ପେଷାରେ ଜଣେ ପୋଲିସ କନେଷ୍ଟବଳ, ହେଲେ ବାବୁଙ୍କ ପାଖରେ ରହିଥିଲା ଅମାପ ସମ୍ପତ୍ତି । ଘରର ଛାତ ଉପରେ ସୁମିଂ ପୁଲ୍ ବନାଇଥିଲେ ଏହି କରିତକର୍ମା କନେଷ୍ଟବଳ । ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ଏବେ ଭିଜିଲାନ୍ସ ଉକ୍ତ କନେଷ୍ଟବଳଙ୍କ ଘରେ ଚଢାଉ କରିଛି । ଇଏ ହେଉଛନ୍ତି ବାରିପଦା ରିଜର୍ଭ ପୋଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟ । ତାଙ୍କ ପାଖେ ପ୍ରାୟ ୧ କୋଟି ୨୭ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରିଛି ପୋଲିସ ।
ସବୁଠୁ ବଡ କଥା ହେଉଛି ବାରିପଦା ଟାଉନରେ ତାଙ୍କର ତିନି ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର ରହିଛି । ଆଉ ଘରର ଛାତ ଉପରେ ରହିଛି ସୁମିଂ ପୁଲ୍ । କନେଷ୍ଟବଳ ଚାକିରି କରି ମଧ୍ୟ ବେଶ ଅଏସ ଆରାମରେ ଦିନ କଟୁଥିଲେ ଏହି ପୋଲିସ କର୍ମଚାରୀ । କିନ୍ତୁ ସେ କେଉଁଠୁ ଏତେ ଟଙ୍କା ଆଣିଲେ ତାହାର ହିସାବ ଦେଇ ପାରି ନାହାନ୍ତି ନିହାର ରଞ୍ଜନ ଦଣ୍ଡପାଟ ନାମକ ଏହି ପୋଲିସ କନେଷ୍ଟବଳ । କନେଷ୍ଟବଳ ଚାକିରି କରି ମଧ୍ୟ କୋଟିପତି ହୋଇଛନ୍ତି ଏହି ବାବୁ ଜଣକ ।
କେବଳ ସେତିକି ନୁହେଁ, ଏହି କନେଷ୍ଟବଳଙ୍କ ପାଖେ ରହିଥିବା ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେବ । ଦୁଇଟି ପ୍ଳଟ, ଦୁଇଟି ବିଳାସପୂର୍ଣ୍ଣ କାର, ତିନୋଟି ତିନି ଚକିଆ ଯାନ, ଚାରୋଟିଟି ବାଇକ, ସାଇବର ଆଉଟଲୁକ ନାମକ ଏକ କମ୍ପ୍ୟୁଟର ଉପକରଣ ଷ୍ଟୋର ମଧ୍ୟ ରହିଛି । ଏହାସହ ତେର ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ରହିଛି ଓ ଦଶ ଲକ୍ଷରୁ ଅଧିକ ଟଙ୍କାର ସୁନଗହଣା ରହିଛି ।
ଏହାସହ ବୀମା ବ୍ଯାଙ୍କ ଡିପୋଜିଟ ଠାବ କରିଛି ଭିଜିଲାନ୍ସ । ବାରିପଦା ରିଜର୍ଭ ପୋଲିସ ଲାଇନରେ କାମ କରୁଥିବା ନିହାର ରଞ୍ଜନ ଦଣ୍ଡପାଟଙ୍କ ଘର ସମେତ ସାତଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ କରା ଯାଇଥିଲା । ୯ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୫ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ହୋଇଥିଲେ ।
ଏହି କନେଷ୍ଟବଳଙ୍କ ପାଖରେ ୧ କୋଟି ୨୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।