ନୂଆବର୍ଷ ଆରମ୍ଭ ହେବାର ଠିକ ପୂର୍ବରୁ ଏୟାରଟେଲ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ନୂଆ ଉପହାର । କିଛିଦିନ ପୂର୍ବରୁ ପ୍ରାସ ଅବୁ ଟେଲିକମ କମ୍ପାନୀ ନିଜ ପ୍ରିପେଡ ପ୍ଳାନ ଗୁଡିକୁ ମହଙ୍ଗା କରି ଦେଇଥିଲେ । କିନ୍ତୁ ଏସବୁ ମଧ୍ୟରେ ବର୍ତ୍ତମାନ ଏୟାରଟେଲ ନେଇ ଆସିଛି ନୂଆ ଅଫର୍ । ଏହି ଅଫର୍ ମୁତାବକ ଏଥର ଆପଣଙ୍କୁ ମୋବାଇଲ ରିଚାର୍ଜ ଉପରେ ମିଳିବ ଡିସକାଉଣ୍ଟ । ଏୟାରଟେଲ ଅନେକ ପ୍ରିପେଡ ପ୍ଳାନର ରିଚାର୍ଜ ଉପରେ ୫୦ ଟଙ୍କାର ରିହାତି ଦେଉଛି ।
କିନ୍ତୁ ଏହି ରିହାତିର ଫାଇଦା ଉଠାଇବା ପାଇଁ ଆପଣଙ୍କ ପାଖେ ଏୟାରଟେଲ ଥ୍ଯାଙ୍କସ୍ ଆପ୍ ଥିବା ଜରୁରୀ । ଆପ୍ ରୁ ପ୍ଳାନ ସବସ୍କ୍ରାଇବ କଲେ ଅତିରିକ୍ତ ଡାଟା କୁପନ ମଧ୍ୟ ମିଳୁଛି । ଏୟାରଟେଲର ୩୫୯ ଟଙ୍କାର ବ୍ୟାସିକ ପ୍ରିପେଡ ପ୍ଳାନରେ ଦୈନିକ ୨ଜିବି ଡାଟା ମିଳୁଛି । ଏହାସହ ଅସୀମିତ କଲ୍ ଏବଂ ଦୈନିକ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳୁଛି । ଏହି ପ୍ଳାନକୁ ଏୟାରଟେଲ ଥ୍ଯାଙ୍କସ୍ ଆପ୍ ରୁ ରିଚାର୍ଜ କଲେ ଏହି ପ୍ଳାନ ପାଇଁ ଆପଣଙ୍କୁ କେବଳ ୩୦୯ ଟଙ୍କା ଖର୍ଚ୍ଚ କରିବାକୁ ହେବ ।
ଅର୍ଥାତ ଏହି ପ୍ଳାନ ଉପରେ କମ୍ପାନୀ ୫୦ ଟଙ୍କାର ରିହାତି ଦେଉଛି । ଏହା ବ୍ଯତୀତ ଏହି ପ୍ଳାନ ସହ ଅତିରିକ୍ତ ୨ଜିବି ଡାଟା ମଧ୍ୟ ମିଳୁଛି । ଏହାକୁ ଭାଲିଡିଟି ମଧ୍ୟରେ ଯେକୌଣସି ସମୟରେ ମଧ୍ୟ ଆପଣ ରିଡିମ୍ କରିପାରିବେ । ସେହିପରି ୫୯୯ ଟଙ୍କାର ପ୍ରିପେଡ ପ୍ଳାନ ଉପରେ ମଧ୍ୟ କମ୍ପାନୀ ୫୦ ଟଙ୍କାର ରିହାତି ଦେଉଛି । ଏହି ପ୍ଳାନ ସହ ଡିଜନୀ ପ୍ଲସ ହଟଷ୍ଟାର ମୋବାଇଲ ର ଆକ୍ସେସ ମଧ୍ୟ ମିଳୁଛି ।
ଏଥିରେ ଦୈନିକ ୩ଜିବି ଡାଟା ସହ ଅସୀମିତ କଲ୍ ସହ ୨୮ ଦିନର ଭାଲିଡିଟି ରହୁଛି । ଏହି ପ୍ଳାନକୁ ଆପଣ ୫୦ ଟଙ୍କାର ରିହାତିରେ କେବଳ ୫୪୯ ଟଙ୍କାରେ କିଣିପାରିବେ । ତେବେ ଏୟାରଟେଲର ପୂର୍ବରୁ ୫୪୯ ଟଙ୍କାର ପ୍ରିପେଡ ପ୍ଳାନ ମହଜୁଦ ଅଛି । ଏଥିରେ ୟୁଜର୍ସଙ୍କୁ ଦୈନିକ ୨ଜିବି ଡାଟା ମିଳେ । ଏହି ପ୍ଳାନର ଭାଲିଡିଟି ୫୬ ଦିନର ରହିଛି ଓ ଏଥିରେ ମଧ୍ୟ ଅସୀମିତ ଭଏସ କଲ୍ ଓ ଦୈନିକ ୧୦୦ ଏସଏମଏସ ର ସୁବିଧା ରହିଛି ।
ଏହାସହ କମ୍ପାନୀ ୪ଜିବିର ଏକ ଡାଟା କୁପନ ମଧ୍ୟ ଦେଉଛି । ସମୁଦାୟ ଭାବେ ଦେଖିବାକୁ ଗଲେ ଏୟାରଟେଲର ଏହି ନୂଆବର୍ଷ ଅଫର୍ ଗ୍ରାହକଙ୍କ ପାଇଁ ଅନେକାଂଶରେ ଲାଭଜନକ ସାବ୍ୟସ୍ତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।