ଡାଏବେଟିସ ଗୋଟିଏ ରୋଗ ନୁହେଁ । ଏହା କ ଡିଜଅର୍ଡର । ଡିଜଅର୍ଡର ଅର୍ଥାତ ଯେଉଁମାନେ ନିଜର ଜୀବନଶୈଳୀକୁ ସନ୍ତୁଳିତ ରଖନ୍ତି ନାହିଁ ସେଥିପାଇଁ ସେମାନଙ୍କୁ ଡାଏବେଟିସ ହେବାର ଅଧିକ ଚାନ୍ସ ଥାଏ । ଡାଏବେଟିସ ମୁଖ୍ୟତଃ ତିନି ପ୍ରକାରର ଟାଇପ ୧, ଟାଇପ ୨, Gestational ଡାଏବେଟିସ । ଟାଇପ ୧ରେ ପୀଡିତ ବ୍ୟକ୍ତିର ଚିକିତ୍ସା କୌଣସି ଔଷଧ ଦ୍ଵାରା ହୋଇ ପାରିବ ନାହିଁ । ସେମାନେ କେବଳ ଇନସୁଲିନ ଉପରେ ହିଁ ନିର୍ଭର ଥାନ୍ତି ।

ଟାଇପ ୧ରେ ପୀଡିତ ରୋଗୀମାନଙ୍କ ପାଇଁ କେଉଁଭଳି ଖାଦ୍ୟ ପଦାର୍ଥ ଗ୍ରହଣ କରିବା ଉଚିତ ଜାଣି ନିଅନ୍ତୁ । ଯଦି ଆପଣ ଟାଇପ ୧ ଡାଏବେଟିସରେ ପୀଡିତ ଅଛନ୍ତି ତେବେ ଆପଣ ସକାଳୁ ରାତି ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଖାଦ୍ୟ ପ୍ରତି ୨ ଘଣ୍ଟା ସମୟ ବ୍ୟବଧାନରେ ଖାଇବା ଉଚିତ । ଯେଉଁଥିରେ ପ୍ରୋଟିନ ଥିବା ଦରକାର ଓ ଭଲ ଫାଇବାର ଥିବା ଦରକାର । ଟାଇପ ୨ ଡାଏବେଟିସରେ କେତେକ ରୋଗୀ ଅଛନ୍ତି ଯେଉଁମାନେ ଇନସୁଲିନ ଉପରେ ନିର୍ଭର ଥାନ୍ତି ତ କେତେକ ରୋଗୀମାନେ ଔଷଧ ସେବନ କରିଥାନ୍ତି ।
ଏମାନଙ୍କର ଡାଏବେଟିସ ଇନସୁଲିନ ଦ୍ଵାରା ବି କଣ୍ଟ୍ରୋଲ ହୋଇଥାଏ ଓ ଔଷଧ ଦ୍ଵାରା ବି କଣ୍ଟ୍ରୋଲ ହୋଇଥାଏ । ଟାଇପ ୨ର ଡାଏବେଟିସ ରୋଗୀମାନେ ଉପଯୁକ୍ତ ସମୟରେ ଖାଇବା ଓ ସଠିକ ସମୟରେ ଶୋଇବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଡାଏବେଟିସ ପାଇଁ ଆପଣ ଯେଉଁ ଔଷଧ ଖାଉଛନ୍ତି ତାହା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଥିବା ଦରକାର ।

ନାଲି ଚୂଡା, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ପ୍ରୋଟିନ ଯୁକ୍ତ ଖାଦ୍ୟ ଯଦି ଆମେ ଖାଇବା ତେବେ ଗ୍ଳୁକୋଜ କଣ୍ଟ୍ରୋଲରେ ଆସିଥାଏ । Gestational ଡାଏବେଟିସ ଗର୍ଭବତ୍ତୀ ଥିବା ସମୟରେ ହୋଇଥାଏ । ଯେଉଁମାନଙ୍କର ମାତା ପିତା ଡାଏବେଟିସରେ ପୀଡିତ ଥାନ୍ତି ସେମାନଙ୍କର Gestational ଡାଏବେଟିସ ହେବାର ଚାନ୍ସ ଅଧିକ ଥାଏ । ଏହିଭଳି ସ୍ଥିତିରେ ଗର୍ଭବତ୍ତୀ ସମୟରେ ପ୍ରୋଟିନ, ଆଇରନ ଏହି ସବୁ ଜିନିଷର ବହୁତ ଆବଶ୍ୟକ ହୋଇଥାଏ ।

ଡାଏବେଟିସ ରୋଗୀମାନେ ସବୁବେଳେ ଧ୍ୟାନ ରଖନ୍ତୁ କି ସେମାନେ ରାତିରେ ଜଲ୍ଦି ଶୁଅନ୍ତୁ ଓ ସକାଳୁ ଜଲ୍ଦି ଉଠନ୍ତୁ । ସକାଳୁ ଉଠିବା ପରେ ମେଥି ପାଉଡର ସେବନ କରି ପାରିବେ । ଆଲମଣ୍ଡ ଓ କାଜୁ ବି ଖାଇ ପାରିବେ । ସକାଳ ଖାଇବାରେ ଆପଣ ରୁଟି, ଓଡ୍ସ, ସନ୍ତୁଲା, ଉପମା ଇତ୍ୟାଦି ଖାଇ ପାରିବେ । ୮.୩୦ ରୁ ୯ ଟା ଭିତରେ ସକାଳର ଖାଇବା ଖାଇ ଦେଲେ । ୧୧ ଟା ସମୟରେ ଲୁଣ ଲେମ୍ବୁ ପାଣି କିମ୍ବା ଘୋଳ ଦହି ଖାଇ ପାରିବେ ।

ଦ୍ଵିପହରରେ ଆପଣ ଭାତ ଓ ରୁଟି ମିଶେଇ ଖାଆନ୍ତୁ ଓ ଭାତ ଅଳ୍ପ ଖାଇବାକୁ ଚେଷ୍ଟା କରନ୍ତୁ । ଗୋଟିଏ ପ୍ଳେଟ ସାଲାଡ ବି ଖାଇ ପାରିବେ । ଆପଣ ସବୁ ପ୍ରକାରର ପନିପରିବା ଖାଇ ପାରିବେ । କିନ୍ତୁ ଆଳୁ, ସାରୁ, କନ୍ଦମୂଳ, ଖମ୍ବ ଆଳୁ, ମାଟି ଆଳୁକୁ ଛାଡି । ଅଣ୍ଡା, ମାଛ ଖାଇ ପାରିବେ । କିନ୍ତୁ ମଟନ ଓ ଚିଙ୍ଗୁଡି ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।