ଫ୍ରି ଫାୟାର ଗେମ୍ ନେଇଗଲା କି ଜୀବନ । ନୋଖୋଜ ହେବାର ଦୁଇ ମାସ ପରେ ଭଦ୍ରକର ଦେହୁଡି ଗାଁର ଖଗେଶ୍ଵର ନାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଘର ଅଳ୍ପ ଦୂରରୁ ଏକ ଜଙ୍ଗଲିଆ ସ୍ଥାନରୁ ମିଳିଥିବା ଝୁ-ଲ-ନ୍ତା ମୃ-ତ-ଦେ-ହ ଖଗେଶ୍ଵରଙ୍କର ବୋଲି ସନ୍ଦେହ କରାଯାଉଛି । ଗତ ଡିସେମ୍ବର ମାସରେ ଫ୍ରି ଫାୟାର ଖେଳି ୨୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ହରାଇ ଦେଇଥିଲେ ଖଗେଶ୍ଵର । ତେବେ ତଦନ୍ତ ପରେ ହିଁ ଏହି ଦେହାବଶେଷଟି କାହାର ତାହା ସ୍ପଷ୍ଟ ହେବ ।

ଶରୀର ନାହିଁ କି ଅଙ୍ଗପ୍ରତ୍ୟଙ୍ଗ ନାହିଁ କେବଳ ଦେହାବଶେଷ ଅଛି । ତାହା ପୁଣି ଏକ ଗ-ଳି-ତ ଖ-ପୁ-ରି । ତେଣୁ ଏହି ନର କଙ୍କାଳଟି କାହାର ତାହା ଚିହ୍ନିବା କଷ୍ଟ ହେଉଛି । ପରିପାର୍ଶ୍ଵିକ ସ୍ଥିତି, ପୋଲିସର ପ୍ରାଥମିକ ତଦନ୍ତ ଏବଂ ଜଣେ ନିଖୋଜ ଯୁବକଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଯେଉଁ ସତ ସାମ୍ନାକୁ ଆସିଛି ତାହା ସହଜରେ ଗ୍ରହଣ କରିପାରୁ ନାହାନ୍ତି ଖଗେଶ୍ବରଙ୍କ ପରିବାର ଓ ଗ୍ରାମବାସୀ । ଖଗେଶ୍ଵରଙ୍କ ଦାଦା ବାଡିକୁ ବାଉଁଶ କାଟିବାକୁ ଯାଇଥିବା ବେଳେ ଏକ ଝୁ-ଲ-ନ୍ତା ଖ-ପୁ-ରି ଦେଖିଥିଲେ ।
ପରେ ସେ ଜୋତା ଏବଂ ଖଗେଶ୍ଵରଙ୍କ କପଡା ସେଠାରେ ଦେଖିବାକୁ ପାଇଥିଲେ । ଏହିସବୁ ଆଧାରରେ ବର୍ତ୍ତମାନ ପୋଲିସ ତଦନ୍ତ ତ୍ୱରାନ୍ୱିତ କରୁଛି । ବାଡିଟି ଟିକେ ବଡ ଥିବାରୁ ସେଠାକୁ ପ୍ରାୟ କେହି ଯାଆନ୍ତି ନାହିଁ । ଖଗେଶ୍ଵରଙ୍କ ଦାଦା ସେଟାକୁ ଯାଇ ବାଉଁଶ ହାଣୁଥିବା ବେଳେ ଦେଖିଲେ ଯେ ଏକ ଧୋତି ଚାଦରରେ ଏକ ଖପୁରି ଝୁଲି ରହିଛି । ଏହା ଦେଖି ସେ ବେହୋସ ହୋଇ ପଡି ଯାଇଥିଲେ ।

ତା’ପରେ ତାଙ୍କ ଘରଲୋକ ଦଉଡି ଆସି ଦେଖିଥିଲେ କି ସେଠାରେ ଏକ ଖ-ପୁ-ରି ବନ୍ଧା ହୋଇ ଝୁ-ଲି-ଛି । ଘରଲୋକ ଖଗେଶ୍ଵରଙ୍କ ଡ୍ରେସପତ୍ର ଏବଂ ଚପଲ ଆଦି ଚିହ୍ନଟ କରିଛନ୍ତି । ତେଣୁ ପାରିପାର୍ଶ୍ଵିକ ସ୍ଥିତି ଇଙ୍ଗିତ କରୁଛି ଯେ ଏହା ଖଗେଶ୍ଵରଙ୍କ ମୃ-ତ-ଦେ-ହ ବୋଲି । ଗତ ଡିସେମ୍ବର ୧୯ ତାରିଖରୁ ନିଖୋଜ ଥିଲେ ଖଗେଶ୍ଵର । ସେ ଫ୍ରି ଫାୟାର ଗେମ୍ ଖେଳି ବାପାଙ୍କ ବ୍ଯାଙ୍କ ଆକାଉଣ୍ଟରୁ ଟଙ୍କା ଶେଷ କରି ଦେଇଥିଲେ ।
ଘଟଣା ସମ୍ବନ୍ଧରେ ଜଣାପଡିବା ପରେ ଘରଲୋକଙ୍କ ତାଗିଦ ଯୋଗୁଁ ସେ ଘରେ ମୋବାଇଲ ରଖି କେଉଁଆଡେ ଚାଲି ଯାଇଥିଲେ । ଘରୁ ଯିବା ବେଳେ ଫୋନରୁ ଗେମ୍ କୁ ଅନଇଂଷ୍ଟଲ କରିବା ସହ ମୋବାଇଲରୁ କେତେକେ ମେସେଜ ମଧ୍ୟ ଡିଲେଟ କରି ଦେଇଥିଲେ । ତେବେ ତଦନ୍ତ ପରେ ହିଁ ମିଳିଥିବା ଦେହାବଶେଷ ଖଗେଶ୍ଵରଙ୍କର କି ନୁହେଁ ତାହା ସ୍ପଷ୍ଟ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।