବୁ ଗ୍ରାମପଞ୍ଚାୟତରେ ପଞ୍ଚୟାତ ନିର୍ବାଚନ ଚାଲିଛି । ଏହି କ୍ରମରେ ପ୍ରତି ଗାଁରେ ପୋଲିଂ ବୁଥ କରାଯାଇଛି ଓ ଲୋକମାନେ ପୋଲିଂ ବୁଥକୁ ଯାଇ ଭୋଟ ଦେଉଛନ୍ତି । କିନ୍ତୁ ଏହା ମଧ୍ୟରେ ଚାନ୍ଦବାଲିରେ ଜଣେ ମହିଳାଙ୍କ ଦାଦାଗିରି ଦେଖିବାକୁ ମିଳିଛି । ମହିଳା ଜଣଙ୍କର ପରିଚୟ ମିଳି ନାହିଁ । କିନ୍ତୁ ଚାନ୍ଦବାଲିର ଯେଉଁ ସ୍କୁଲରେ ପୋଲିଂ ବୁଥ କାରାଯାଇ ଥିଲା ସେଠି ଜଣେ ମହିଳା ଆସି ପ୍ରଥମେ କିଛି ମିଡିଆ କର୍ମୀଙ୍କ ଉପରେ ଚଢି ଥିଲେ ।

ଏହା ପରେ ସେ ପୁରା ପୋଲିଂ ବୁଥ ବୁଲି ବୁଲି ମିଡିଆ କର୍ମୀଙ୍କୁ ବାହାରକୁ ଯିବା ପାଇଁ ବି କହି ଥିଲେ । ସବୁଠୁ ବଡ କଥା ହେଉଛି କି ଏଥିରେ ତାଙ୍କୁ ପୋଲିସ ଅଧିକାରୀ ବି ସାହାର୍ଯ୍ୟ କରୁଛନ୍ତି । କହିବାକୁ ଗଲେ କିଛି ମିଡିଆ କର୍ମୀ ଚାନ୍ଦବାଲିର ଏହି ଗାଁକୁ ଯାଇ ନିର୍ବାଚନର ସମସ୍ତ ଫୁଟେଜକୁ କଭର କରୁଥିଲେ ।

ଏହା ସହିତ ଭୋଟିଂ ହେଉ ଥିବା ସ୍ଥାନକୁ ବି ଭିଡିଓ ଶୁଟିଙ୍ଗ କରୁଥିଲେ । ଏହି ସବୁ କରିବା ପାଇଁ ତାଙ୍କ ପାଖରେ ଅନୁମତି ବି ଥିଲା । କିନ୍ତୁ ଏହି ମହିଳା ଜଣକ ପ୍ରଥମେ ତ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଲେ ଓ ସମସ୍ତଙ୍କୁ ବାହାରକୁ ଯିବା ପାଇଁ କହିଲେ । ତାଙ୍କ ଅନୁସାରେ ସତ୍ୟଜିତ ବେହେରା ଯିଏ ସେ ହିଁ କେବଳ ଭିଡିଓ କରି ପାରିବେ ଆଉ କେହି ନୁହନ୍ତି ।

ସେ ଆଗକୁ କହିଲେ କି ତାଙ୍କ ଛଡା ଆଉ କେହି ବି ଭିଡିଓ କରି ପାରିବେ ନାହିଁ ଓ ଆମ କ୍ୟାମ୍ପସ ମଧ୍ୟରେ ଆଉ କେହି ବି ରହିବେ ନାହିଁ । ମହିଳା ଜଣକ କହିବା ଅଟେ କି ତାଙ୍କର କ୍ୟାମ୍ପସ ମଧ୍ୟରେ କେହି ମିଡିଆ କର୍ମୀ ଆସିବେ ନାହିଁ । କେବଳ ସେହି ମହିଳା ଜଣକ ନୁହନ୍ତି ଏହି ଗ୍ରାମର ଗାଁ ଲୋକମାନେ ବି ଏହି ମହିଳାଙ୍କ ସାଥ ଦେଉ ଥିଲେ । ସେମାନେ ବି ମିଡିଆ କର୍ମୀଙ୍କ ଉପରେ ଅସନ୍ତୋଷ  ଥିଲେ ।

ଏହା ମଧ୍ୟରେ ଅନ୍ୟ ଜଣେ ମହିଳା ଯିଏକି ସେହି ଗ୍ରାମର ବାସିନ୍ଦା ଅଟନ୍ତି ତାଙ୍କର କହିବା ଅଟେ କି ସେହି ମହିଳା ସମସ୍ତଙ୍କୁ ଭୋଟ ଦେବା ପାଇଁ ନେଇ ଯାଉଛି ଓ ସେ ନିଜେ ନିଜେ ଭୋଟ ଦେଉଛନ୍ତି । ମୁଁ ଯେତେବେଳେ ପ୍ରତିବାଦ କରିଲି ତେବେ ମୋ କଥା କେହି ଶୁଣିଲେ ନାହିଁ । ପୋଲିସ ବି ତାଙ୍କୁ ସହଯୋଗ କରୁଛନ୍ତି । ଓଲଟା ପୋଲିସ ଆମକୁ କହୁଛନ୍ତି କି ଏଠି କେହି କିଛି ହଙ୍ଗାମା କର ନାହିଁ । ଏହା ପରେ ପୋଲିସ ମୋତେ ସେଠୁ କାଢି ଦେଲେ ।