ଏପଟେ Sumit ଆଉ ସେପଟେ Tapaswini ଆଉ ମଝିରେ ଲକ୍ଷ୍ମଣଗାର, ଆଗକୁ ମିଶି ପାରିବ ତ ଏହି ଚର୍ଚ୍ଚିତ ଦମ୍ପତ୍ତିଙ୍କ ମନ ?

ଗୋଟିଏ ପଟେ ତପସ୍ଵିନୀ ଦାସ, ଆଉ ଅନ୍ୟ ପଟେ ସ୍ଵାମୀ ଡାକ୍ତର ସୁମିତ ସାହୁ । ଆଉ ସେମାନଙ୍କ ମଝିରେ ଅଦୃଶ୍ୟ ଲକ୍ଷ୍ମଣଗାର । ତପସ୍ଵିନୀ ଯାହା ଚାହୁଁଛନ୍ତି ସୁମିତ ତା’ର ଠିକ ଓଲଟା ଚାହୁଁଛନ୍ତି । ତପସ୍ଵିନୀ ସୁମିତଙ୍କ ପାଖରେ ରହିବାକୁ ଚାହୁଁଥିବା ବେଳେ ସୁମିତ କିନ୍ତୁ ଏହାର ଓଲଟା ଚାହୁଁଛନ୍ତି । ଆଉ ସେଥିପାଇଁ ସେ ଘର ଛାଡି ଚାଲି ଯାଇଛନ୍ତି । ଦୀର୍ଘ ଦେଢ ମାସ ଧରି ତପସ୍ଵିନୀ ସୁମିତଙ୍କ ସହ ରହିବା ପାଇଁ ଜିଦ୍ ଧରି ତାଙ୍କ ଘର ସାମ୍ନାରେ ଧାରଣା ଦେଉଥିଲେ ।

ଆଉ ସେପଟେ ଆଇନଗତ ଲଢେଇ ମଧ୍ୟ ଜାରି ରଖିଥିଲେ । ଇତିମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ମାନି ସପ୍ତାହକ ପାଇଁ ସେମାନେ ଏକାଠି ରହିଥିଲେ ମଧ୍ୟ ମିଶି ପାରି ନଥିଲା ସେମାନଙ୍କ ମନ । ଗତ ୪ ତାରିଖ ଦିନ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ କି, ତପସ୍ଵିନୀ ସୁମିତଙ୍କ ଘରେ ରହିବେ । ଆଉ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ତାଙ୍କ ଘରେ ମଧ୍ୟ ପ୍ରବେଶ କରିଛନ୍ତି ତପସ୍ଵିନୀ । ସ୍ଵାମୀ ସୁମିତଙ୍କ ସହ ରହିବାକୁ ଚାହୁଁଛନ୍ତି ତପସ୍ଵିନୀ ।

କିନ୍ତୁ ସୁମିତ ତପସ୍ଵିନୀଙ୍କ ପାଖରେ ନରହିବା ପାଇଁ ଘର ଛାଡି ଛାଲି ଯାଇଛନ୍ତି । ଆଉ ଜିଲ୍ଲା କୋର୍ଟଙ୍କ ରାୟକୁ ନେଇ ଯାଇଛନ୍ତି ହାଇକୋର୍ଟକୁ । ଏହି ଲଢେଇ ଆଗକୁ ଲଢିବା ପାଇଁ ଛୁଟି ପରେ ଛୁଟି ନେଇ ଚାଲିଛନ୍ତି ଡାକ୍ତର ସୁମିତ । ପସନ୍ଦ ମିଶୁ ନଥିବା ଏହି ଦମ୍ପତ୍ତିଙ୍କ ମନ କେମିତି ମିଶିବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । କେବଳ ସୁମିତ ନୁହେଁ ବରଂ ତାଙ୍କ ପରିବାର ମଧ୍ୟ ଯାହା ତପସ୍ଵିନୀ ଚାହୁଁଛନ୍ତି ତା’ର ଠିକ ଓଲଟା ଚାହୁଁଛନ୍ତି ।

ତପସ୍ଵିନୀ ଶ୍ଵଶୁର ଘର ଲୋକଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ସୁମିତଙ୍କ ପରିବାର ଲୋକ ମଧ୍ୟ ତପସ୍ଵିନୀଙ୍କ ନାଁରେ ସମାନ ଅଭିଯୋଗ ଆଣିଛନ୍ତି । ଏଭଳି ସ୍ଥିତିରେ ଅଡୁଆ ସୂତା ଭଳି ସୁମିତ ଓ ତପସ୍ଵିନୀଙ୍କ ସମ୍ପର୍କର ଡୋର ଦିନକୁ ଦିନ ଆହୁରି ଗୁଡାଇ ହୋଇ ଯାଉଛି ସିନା ସମାଧାନର ବାଟ ବାହାରି ପାରୁନାହିଁ । ତେଣୁ ସୁନାର ସଂସାର ଗଢିବା ଆଶା ନେଇ ଦେଢ ମାସ କାଳ ଲଢେଇ ଜାରି ରଖିଥିବା ତପସ୍ଵିନୀଙ୍କ ଭାଗ୍ୟ ଓ ଭବିଷ୍ୟତ କଣ ତାହା ଆକଳନ କରିବା ହୁଏତ ସମ୍ଭବ ନୁହେଁ ।

କାରଣ ଜାଣତରେ ହେଉ ବା ଅଜାଣତରେ ହେଉ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଏକ ଅଦୃଶ୍ୟ ଲକ୍ଷ୍ମଣରେଖା କାହୁଁ କେବେ ଠାରୁ ଟାଣି ହୋଇଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।