ବାହାଘର ପୂର୍ବରୁ ବିଧବା ହୋଇଗଲେ ସହିଦଙ୍କର ମଂଗେତର, କହିଲେ କି ଜୀବନ ସାରା ..

ପୁଲୱାମାର ସୀଆରପୀଏଫର ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହି ମାର ଏକ ମାତ୍ର ପୁଅ ସହିଦ ହୋଇ ଯାଇଛନ୍ତି । ଯେମିତି ସହିଦର ଖବର ଆସି ପହଞ୍ଚିଲା ବାପା ମା ବେହୋସ ହୋଇଗଲେ ଏବଂ ପୁରା ଗ୍ରାମରେ ଶୋକାକୁଳ ପରିବେଶ ଖେଳିଗଲା । ସହିଦଙ୍କର ପରିଚୟ ଆନନ୍ଦପୁରର ସାହିବ ନୂରପୁରବେଦୀ ବ୍ଲକର ଗ୍ରାମ ରୌଲୀ ନିବାସୀ କୁଲୱିନ୍ଦର ସିଂହଙ୍କ ରୂପରେ ହୋଇଛି ।

କୁଲୱିନ୍ଦର ୨୮ ବର୍ଷର ଥିଲେ ଏବଂ ଏହି ମାସ ୧୦ ତାରିଖରେ ନିଜ ଘରୁ ଡ୍ୟୁଟୀକୁ ଫେରିଥିଲେ । କୁଲୱିନ୍ଦର ନିଜର ମା – ବାପା ଗୋଟିଏ ମାତ୍ର ପୁଅ ଥିଲେ, ଯିଏ ନିଜ ଘରର ଦରିଦ୍ରତାକୁ ଦୂର କରିବା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ । କୁହାଯାଉଛି କି କୁଲୱିନ୍ଦରଙ୍କର ପିତା ଡ୍ରାଇଭର ଅଟନ୍ତି । ମାଙ୍କର ଶରୀରର ଖରାପ ରହୁଥିଲା ।

କୁଲୱିନ୍ଦର ନିଜ ପିତା – ମାତାଙ୍କର ସାହାରା ହେବା ପାଇଁ ସେନାରେ ଭର୍ତ୍ତି ହୋଇଥିଲେ, କିନ୍ତୁ ଭଗବାନ ତାଙ୍କ ଠାରୁ ତାଙ୍କ ବୁଢା ସମୟରେ ସାହାରକୁ ଗୋଟିଏ ମୁହୂର୍ତରେ ହିଁ ଛଡାଇ ନେଲେ । ବର୍ତ୍ତମାନ ଦୁଇଜଣ ନିରୂପାୟ ଅଟନ୍ତି, କିନ୍ତୁ ପୁଅର ସହିଦ ଉପରେ ତାଙ୍କୁ ଗର୍ବ ହେଉଛି ।

କୁହାଯାଉଛି କି ଆନନ୍ଦପୁର ସାହବ ସହିତ ଲାଗୀଥିବା ଗ୍ରାମ ଲୋଦୀପୁରରେ ରହୁଥିବା ଏକ ଝିଅ ସହିତ କୁଲୱିନ୍ଦରଙ୍କର ନିର୍ବନ୍ଧ ହୋଇଥିଲା । କିନ୍ତୁ ତାଙ୍କୁ କଣ ଜଣା ଥିଲା କି ବାହାଘର ହେବା ପୂର୍ବରୁ ହିଁ ସ୍ଵାମୀଙ୍କର ମୁର୍ତ୍ୟୁ ଖବର ଶୁଣିବାକୁ ପଡିବ । ଏହି ଖବର ଶୁଣିବା ପରେ ଝିଅଙ୍କର ପରିବାରରେ ଶୋକର ଛାୟା ଖେଳି ଯାଇଛି । ସ୍ଥାନୀୟ ମିଡିୟା ଅନୁସାରେ ଝିଅଙ୍କର କହିବା ଅଟେ କି ବର୍ତ୍ତମାନ ସେ ଅନ୍ୟ କାହା ସହିତ ବିବାହ କରିବେ ନାହିଁ, ଜୀବନ ସାରା କୁଲୱିନ୍ଦରଙ୍କର ବିଧବା ହୋଇ ରହିବି ।

କହି ଦେଉଛୁ ଯେ ପୁଲୱାମାରେ ପଞ୍ଜାବର ୪ ଜଣ ଯବାନଙ୍କର ସହିଦରେ ପଞ୍ଜାବ ବିଧାନସଭାର ବଜେଟର ଚତୁର୍ଥ ଦିନରେ ସଦନର କାର୍ଯ୍ୟକାରୀ ସ୍ଥଗିତ କରା ଯାଇଛି । ସଦନରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରୀନ୍ଦର ସିଂହ ପାକିସ୍ତାନକୁ ସିଧା ସିଧା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ବର୍ତ୍ତମାନ ପାକିସ୍ଥାନ ସହିତ କୌଣସି କଥାବାର୍ତ୍ତା କରିବା ଦରକାର ନାହିଁ । କେବଳ ପାକିସ୍ତାନ ବିରୁଦ୍ଧରେ କଡା ନିଷ୍ପତି ନିଆ ଯିବ ।