ତପସ୍ଵିନୀଙ୍କ ଉପରେ ଅଭିମାନ କରିଛନ୍ତି ସୁମିତ । କହିଲେ, “ମୋର ମନ ସମ୍ମାନ ପଳେଇଲା । ମୋ ପରିବାରର ମାନ ସମ୍ମାନ ମଧ୍ୟ ପଳେଇଲା । ଯାହା ଆମେ ଆଉ ଏ ଜନ୍ମରେ ଫେରି ପାଇବୁନି । ସମୟ ବଡ ବଳବାନ । ଆମେ ଭବିଷ୍ୟତରେ ମିଶି ରହିପାରିବୁ, କିନ୍ତୁ ଏବେ କିଛି କହି ପାରିବିନି । ଘର ଭିତରର କଥା ଆଣି ବାହାରେ ଡ୍ରାମା କରିବା କଣ ଦରକାର ଥିଲା ?” ଏହି ସବୁ କଥା ସୁମିତ ଅଭିମାନ ଏବଂ କ୍ଷୋଭରେ କହିଛନ୍ତି ।

ଏସବୁ କହିବା ପରେ ତାଙ୍କ ମାନସିକ ସ୍ଥିତି ଠିକ ନାହିଁ ସେଥିପାଇଁ ଆଉ କିଛି କହି ପାରିବେନି ବୋଲି ସୁମିତ କହିଥିଲେ । ଗତ କିଛିଦିନ ହେଲା ସୁମିତ କେଉଁଠି ଲୁଚିଥିଲେ କାହାକୁ ଜଣା ନଥିଲା । ଏପରିକି ସେ ନିଜ କାର୍ଯ୍ୟରେ ମଧ୍ୟ ଯୋଗ ଦେଉ ନାହାନ୍ତି । ଆଉ ଆଜି ସିଧା ଯାଇ ତାଙ୍କୁ ହାଇକୋର୍ଟରେ ଦେଖିବାକୁ ମିଳିଥିଲା ।
ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି ସୁମିତ । ସୁମିତଙ୍କ ଓକିଲଙ୍କ କହିବା ଅନୁସାରେ ଜିଲ୍ଲା ଜଜ୍ ଦେଇଥିବା ଦୁଇଟି ନିର୍ଦ୍ଦେଶକୁ ସେମାନେ ଚ୍ୟାଲେଞ୍ଜ କରୁଛନ୍ତି ।ଉଭୟ ସୁମିତ ଓ ତପସ୍ଵିନୀଙ୍କ ସମ୍ପର୍କ ଖରାପ ଥିବାରୁ ସେମାନେ ଗୋଟିଏ ଛାତ ତଳେ ଏକାଠି ରହିବା ଅସମ୍ଭବ ।
ସେହିପରି ତପସ୍ଵିନୀଙ୍କ ଭରଣପୋଷଣ ପାଇଁ ୧୭ ହଜାର ଟଙ୍କା ଦେବାକୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ମଧ୍ୟ ଏକ ପାଖିଆ ବୋଲି ସେ କହିଛନ୍ତି । ଉଭୟ ସୁମିତ ଓ ତପସ୍ଵିନୀଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଥିବା କହି ସେ ଯୁକ୍ତି ବାଢିଛନ୍ତି । ଦୀର୍ଘ ଦେଢ ମାସ ଧରି ଲଢେଇ କରିବା ପରେ ଏବେ ତପସ୍ଵିନୀ ସୁମିତଙ୍କ ଘରେ ରହୁଛନ୍ତି । ଆଉ ଏହାକୁ ବିରୋଧ କରି ତାଙ୍କ ଶ୍ଵଶୁର ତଥା ସୁମିତଙ୍କ ବାପା ମଧ୍ୟ ଘର ଛାଡି ଚାଲି ଯାଇଛନ୍ତି ।

ସେ କେଉଁଠି ରହୁଛନ୍ତି ତାହା ମଧ୍ୟ କାହାକୁ ଜଣାନାହିଁ । ତାଙ୍କ ଓକିଲଙ୍କ କହିବା ଅନୁସାରେ ସେ ଏବେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଅଛନ୍ତି । ସୁମିତ ମଧ୍ୟ ବାହାରେ ରହୁଛନ୍ତି ଓ ମାନସିକ ଅବସାଦରେ ଥିବା ଦର୍ଶାଇ କାର୍ଯ୍ୟରୁ ମଧ୍ୟ ଛୁଟି ନେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।