ସାଧାରଣ ଲୋକ ହୁଅନ୍ତୁ କି ନେତାମନ୍ତ୍ରୀ ସମସ୍ତଙ୍କ ଗାଡିରେ ନମ୍ବର ପ୍ଳେଟ ଥାଏ । କିନ୍ତୁ ରାଷ୍ଟ୍ରପତିଙ୍କ ଗାଡିର ହିଁ କୌଣସି ନମ୍ବର ପ୍ଳେଟ ନଥାଏ । ବର୍ତ୍ତମାନ ଦୁଇଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ଵର ବିମାନବନ୍ଦରରୁ ତାଳବଣିଆ ହେଲିପ୍ୟାଡ ଯିବାପରେ ସେଠାରୁ ଏକ ସ୍ଵତନ୍ତ୍ର କାରକେଡ଼ରେ ପୁରୀ ରାଜଭବନକୁ ଯାଇଥିଲେ ରାଷ୍ଟ୍ରପତି । ଶ୍ରୀଜିଉଙ୍କ ଦର୍ଶନ ସାରି ପୁଣି ଫେରିଥିଲେ ରାଜଭବନକୁ ।
ରାଷ୍ଟ୍ରପତି ଯାଉଥିବା ଟୟଟୋ ଫର୍ଚୂନର ଗାଡିର ନମ୍ବର ପ୍ଳେଟ ଥିଲା । ତେବେ ଏହି ଗାଡି କଥା ଆମେ କହୁନୁ । ରାଷ୍ଟ୍ରପତି ଚଢୁଥିବା ସ୍ଵତନ୍ତ୍ର ଗାଡିରେ କୌଣସି ନମ୍ବର ପ୍ଳେଟ ନଥାଏ । ରାସ୍ତାରେ ଗାଡି ଚଳାଚଳ ଉପରେ କେନ୍ଦ୍ର ସରକାର ଅନେକ ପରିବର୍ତ୍ତନ କରୁଛନ୍ତି । ସବୁ ରାଜ୍ୟର ଭିନ୍ନ ଭିନ୍ନ ନମ୍ବର କୋଡ ରହିଥାଏ । ଯଦି ଆପଣଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ତେବେ ଟ୍ରାଫିକ ପୋଲିସ ପାଖରୁ ଆପଣ ବର୍ତ୍ତୀ ପାରିବେନି । ଏଥିପାଇଁ ଜୋରିମାନା ସହିତ ଗାଡି ଜବତ ହେବାର ନିୟମ ମଧ୍ୟ ରହିଛି ।
ଏଭଳି ପରିସ୍ଥିତିରେ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଳେଟ ନରହିବା ଆପଣଙ୍କୁ ହୁଏତ ଅଡୁଆ ଲାଗିପାରେ । କାରଣ ଦେଶର ପ୍ରଥମ ନାଗରିକ ହୋଇ ନିଜେ କିପରି ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ଆପଣ ଭାବୁଥିବେ । ତେବେ ଏହା ପଛରେ ଏକ ନିର୍ଦ୍ଧିଷ୍ଟ କାରଣ ରହିଛି । ମହାମହିମ ରାଷ୍ଟ୍ରପତିଙ୍କ ଗାଡିରେ ନମ୍ବର ପ୍ଳେଟ ନ ରହିବାର ନିୟମ ଆମ ଦେଶରେ ପ୍ରଚଳିତ ରହିଛି । କାରଣ ବ୍ରିଟିଶ ଅମଳରୁ ଆମ ଦେଶରେ “The King can do no wrong” ପ୍ରଥା ଆମ ଦେଶରେ ଚଳି ଆସୁଛି ।
ଅର୍ଥାତ ଯିଏ ଦେଶର ସର୍ବୋଚ୍ଚ ନାଗରିକ ବା ରାଜା ସେ କେବେ କୌଣସି ଭୁଲ କରିପାରିବେ ନାହିଁ । ଏହି କାରଣରୁ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗାଡିରେ ରେଜିଷ୍ଟ୍ରେଶନ ନମ୍ବର ନଥାଏ । ବ୍ରିଟିଶ ଶାସନର ଏହି କଥାକୁ ମାନି ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ରାଜ୍ୟପାଳ ଓ କେତେକେ ଭିଭିଆଇପିଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ । ଏହା ସ୍ଥାନରେ କେବଳ ଅଶୋକ ସ୍ତମ୍ଭ ଲଗାଯାଇ ଥାଏ । ଭାରତର ବୈଦେଶିକ ମନ୍ତ୍ରଣାଳୟ ପାଖରେ ଏମିତି ପ୍ରାୟ ୧୪ଟି କାର୍ ରହିଛି ଯାହାର ନମ୍ବର ପ୍ଳେଟ ନାହିଁ ।
ବିଦେଶୀ ଅତିଥିମାନଙ୍କ ପାଇଁ ମଧ୍ୟ ଏହି କାର୍ ବ୍ୟବହାର ହୋଇଥାଏ । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଅନେକ ବଡ ପରିବର୍ତ୍ତନ ହେବା ସହ ବଡ ପଦକ୍ଷେପ ମଧ୍ୟ ନିଆଯାଇଛି । ଯେମିତିକି ପୂର୍ବରୁ ନେତା ମନ୍ତ୍ରୀଙ୍କ କାର୍ ରେ ଲାଗୁଥିବା ନାଲିବତୀକୁ ହଟାଇ ଦିଆଯାଇଛି । କିନ୍ତୁ ନମ୍ବର ପ୍ଳେଟ ନରହିବା ପ୍ରଥା ଏବେବି ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।