କେତେ ବି ପୁରୁଣା ଦାଗ, ଚିହ୍ନ ହେଉ ନା କାହିଁକି ସବୁ ଗାୟବ ହେଇଯିବ, କାଚ ଭଳି ଚମକିବ ଚେହେରା ! (Glowing Skin Tips)

ଯଦି ଆପଣ ନିଜର ସ୍କିନକୁ ଗୋରା କରିବାକୁ ଚାହୁଁଛନ୍ତି ତେବେ ଏହି ଫେସ ପ୍ୟାକକୁ ଲଗାନ୍ତୁ । ଏହି ଫେସ ପ୍ୟାକକୁ ଲଗାଇଲେ ଆପଣଙ୍କ ଚେହେରାରେ ଥିବା ସବୁ ଦାଗ ଓ ପିମ୍ପଲ ଦୂର ହୋଇଯିବ । ଏହି ଫେସ ପ୍ୟାକ ଆପଣଙ୍କ ଚେହେରାକୁ ଗୋରା ସହିତ ସୁନ୍ଦର ବି କରିଦବ । ଏହି ଫେସ ପ୍ୟାକକୁ ଆମେ ପୁରା ପ୍ରାକୃତିକ ଜିନିଷ ଦ୍ଵାରା ପ୍ରସ୍ତୁତ କରିବୁ । ଏହା ଦ୍ଵାରା କିଛି ପାର୍ଶ୍ଵ ପ୍ରତିକ୍ରିୟା ବି ହବ ନାହିଁ । ଏହାକୁ ଆପଣ ବହୁତ କମ ସମୟ ମଧ୍ୟରେ ତିଆରି କରି ପାରିବେ । ଚେହେରାରେ ଏହାର ପ୍ରଭାବ ବହୁତ ଜଲ୍ଦି ଦେଖିବାକୁ ମିଳିବ ।

ଏହି ଫେସ ପ୍ୟାକକୁ ତିଆରି କରିବା ପାଇଁ ଆପଣ ଗୋଟିଏ ବଡ ଆଳୁକୁ ଧୋଇ ତାର ଚୋପା ଛଡାଇ ଦିଅନ୍ତୁ ଓ ଆଲୁକୁ ଗ୍ରେଟ କରି ଦିଅନ୍ତୁ । ଆଳୁକୁ ଛାଣି ଏହାର ଜୁସ ବାହାର କରନ୍ତୁ । ଅନ୍ୟ ଏକ ପାତ୍ରରେ ଗୋଟିଏ ଚାମଚ ବେସନ ନିଅନ୍ତୁ । ବେସନ ଆମ ଚେହେରାରୁ କଳା ଦାଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏହି ପାତ୍ରରେ ଅଳ୍ପ ୧/୪ ଚାମଚ ହଳଦୀ ମିଶାନ୍ତୁ ।

ଏଥିରେ ଗୋଟିଏ ଚାମଚ ଆଳୁର ଜୁସ ମିଶାନ୍ତୁ । ଏଥିରେ ଅଧ ଚାମଚ ମହୁ ମିଶାନ୍ତୁ । ଗୋଟିଏ ଚାମଚ ପାଖାପାଖି ଏଥିରେ ଗୋଲାପ ଜଳ ମିଶାନ୍ତୁ । ଏହି ସବୁକୁ ଭଲ ଭାବରେ ମିକ୍ସ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଫେସ ପ୍ୟାକ ପ୍ରସ୍ତୁତ ହୋଇ ଯାଇଛି । ଏହି ଫେସ ପ୍ୟାକକୁ ନିଜ ଚେହେରାରେ ଲଗାଇବା ପୂର୍ବରୁ ପ୍ରଥମେ ନିଜ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

କାରଣ ଏହି ଫେସ ପ୍ୟାକକୁ ଚେହେରାକୁ ସଫା କରିବା ପରେ ଲଗାଇବା ଉଚିତ । ଯଦି ଆପଣଙ୍କ ଚେହେରାରେ ମେକଅପ ଅଛି ତେବେ ତାକୁ ବି ଧୋଇ ସଫା କରି ଦିଅନ୍ତୁ । ଚେହେରାକୁ ଧୋଇବା ପରେ ଆପଣ ଏହି ଫେସ ପ୍ୟାକକୁ ନିଜର ଆଙ୍ଗୁଠିରେ ଚେହେରାରେ ଭଲ ଭାବରେ ଲଗାନ୍ତୁ । ଏହାକୁ ପୁରା ଚେହେରାରେ ଲଗାଇବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ । ଏହା ଶୁଖିବା ପରେ ଆପଣ ଚେହେରାକୁ ଧୋଇ ଦିଅନ୍ତୁ ।

ଧୋଇବା ସମୟରେ ଚେହେରାକୁ ଘଷି ଘଷି ଧୋଇବେ ଯାହା ଦ୍ଵାରା ଆପଣଙ୍କ ଚେହେରା ପୂରାପୂରି ସଫା ହୋଇଯିବ । ଆପଣ ଏହାକୁ ଘରେ ଅତି ସହଜରେ ତିଆରି କରି ନିଜ ଚେହେରାରେ ଲଗାଇ ପାରିବେ ଓ ସୁନ୍ଦର ଚେହେରା ପାଇ ପାରିବେ । ଏହାକୁ ସବୁଦିନ ବ୍ୟବହାର କରନ୍ତୁ ନାହିଁ । ସପ୍ତାହକୁ କେବଳ ୨ ଥର ଏହାକୁ ଚେହେରାରେ ଲଗାନ୍ତୁ । ଏହାକୁ ଆପଣ ଦିନରେ କେତେ ବେଳେ ବି ଚେହେରାରେ ଲଗାଇ ପାରିବେ । ଏହାକୁ ଦିନକୁ ଥରେ ବ୍ୟବାହର କରନ୍ତୁ ।