ସମସ୍ତଙ୍କ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଥାଏ । କହିବାକୁ ଗଲେ ଶାସ୍ତ୍ରରେ ବହୁତ ଅନୁଚିନ୍ତା ବିଷୟରେ କୁହାଯାଇଛି ଯାହାକୁ ଯଦି ଆପଣ ମାନି ଚଳିବେ ତେବେ ଆପଣଙ୍କର ବହୁତ ମଙ୍ଗଲ ଓ ସମତ କାର୍ଯ୍ୟରେ ସଫଳତା ମିଳିବ । ଏହା ସହିତ ଘରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଚାଳନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟରେ । ଯାହାକି ଆପଣଙ୍କ ଜୀବନରେ ଆସୁଥିବା ଛୋଟ ଛୋଟ ବାଧାକୁ ଦୂର କରିବାରେ ସାହାର୍ଯ୍ୟ କରିବ ।
· କେବେ ବି ପୋଡି ଯାଇ ଥିବା ଡ୍ରେସ ପିନ୍ଧାନ୍ତୁ ନାହିଁ ।
· ଯଦି ଘର ଭିତରକୁ ମାଙ୍କଡ ପ୍ରବେଶ କରି ଯାଉଛି ତେବେ ଅର୍ଥ ହାନି ହୋଇଥାଏ । ଏହିଭଳି ସ୍ଥିତିରେ ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ସହିତ ଦକ୍ଷିଣା ଦାନ କରନ୍ତୁ ।
· ଲୁଣକୁ ସବୁବେଳେ କାଚ ପାତ୍ରରେ ରଖନ୍ତୁ । ସେଥିରେ ଯଦି ୪ ଟି ଲବଙ୍ଗ ରଖିବେ ତେବେ ଆପଣଙ୍କ କରଜରୁ ମୁକ୍ତି ପାଇଯିବେ ।
· ଘରେ କେବେ ବି କୁଲା କିମ୍ବା ଛାଞ୍ଚୁଣି ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।
· ଘରର ଠାକୁର ଘରେ କେବଳ ମହାଭାରତର ବହି ରଖନ୍ତୁ । କିନ୍ତୁ ଘରର ଅନ୍ୟ କୌଣସି ଘରେ ମହାଭାରତ ବହି ରଖିବେ ନାହିଁ ।
· ସୋରିଷ ତେଲ ଓ ସିନ୍ଦୁର ମିଶାଇ ଘରର ମୁଖ୍ୟ ଦ୍ଵାରରେ ଟୀକା ଲଗାଇବା ଦ୍ଵାରା ଏହା ଶୁଭ ହୋଇଥାଏ ଓ ଧନ ବୁଦ୍ଧି ହୋଇଥାଏ ।
· ଠାକୁର ପୂଜା ସମୟରେ ତମ୍ବା ବାସନର ପ୍ରୟୋଗ କରନ୍ତୁ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ମୁଦି ପିନ୍ଧିବା ଦ୍ଵାରା ମଙ୍ଗଲ ହୋଇଥାଏ ।
· ଧାରୁଆ ଜିନିଷ କିମ୍ବା ମୁନିଆ ଜିନିଷ କାହାକୁ ବି ଉପହାର ଦେବା ଉଚିତ ନୁହେଁ । ଏହା ଭୟଙ୍କର କ୍ଷତି ହୋଇଥାଏ ।
· ରାତିରେ ଯଦି କୌଣସି ଅଶୁଭ ସ୍ଵପ୍ନ ଦେଖୁଛନ୍ତି ତେବେ ସକାଳେ ଉଠିବା ପରେ ଗୋଟିଏ ଘାସ ନେଇ ତାକୁ ମୁଣ୍ଡରେ ମାରି ଫୋପାଡି ଦିଅନ୍ତୁ । ଏହା ଦ୍ଵାରା ଅଶୁଭ ଦୂର ହୋଇଯିବ ।
· ଯଦି ଆପଣଙ୍କର ଅର୍ଶ ହୋଇଛି ତେବେ ନିଜର ପରିସ୍ରାକୁ ମଳଦ୍ଵାର ଚାରିପାଖରେ ଲଗାଇ ଦଶ ମିନିଟ ପରେ ଧୋଇ ଦେବେ ତେବେ ତାହା ଦୂର ହୋଇଯିବ ।
· ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ବି କ୍ଷୀର, ହଳଦୀ ଓ ଝାଡୁ ଦେବା ଉଚିତ ନୁହେଁ ।
· ଦୁଇଟି ଗୋମତୀ ଚକ୍ରକୁ ନାଲି କପଡାରେ ବାନ୍ଧି ଦୋକାନରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଶୁଭ ହୋଇଥାଏ ।
· ନିମ୍ବଗଛ କାଟିବା ଉଚିତ ନୁହେଁ । ନିମ୍ବକାଠି ଜାଳିବା ବି ଅନୁଚିତ । କାରଣ ଏହାର ଧୁଆଁ ନାକରେ ଗଲେ ନପୁଂସକତା ଦେଖା ଦେଇଥାଏ ।
· ବାଥରୁମରେ କେବେ ବି ନଖ କିମ୍ବା ଦାଢି କାଟିବା ଉଚିତ ନୁହେଁ ।
· ଶନିବାର ଦିନ କେବେ ବି ଲୁହା, ଚମଡାରେ ତିଆର ଜିନିଷ, ତେଲ କିମ୍ବା କୋଇଲା କିଣିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।
· ଛେଲି କିମ୍ବା ଘୁଷୁରି ଖୁରାର ଧୂଳି ଘରେ ପଡିଲେ ଧନହାନୀ ହୋଇଥାଏ ।
· ଗାଈ ଖୁରାର ଧୂଳି, ଧାନ ର ଧୂଳି, ଭଣଜାର ପାଦ ଧୂଳି କିମ୍ବା ବ୍ରାହ୍ମଣର ପାଦ ଧୂଳି ଘରେ ପଡିଲେ ଦରିଦ୍ରତା ଦୂରେଇ ଯାଏ ଓ ଧନ ବୁଦ୍ଧି ହୋଇଥାଏ ।
· ଯଦି କାଳସର୍ପ ଦୋଷ ଅଛି କିମ୍ବା ବିବାହରେ ବାଧା ଆସୁଛି ତେବେ ବାଥରୁମରେ ଆଳତୀ କର୍ପୁର ରଖି ଦିଅନ୍ତୁ, ଦେଖିବେ ସବୁ ବାଧା ଦୂରେଇ ଯିବ ।
· ଘର ସାମ୍ନାରେ କେବେ ବି ପଥର ଗଦା କରି ରଖନ୍ତୁ ନାହିଁ । କଣ୍ଟା ଗଛ କିମ୍ବା କ୍ଷୀର ବାହାରୁଥିବା ଗଛ ବି ରଖିବା ଅନୁଚିତ ।