କଣ ହେବ ଯଦି ଆପଣ ସବୁଦିନ ଜୀରା ପାଣି (Cumin Water) ପିଇବେ ? (Health Tips)

ଯଦି ଆପଣ ସକାଳୁ ସକାଳୁ ଜୀରା ପାଣି ପିଇବେ ତେବେ ଆପଣଙ୍କ ଜୀବନରେ ଯାହା ବି ସବୁ ପରିବର୍ତ୍ତନ ଆସିବ ତାହା ବିଷୟରେ ଆପଣ କେବେ ବି ଚିନ୍ତା ବି କରି ନ ଥିବେ । କହିବାକୁ ଗଲେ ଜୀରାରେ thymol ନାମକ ଏକ ତତ୍ଵ ମିଳିଥାଏ । ଯାହାକି ଶରୀରରେ Saliva ଓ Bile Juice ଓ ପାଚନ ରସକୁ ବୁଦ୍ଧି କରିଥାଏ । ଏହା ଦ୍ଵାରା ଆପଣଙ୍କ ଶରୀର ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ । ଜୀରା ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ମେଟାବୋଲିଜମ ବହୁତ ଅଧିକ ବଢିଯାଏ ।

ଯାହା ଦ୍ଵାରା ଆପଣ ମୋଟା ଥିଲେ ବହୁତ ଜଲ୍ଦି ପତଳା ହୋଇଯିବେ । ଜୀରା ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟି ଆକ୍ସିଡେଣ୍ଟ ବି ଥାଏ । ଏହି କାରଣରୁ ଏହା ଆପଣଙ୍କ ଶରୀରରୁ ଖରାପ ଜୀବାଣୁ ବାହାର କରିଦିଏ । ଯାହାକି ଆପଣଙ୍କ ଲିଭର ଓ ଚର୍ମ ପାଇଁ ବହୁତ ଭଲ ହୋଇଥାଏ । ଜୀରାରେ ଆଇରନର ମାତ୍ରା ବି ପ୍ରଚୁର ପରିମାଣରେ ଥାଏ ।

ଯେଉଁ କାରଣରୁ ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିଥାଏ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସଠିକ ମାତ୍ରାରେ ଥିବ ତେବେ ଆପଣ ସମସ୍ତ ପ୍ରକାରର ରୋଗରୁ ବଞ୍ଚି ପାରିବେ । ଜୀରାରେ ଭିଟାମିନ A ଓ C ବି ଥାଏ । ଯାହାକୁ ଶରୀରକୁ ଇନଫେକସନ ସହ ଲଢିବା ପାଇଁ ସାହାର୍ଯ୍ୟ କରିଥାଏ ।

ଜୀରା ପାଣିରେ ଅତ୍ୟଧିକ ଆଇରନ ଥିବା କାରଣରୁ ଏହା ଆନିମିଆ ରୋଗୀମାନଙ୍କ ପାଇଁ ଔଷଧ ଭଳି କାମ କରିଥାଏ । ଜୀରାରେ ଆଣ୍ଟି କୋଙ୍ଗେଷ୍ଟିଭେ ଗୁଣ ବି ଥାଏ । ଯାହା ନିଶ୍ଵାସ ସମ୍ବନ୍ଧିତ ରୋଗ ପାଇଁ ବହୁତ ଭଲ ହୋଇଥାଏ । ଜୀରାରେ ପୋଟାସିୟମ ମାତ୍ରା ବି ଅଧିକ ପରିମାଣରେ ଥାଏ, ସେଥିପାଇଁ ଏହା ଇଲେକ୍ଟ୍ରୋଲାଇଟର ବାଲାନ୍ସ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଇଲେକ୍ଟ୍ରୋଲାଇଟ ବାଲାନ୍ସ ରହି ନ ଥାଏ ତେବେ ଏହା ବହୁତ ରୋଗକୁ ଆମନ୍ତ୍ରିତ କରିଥାଏ ।

ଜୀରା ପାଣି ରକ୍ତକୁ ସଫା କରିବାରେ ବି ବହୁତ ସାହାର୍ଯ୍ୟ କରିଥାଏ । ରିସର୍ଚରେ ଜଣା ପଡିଛି କି ଯଦି ମାସେ କିମ୍ବା ଦେଢ ମାସ ପର୍ଯ୍ୟନ୍ତ ଆପଣ ଜୀରା ପାଣିର ସେବନ କରୁଛନ୍ତି ତେବେ ଆପଣ ନିଜର ଓଜନ କମ କରି ପାରିବେ । ବର୍ତ୍ତମାନ ଚାଳନ୍ତୁ ଜାଣିବା ଜୀରା ପାଣିକୁ ଆପଣ କେମିତି ତିଆରି କରିବେ । ଏହାକୁ ତିଆରି କରିବାର ଦୁଇଟି ଉପାୟ ଅଛି । ଆପଣ ରାତିରେ ଗୋଟିଏ ଲିଟର ପାଣିରେ ଦୁଇ ଚାମଚ ଜୀରା ଦେଇ ତାକୁ ଢାଙ୍କି ଦିଅନ୍ତୁ ।

ସକାଳେ ସେହି ପାଣିକୁ ଖାଲି ପେଟରେ ସେବନ କରନ୍ତୁ । ଦ୍ଵିତୀୟ ଉପାୟ ହେଉଛି ସକାଳେ ପାଣିକୁ ଗରମ କରନ୍ତୁ ଓ ଗରମ ହୋଇ ସାରିବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଏଥିରେ ଦୁଇ ଚାମଚ ଜୀରା ମିଶାନ୍ତୁ ଓ ଏହା ପରେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ବର୍ତ୍ତମାନ ଏହାକୁ ଛାଣି ସେବନ କରି ପାରିବେ । ସକାଳୁ ସକାଳୁ ଏହାକୁ ସେବନ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।