କ୍ରିକେଟ ପରେ ଏବେ ଫିଲ୍ମରେ ଜାଦୁ ଦେଖାଇବେ ଧୋନୀ । ନିଜ ଫିଲ୍ମର ଏକ ଟିଜର ଶେୟାର କରିଛନ୍ତି କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ । ତାମିଲ ଫିଲ୍ମ ଅଥର୍ବରେ ନଜର ଆସିବେ ଟିମ୍ ଇଣ୍ଡିଆର ଏହି ପୂର୍ବତନ କ୍ଯାପଟେନ । ଚେନ୍ନାଇ ସୁପର କିଙ୍ଗସ୍ ଟିମ୍ ର କ୍ଯାପଟେନ ମହେନ୍ଦ୍ର ସିଂ ଧୋନୀ ଏବେ ଭିନ୍ନ ଅବତାରରେ ନଜର ଆସିବେ । କାରଣ ଏବେ ପଡିଆରେ ନୁହେଁ ବରଂ ପରଦାରେ ନଜର ଆସିବେ ଧୋନୀ । ଧୋନୀ ଙ୍କର ଏହି ନୂଆ ଅବତାରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି ।

ଏନେଇ ଧୋନୀ ନିଜେ ନିଜ ଫେସବୁକ ପେଜ୍ ରେ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓଟି ଦେଖିବା ପରେ ଧୋନୀଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏହି ଭିଡିଓର କ୍ରେଜ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଏକ ଗ୍ରାଫିକ ନୋଭେଲ ଆସୁଛି । ଟିଜରରେ ଧୋନୀଙ୍କର ଏକ ନୂଆ ଅବତାର ଦେଖିବାକୁ ମିଳିଛି । ଏଥିରେ ଧୋନୀ ଏକ ଆନିମେଟେଡ ଅବତାରରେ ନଜର ଆସିବେ । ଟିଜରରେ ଧୋନୀ ଦାନବ ମାନଙ୍କ ସହ ଲଢୁଥିବା ଦେଖିବାକୁ ମିଳିଛି ।
ଏହି ଗ୍ରାଫିକ ଫିଲ୍ମତିରେ ଧୋନୀଙ୍କର ଦମଦାର ଆକ୍ସନ ରହିଛି । ଧୋନୀ ଏହି ଭିଡିଓଟି ପୋଷ୍ଟ କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । କ୍ରିକେଟ ପଡିଆରେ ଧୁମ୍ ମଚାଇଥିବା ଧୋନୀ ଏବେ ଏଣ୍ଟରଟେନମେଣ୍ଟ ଦୁନିଆରେ ମଧ୍ୟ ନିଜର ଜଲୱା ଦେଖାଇବେ । ଧୋନୀ ଆମ ଦେଶର କ୍ରିକେଟ ଇତିହାସରେ ଏକ ଚିର ସ୍ମରଣୀୟ ନାମ ଅଟେ । ସେ ମଇଦାନକୁ ଓହ୍ଲାଇଲେ ସାରା ଷ୍ଟାଡିୟମ ଲୋକଙ୍କ ଚିୟର୍ସରେ ଫାଟି ପଡେ ।
ଆଉ ଏବେ ଧୋନୀଙ୍କ ଏହି ନୂଆ ଅବତାର ତାଙ୍କ ଫ୍ୟାନ୍ସଙ୍କୁ ଖୁବ ଆନନ୍ଦିତ କରୁଛି । ମାହିଙ୍କ ଏହି ଭିଡିଓ ଜାରି ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରକାର ଝଡ ଦେଖାଯାଉଛି । ତାଙ୍କ ଗ୍ରାଫିକ ନୋଭେଲ ଅଥର୍ବରେ ତାଙ୍କର ଏହି ଭିନ୍ନ ଅବତାର ଲୋକଙ୍କୁ ଖୁବ ପସନ୍ଦ ହେଉଛି । କ୍ରିକେଟ ଖେଳାଳିରୁ ଧୋନୀଙ୍କ ଏହି ଆନିମେଟେଡ ଲୁକ୍ ଦେଖି ଫ୍ୟାନ୍ସ ପୁରା ପାଗଳ ହେଉଛନ୍ତି । ଅଥର୍ବ ଦି ଅରିଜିନ ନାମରେ ଆସିବାକୁ ଥିବା ଏହି ଗ୍ରାଫିକ ଫିଲ୍ମ ପାଇଁ ପ୍ରଥମେ ୨୦୨୦ ମସିହାରେ ଘୋଷଣା କରା ଯାଇଥିଲା ।

ପୌରାଣିକ କଥାକୁ ଆଧାର କରି ପ୍ରକାଶ ପାଇବାକୁ ଯାଉଥିବା ଏହି ପୁସ୍ତକରେ ଅଘୋରୀ ବାବାଙ୍କ ବିଷୟରେ କୁହାଯାଇଛି । ବିଶେଷ କରି ଶିବ ସାଧୁ କୁହା ଯାଉଥିବା ଏହି ଅଘୋରୀ ବାବା କିଭଳି ଶ୍ମଶାନର ପାଉଁଶକୁ ଦେହରେ ବୋଳିଥାନ୍ତି ଏବଂ ଏହା ପଛରେ ସାଧୁଙ୍କର କଣ ଉଦ୍ଦେଶ୍ୟ ଥାଏ ସେନେଇ ଉଲ୍ଲେଖ ରହିଛି । ଆପଣଙ୍କୁ ଧୋନୀଙ୍କ ଏହି ନୂଆ ଲୁକ୍ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।