Budget 2022-2023 ! ଦେଖନ୍ତୁ କେଉଁ ଜିନିଷ ହେଲା ଶସ୍ତା ଓ କଣ ହେଲା ମହଙ୍ଗା !

ବଜେଟକୁ ନେଇ ଦେଶର ସବୁ ଜନତା ଉତ୍ସାହିତ ଥାନ୍ତି । କାରଣ ବଜେଟରେ ଜଣା ପଡିଥାଏ କି କେଉଁ ସବୁ ଜିନିଷ ଆଗକୁ ଶସ୍ତା ହେବାକୁ ଯାଉଛି ଓ କେଉଁ ସବୁ ଜିନିଷ ମହଙ୍ଗା ହେବାକୁ ଯାଉଛି । ବେଜଟକୁ ସମସ୍ତଙ୍କ ମନରେ ଏକ ଭିନ୍ନ ପ୍ରକାରର ଉତ୍କଣ୍ଠା ନେଇ ଆସିଥାଏ । ସମସ୍ତେ ସରକାରଙ୍କ ବଜେଟ ଉପରେ ନଜର ରଖିଥାନ୍ତି । ଆଜି ୨୦୨୨ – ୨୩ର ବଜେଟ ଚାଲି ଆସିଛି । ଯାହାକୁ ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ବଜେଟର କିଛି ମୁଖ୍ୟ ମୁଖ୍ୟ ଜିନିଷ ବିଷୟରେ କହିବୁ । ଯାହାକି ସାଧାରଣ ବ୍ୟକ୍ତିମାନଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ୨୦୨୨ – ୨୩ର ବଜେଟ ଅନୁସାରେ କୃଷି କାର୍ଯ୍ୟରେ ବ୍ୟବହାର କରାଯାଉ ଥିବା ଦ୍ରବ୍ୟ ଗୁଡିକ ଶସ୍ତା ହେବାକୁ ଯାଉଛି ।

ଏହି ଖବର କୃଷକମାନଙ୍କ ପାଇଁ ବହୁତ ହିଁ ବଡ ଖୁସି ଖବର । ଏଥରର ବଜେଟରେ କଟା ଓ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ୟୁଟି ଲାଗୁ କରାଯାଇଛି । କିନ୍ତୁ ଅନ୍ୟ ପଟେ ପଲିସ ହୋଇଥିବା ହୀରା ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ ପାଇଛି । କହିଦେଉଛୁ କି ବର୍ତ୍ତମାନ ଠାରୁ ବିଦେଶୀ ଛତାର ମୂଲ୍ୟ ବଢାଇ ଦେଇଛନ୍ତି ସରକାର । ଏହା ସହିତ ଛତା ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଛନ୍ତି ।

ସବୁଠୁ ମୁଖ୍ୟ କଥା ହେଉଛି ମଦ, ଖାଇବା ତେଲ, ଏଲଇଡ଼ି ଲାଇଟ ମହଙ୍ଗା ହୋଇଯିବ । ମୋବାଇଲ ଫୋନ ଚାର୍ଜର, ଟ୍ରାନ୍ସଫର୍ମର ଓ ଲେନ୍ସ ଉପରେ ସରକାର ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି । ଘରୋଇ ମୋବାଇଲ ଫୋନ ଚାର୍ଜର ଶସ୍ତା କରା ଯାଇଛି । ଏହା ସହିତ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଛି । ଏଥିରେ ମିଥାନେଲ ସାମିଲ ଅଛି ।

ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ୟୁଟି ଛାଡର ସମୟ ସୀମାକୁ ସରକାର ବର୍ଷେ ପର୍ଯ୍ୟନ୍ତ ବୁଦ୍ଧି କରିଲେ । ଚମଡାରେ ତିଆରି ଜିନିଷ ଗୁଡିକ ଶସ୍ତା ହେଲା । କପଡା ମଧ୍ୟ ଶସ୍ତା ହେଲା । ବିଦେଶରୁ ଆସୁଥିବା ମେସିନ ଗୁଡିକ ବି ଶସ୍ତା ହୋଇଛି । କୃଷି ଉପକରଣ ଗୁଡିକ ବି ଶସ୍ତା କରାଯାଇଛି । ମୋବାଇଲ ଫୋନ ଓ ଚାର୍ଜର ଶସ୍ତା ହୋଇଛି । ହୀରାର ଗହଣା ଗୁଡିକ ବି ଶସ୍ତା ହୋଇଛି ।